ବିଶ୍ୱକପ୍‌ରେ ଚତୁର୍ଥ ସ୍ଥାନରେ ଓହ୍ଲାଇବେ ବିରାଟ!

ନୂଆଦିଲ୍ଲୀ: ୨୦୧୯ ମସିହାରେ ଇଂଲଣ୍ଡରେ ଖେଳାଯିବାକୁ ଥିବା ବିଶ୍ୱକପ୍‌ରେ ଭାରତୀୟ କ୍ରିକେଟ୍‌ ଦଳର ରଣନୀତି କ’ଣ ରହିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କ୍ରିକେଟ୍‌ପ୍ରେମୀଙ୍କଠାରୁ ଆରମ୍ଭ କରି ବିଶ୍ଲେଷକଙ୍କ ମଧ୍ୟରେ ବିଶ୍ୱକପ୍‌କୁ ନେଇ ନାନା ମତ ଶୁଣିବାକୁ ମିଳୁଛି। ଅଧିନାୟକ ବିରାଟ କୋହଲି ୨୦୧୮ବର୍ଷ ତମାମ ଭଲ ଫର୍ମରେ ଥିବାବେଳେ ୨୦୧୯ ଆରମ୍ଭରେ ମଧ୍ୟ ଜଲୱା ଦେଖାଇ ସାରିଛନ୍ତି। ତେଣୁ ତାଙ୍କ ଉପରେ ଏବେ ସମସ୍ତଙ୍କ ନଜର। ଦଳର ଟପ୍‌ ଅର୍ଡରର ମେରୁଦଣ୍ଡ କୁହାଯାଉଥିବା ବିରାଟ […]

virat

Subrat Kumar Nayak
  • Published: Thursday, 07 February 2019
  • , Updated: 07 February 2019, 10:47 AM IST

ନୂଆଦିଲ୍ଲୀ: ୨୦୧୯ ମସିହାରେ ଇଂଲଣ୍ଡରେ ଖେଳାଯିବାକୁ ଥିବା ବିଶ୍ୱକପ୍‌ରେ ଭାରତୀୟ କ୍ରିକେଟ୍‌ ଦଳର ରଣନୀତି କ’ଣ ରହିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କ୍ରିକେଟ୍‌ପ୍ରେମୀଙ୍କଠାରୁ ଆରମ୍ଭ କରି ବିଶ୍ଲେଷକଙ୍କ ମଧ୍ୟରେ ବିଶ୍ୱକପ୍‌କୁ ନେଇ ନାନା ମତ ଶୁଣିବାକୁ ମିଳୁଛି। ଅଧିନାୟକ ବିରାଟ କୋହଲି ୨୦୧୮ବର୍ଷ ତମାମ ଭଲ ଫର୍ମରେ ଥିବାବେଳେ ୨୦୧୯ ଆରମ୍ଭରେ ମଧ୍ୟ ଜଲୱା ଦେଖାଇ ସାରିଛନ୍ତି। ତେଣୁ ତାଙ୍କ ଉପରେ ଏବେ ସମସ୍ତଙ୍କ ନଜର।

ଦଳର ଟପ୍‌ ଅର୍ଡରର ମେରୁଦଣ୍ଡ କୁହାଯାଉଥିବା ବିରାଟ ଅଧିନାୟକ ହିସାବରେ ମଧ୍ୟକ୍ରମକୁ ନେଇ ଚିନ୍ତିତ ଅଛନ୍ତି। କିଛି ସମୟରେ ମହେନ୍ଦ୍ର ସିଂହ ଧୋନି ଏହି କ୍ରମରେ ସମ୍ଭାଳି ନେଉଥିଲେ ମଧ୍ୟ କିଛି ମାତ୍ରାରେ ଦୁର୍ବଳତା ରହିଥିବା ଜଳ ଜଳ ଦେଖାଯାଏ। ଏହାକୁ ଅନୁଭବ କରି ବିରାଟ କୋହଲି ମଧ୍ୟକ୍ରମରେ ଆସିବା ପାଇଁ ଦଳ ଯୋଜନା କରୁଥିବା ଜଣାଯାଇଛି।

ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ମଧ୍ୟ କୋହଲିଙ୍କ ବ୍ୟାଟିଂ ଅର୍ଡର ବଦଳାଇବା ସପକ୍ଷରେ ଥିବା ଜଣାଯାଇଛି। ଶାସ୍ତ୍ରୀ ଏହି ପ୍ରସଙ୍ଗରେ କହିଛନ୍ତି, “ଭାରତର ଶୀର୍ଷ କ୍ରମରେ ବ୍ୟାଟିଂ କରୁଥିବା ବ୍ୟାଟ୍‌ସମ୍ୟାନଙ୍କ ବାବଦରେ ଭଲ କଥା ହେଉଛି, ସ୍ଥିତି ଓ ପରିସ୍ଥିତି ଦେଖି ସେମାନଙ୍କୁ ଅଲଗା କରାଯାପାରିବ। ବିରାଟ କୋହଲିଙ୍କ ଭଳି ବ୍ୟାଟ୍ସମ୍ୟାନ୍‌ ୪ ନମ୍ବର ସ୍ଥନରେ ଆସିବା ଦଳ ପାଇଁ ଲାଭପ୍ରଦ ହେବ। ତାଙ୍କ ସ୍ଥାନରେ ତୃତୀୟ ନମ୍ବରରେ ଆମେ ଆଉ କାହାକୁ ଆଣିପାରିବୁ।”

ତେବେ ଏହା ଠିକ୍‌ ହେବ କି ନା ତାକୁ ନେଇ କ୍ରିକେଟ୍‌ ପଣ୍ଡିତ ଏବଂ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ପ୍ରଶ୍ନ ଉଠିବାରେ ଲାଗିଛି। କାରଣ ବିଦେଶ ଗସ୍ତ ମାନଙ୍କରେ ବିରାଟ ହିଁ ପ୍ରାୟ ଇନିଂସରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଏପରିକି ଗୋଟିଏ ପରେ ଗୋଟିଏ ୱିକେଟ୍‌ ଯାଉଥିବାବେଳେ ସେ ଏକୁଟିଆ ଇନିଂସ ସମ୍ଭାଳିଥିବାର ନଜିର ରହିଛି। ତେଣୁ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ୍‌ ସଅଳ ବିଦାୟ ନେବା ବିରାଟ ଓ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ଙ୍କ ଉପରେ ଚାପ ପକାଇବ ବୋଲି ଚର୍ଚ୍ଚା ହେଉଛି।

Related story