ୱାର୍ଲ୍ଡ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପର ସେମି ଫାଇନାଲରେ ସାଇନା

ଜାକାର୍ତା: ଜାପାନର ଜାକାର୍ତାଠାରେ ଚାଲିଥିବା ୱାର୍ଲ୍ଡ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପର ସେମି ଫାଇନାଲରେ ପହଞ୍ଚି ଯାଇଛନ୍ତି ଭାରତୀୟ ତାରକା ସାଇନା ନେହୱାଲ୍। ଶୁକ୍ରବାର ଖେଳା ଯାଇଥିବା ଶେଷ କ୍ୱାର୍ଟର ଫାଇନାଲରେ ସେ ଚୀନର ୱଙ୍ଗ୍ ୟିହାନଙ୍କୁ ୨୧-୧୫, ୧୯-୨୧ ଓ ୨୧-୧୯ରେ ହରାଇ ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ଏହା ସହିତ ୱାର୍ଲ୍ଡ ଚାମ୍ପିଅନସିପରେ ପ୍ରଥମ ଥର ଫାଇନାଲରେ ଖେଳିବା ପାଇଁ ସାଇନାଙ୍କ ହାତକୁ ଏକ ସୁଯୋଗ ଆସିଛି। ସେମି ଫାଇନାଲରେ ସେ ଇଣ୍ଡୋନେସିଆର ଅଣ ସିଡେଡ୍ ଖେଳାଳି […]

saina

Rakesh Mallick
  • Published: Friday, 14 August 2015
  • , Updated: 14 August 2015, 04:36 PM IST

ଜାକାର୍ତା: ଜାପାନର ଜାକାର୍ତାଠାରେ ଚାଲିଥିବା ୱାର୍ଲ୍ଡ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପର ସେମି ଫାଇନାଲରେ ପହଞ୍ଚି ଯାଇଛନ୍ତି ଭାରତୀୟ ତାରକା ସାଇନା ନେହୱାଲ୍। ଶୁକ୍ରବାର ଖେଳା ଯାଇଥିବା ଶେଷ କ୍ୱାର୍ଟର ଫାଇନାଲରେ ସେ ଚୀନର ୱଙ୍ଗ୍ ୟିହାନଙ୍କୁ ୨୧-୧୫, ୧୯-୨୧ ଓ ୨୧-୧୯ରେ ହରାଇ ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ଏହା ସହିତ ୱାର୍ଲ୍ଡ ଚାମ୍ପିଅନସିପରେ ପ୍ରଥମ ଥର ଫାଇନାଲରେ ଖେଳିବା ପାଇଁ ସାଇନାଙ୍କ ହାତକୁ ଏକ ସୁଯୋଗ ଆସିଛି। ସେମି ଫାଇନାଲରେ ସେ ଇଣ୍ଡୋନେସିଆର ଅଣ ସିଡେଡ୍ ଖେଳାଳି ଲିଣ୍ଡାୱେନି ଫାନେତ୍ରୀଙ୍କୁ ଭେଟିବେ।

ଏହା ପୂର୍ବରୁ ଆଜି ଅନ୍ୟ ଏକ ମହିଳା ଏକକ କ୍ୱାର୍ଟର ଫାଇନାଲରେ ଭାରତୀୟ ତାରକା ପି.ଭି ସିନ୍ଧୁ ହାରି ଯାଇଥିଲେ ଓ ଲଗାତାର ତୃତୀୟ ବର୍ଷ ପାଇଁ ପଦକ ଜିଣିବା ପାଇଁ ସେ ଦେଖିଥିବା ସ୍ୱପ୍ନ ଧୂଳିସାତ ହୋଇଯାଇଥିଲା। ସେହିଭଳି ମହିଳା ଡବଲ୍ସରେ ଜ୍ୱାଲା ଗୁଟ୍ଟା ଓ ପୋନ୍ନାପା ବି ନିରାଶ କରିଥିଲେ। ଏହି ଯୋଡ଼ି ଆଜି କ୍ୱାର୍ଟର ଫାଇନାଲରେ ହାରି ଯାଇଥିଲେ।

Related story