ବିଶ୍ୱ ହକି ଲିଗ ଫାଇନାଲ ପାଇଁ କଳିଙ୍ଗ ଷ୍ଟାଡ଼ିୟମର ହକି ଗ୍ରାଉଣ୍ଡ ସାର୍ଟିଫିକେସନ ଶେଷ: FIHର ଗ୍ରୀନ ସିଗନାଲକୁ ଅପେକ୍ଷା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଆସନ୍ତା ଡିସେମ୍ବରରେ ହେବାକୁ ଥିବା ବିଶ୍ୱ ହକି ଲିଗ ଫାଇନାଲ ପାଇଁ କଳିଙ୍ଗ ଷ୍ଟାଡ଼ିୟମର ହକି ଗ୍ରାଉଣ୍ଡ ସାର୍ଟିଫିକେସନ ଶେଷ ହୋଇଛି। ଏବେ ଫେଡରେସନ ଅଫ ଇଣ୍ଟରନ୍ୟାସନାଲ ହକି ବା FIHର ଗ୍ରୀନସିଗନାଲକୁ ଅପେକ୍ଷା। FIH ପକ୍ଷରୁ ୩ଜଣ ବିଶେଷଜ୍ଞ ଟିମ୍ ଗ୍ରାଉଣ୍ଡକୁ ପରୀକ୍ଷା ନିରୀକ୍ଷା କରି ସନ୍ତୋଷ ପ୍ରକାଶ କରିଛନ୍ତି। ସେପଟେ ବିଶ୍ୱହକି ଲିଗ ପାଇଁ ଅନଲାଇନରେ ଟିକେଟ୍ ବିକ୍ରୟ ଚାଲିଥିବା ବେଳେ ନଭେମ୍ବର ମାସରେ କାଉଣ୍ଟରରେ ବିକ୍ରି କରାଯିବ […]

4064_1

Rakesh Mallick
  • Published: Wednesday, 04 October 2017
  • , Updated: 04 October 2017, 01:59 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଆସନ୍ତା ଡିସେମ୍ବରରେ ହେବାକୁ ଥିବା ବିଶ୍ୱ ହକି ଲିଗ ଫାଇନାଲ ପାଇଁ କଳିଙ୍ଗ ଷ୍ଟାଡ଼ିୟମର ହକି ଗ୍ରାଉଣ୍ଡ ସାର୍ଟିଫିକେସନ ଶେଷ ହୋଇଛି। ଏବେ ଫେଡରେସନ ଅଫ ଇଣ୍ଟରନ୍ୟାସନାଲ ହକି ବା FIHର ଗ୍ରୀନସିଗନାଲକୁ ଅପେକ୍ଷା। FIH ପକ୍ଷରୁ ୩ଜଣ ବିଶେଷଜ୍ଞ ଟିମ୍ ଗ୍ରାଉଣ୍ଡକୁ ପରୀକ୍ଷା ନିରୀକ୍ଷା କରି ସନ୍ତୋଷ ପ୍ରକାଶ କରିଛନ୍ତି। ସେପଟେ ବିଶ୍ୱହକି ଲିଗ ପାଇଁ ଅନଲାଇନରେ ଟିକେଟ୍ ବିକ୍ରୟ ଚାଲିଥିବା ବେଳେ ନଭେମ୍ବର ମାସରେ କାଉଣ୍ଟରରେ ବିକ୍ରି କରାଯିବ ବୋଲି ହକି ଇଣ୍ଡିଆର CEO କହିଛନ୍ତି।

ବଲ ରୋଲିଂ, ବଲ୍ ବାଉଁସ୍, ଲାଇଟିଂ, ଓ୍ୱାଟର ସ୍ପ୍ରିଙ୍କଲିଂ ଆଦିକୁ ନଜରରେ ରଖି ହକି ସିନ୍ଥେଟିକ ଗ୍ରାଉଣ୍ଡର ଟିକନିକ୍ ଭାବେ ପରୀକ୍ଷା ହୋଇଛି। ୩ଜଣିଆ ବିଶେଷଜ୍ଞ ଦଳ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚି ଗ୍ରାଉଣ୍ଡରେ ଅତ୍ୟାଧୁନିକ ମେସିନ ସାହାଯ୍ୟରେ ପରୀକ୍ଷା କରିଛନ୍ତି। ୨୦୧୩ରେ ଏଠାରେ ସିନ୍ଥେଟିକସ ଗ୍ରାଉଣ୍ଡ ତିଆରି ହୋଇଥିଲା  ୨୦୧୪ରେ ଏହି ଗ୍ରାଉଣ୍ଡରେ ଚାମ୍ପିୟନସଟ୍ରଫି ହକି ଖେଳାଯାଇଯାଇଥିଲା।

ସେପଟେ ହକି ଇଣ୍ଡିଆ କର୍ମକର୍ତ୍ତା ଏବଂ ରାଜ୍ୟ କ୍ରୀଡାବିଭାଗର କର୍ମକର୍ତ୍ତାଙ୍କ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ପାଇଁ ଆବଶ୍ୟକ ଭିତ୍ତିଭୂମିର ଅଗ୍ରଗତି ସହ ଟିକେଟ୍ ବିକ୍ରୟ ପାଇଁ ଆଲୋଚନା ହୋଇଛି। ଦର୍ଶକଙ୍କ ପାଇଁ ୮ହଜାର ଟିକେଟ୍ ବିକ୍ରିହେବ। ବର୍ତ୍ତମାନ ଅନଲାଇନରେ ଟିକେଟ୍ ବିକ୍ରି ଚାଲିଥିବା ବେଳେ ନଭେମ୍ବର ମାସରେ କାଉଣ୍ଟରରେ ଟିକେଟ୍ ବିକ୍ରି କରାଯିବ।

Related story