ଭାରତ ଓ ପାକିସ୍ତାନର ଫ୍ୟାନଙ୍କୁ ଏକାଠି କଲା ଇଂଲଣ୍ଡ!

ମ୍ୟାଞ୍ଚେଷ୍ଟର: ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନକୁ ଏକାଠି କରିଛି ଇଂଲଣ୍ଡ। ଆପଣ ଏହାକୁ ବିଶ୍ୱାସ କରି ନ ପାରନ୍ତି। ହେଲେ ଆସନ୍ତାକାଲି ଏମିତି ଘଟଣା ଘଟିବାକୁ ଯାଉଛି। ଆସନ୍ତାକାଲି ବର୍ମିଂହାମରେ ଭାରତ ଓ ଇଂଲଣ୍ଡ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍‌ରେ ଭାରତ ଜିତୁ ବୋଲି ସବୁ ପାକିସ୍ତାନ ଫ୍ୟାନ୍‌ ଚାହୁଁଛନ୍ତି। ଆସନ୍ତାକାଲିର ମ୍ୟାଚ୍‌ରେ ଭାରତ ଜିତିଲେ ପାକିସ୍ତାନର ବିଶ୍ୱକପ୍‌ ସେମିଫାଇନାଲ ଯିବାର ଆଶା ଉଜ୍ଜୀବିତ ରହିବ। ସେହିପରି ଇଂଲଣ୍ଡ ଯଦି ଭାରତ ଠାରୁ ପରାସ୍ତ ହୁଏ, […]

ww

Hemant Lenka
  • Published: Saturday, 29 June 2019
  • , Updated: 29 June 2019, 03:43 PM IST

ମ୍ୟାଞ୍ଚେଷ୍ଟର: ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନକୁ ଏକାଠି କରିଛି ଇଂଲଣ୍ଡ। ଆପଣ ଏହାକୁ ବିଶ୍ୱାସ କରି ନ ପାରନ୍ତି। ହେଲେ ଆସନ୍ତାକାଲି ଏମିତି ଘଟଣା ଘଟିବାକୁ ଯାଉଛି। ଆସନ୍ତାକାଲି ବର୍ମିଂହାମରେ ଭାରତ ଓ ଇଂଲଣ୍ଡ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍‌ରେ ଭାରତ ଜିତୁ ବୋଲି ସବୁ ପାକିସ୍ତାନ ଫ୍ୟାନ୍‌ ଚାହୁଁଛନ୍ତି। ଆସନ୍ତାକାଲିର ମ୍ୟାଚ୍‌ରେ ଭାରତ ଜିତିଲେ ପାକିସ୍ତାନର ବିଶ୍ୱକପ୍‌ ସେମିଫାଇନାଲ ଯିବାର ଆଶା ଉଜ୍ଜୀବିତ ରହିବ। ସେହିପରି ଇଂଲଣ୍ଡ ଯଦି ଭାରତ ଠାରୁ ପରାସ୍ତ ହୁଏ, ତା’ହେଲେ ଦଳର ବିଶ୍ୱକପ୍‌ ଅଭିଯାନରେ ପୂର୍ଣ୍ଣଚ୍ଛେଦ ପଡ଼ିବ।

ବିଭାଜନର ୭୦ ବର୍ଷ ପରେ କୌଣସି ଏକ ପ୍ରସଙ୍ଗରେ ଭାରତ ଓ ପାକିସ୍ତାନର ନାଗରିକ ଏକାଠି ହେବାକୁ ଯାଉଛନ୍ତି। ଭାରତର ୧୨୫ କୋଟି ଲୋକ ନିଶ୍ଚିତ ଭାବେ ଆସନ୍ତାକାଲି ଟିମ୍‌ ଇଣ୍ଡିଆ ଜିତୁ ବୋଲି ପ୍ରାର୍ଥନା କରିବେ।

ସେହିପରି ପାକିସ୍ତାନର ୧୯.୭ କୋଟି ଲୋକ ମଧ୍ୟ ଏହି ମ୍ୟାଚ ଭାରତ ଜିତିବା ପାଇଁ ପ୍ରାର୍ଥନା କରିବେ। କେବଳ ଓ ଭାରତ ଓ ପାକିସ୍ତାନ ନୁହନ୍ତି, ବାଂଲାଦେଶର ୧୬.୪୭ କୋଟି ଲୋକ ମଧ୍ୟ ଭାରତର ବିଜୟ ପାଇଁ ପ୍ରାର୍ଥନା କରିବେ। କାରଣ ଭାରତର ଜିତିବା ଉପରେ ଏମାନଙ୍କ ସେମିଫାଇନାଲ ଖେଳିବା ଆଶା କିଛି ଅଂଶରେ ଉଜ୍ଜୀବିତ ରହିବ।

ପାକିସ୍ତାନ ୭ଟି ମ୍ୟାଚ୍‌ରୁ ୭ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ରହିଛି। ସେହିପରି ଇଂଲଣ୍ଡ ୭ଟି ମ୍ୟାଚ୍‌ରୁ ୪ଟି ବିଜୟ ସହ ୮ ପଏଣ୍ଟ ପାଇଛି। ଇଂଲଣ୍ଡ ଯଦି ତା’ର ପରବର୍ତ୍ତୀ ଦୁଇଟି ଯାକ ମ୍ୟାଚ୍‌ ଜିତେ, ତା’ହେଲେ ଦଳର ପଏଣ୍ଟ ସଂଖ୍ୟା ୧୨ ହୋଇଯିବ। ଅନ୍ୟପକ୍ଷେ ପାକିସ୍ତାନ ଦୁଇଟି ମ୍ୟାଚ୍‌ ଜିତିଲେ ୧୧ ପଏଣ୍ଟରେ ପହଞ୍ଚିବ। ତେଣୁ ଭାରତ ଇଂଲଣ୍ଡକୁ ହରାଇ ଦେଉ ବୋଲି ପାକିସ୍ତାନ ଫ୍ୟାନ୍‌ମାନେ  ଚାହୁଁଛନ୍ତି।

ଅନ୍ୟପକ୍ଷରେ ବାଂଲାଦେଶ ୭ଟି ମ୍ୟାଚ୍‌ରୁ ମାତ୍ର ୭ ପଏଣ୍ଟ ପାଇଛି। ଦଳ ତା’ର ପରବର୍ତ୍ତୀ ଦୁଇଟି ମ୍ୟାଚ୍‌ ଭାରତ ଓ ପାକିସ୍ତାନ ସହ ଖେଳିବ। ଯଦି ଦଳ ଦୁଇଟି ଯାକ ମ୍ୟାଚ ଜିତିଯାଏ, ତା’ହେଲେ ଦଳର ପଏଣ୍ଟ ସଂଖ୍ୟା ୧୧ ହୋଇଯିବ। ଦଳ ଏବେ ୫ମ ସ୍ଥାନରେ ରହିଛି। ପ୍ରଥମେ ଭାରତ-ଇଂଲଣ୍ଡକୁ ହରାଇଲେ ଯାଇ ବାଂଲାଦେଶର ଆଶା କିଛିଟା ଅଂଶରେ ରହିବ।

Related story