ୱାର୍ଲ୍ଡ ପାରା ବ୍ୟାଡମିଣ୍ଟନ୍ ଚାମ୍ପିୟନଶିପ୍: ସିଙ୍ଗଲ୍ସ ଓ ଡବଲ୍ସ କ୍ୱାର୍ଟରରେ ପ୍ରମୋଦ

ଭୁବନେଶ୍ୱର: ଓଡ଼ିଶାର ଷ୍ଟାର୍ ପାରା ଶଟଲର୍ ପ୍ରମୋଦ ଭଗତ ସ୍ୱିଜରଲ୍ୟାଣ୍ଡର ବାସେଲଠାରେ ଚାଲିଥିବା ୱାର୍ଲ୍ଡ ପାରା ବ୍ୟାଡମିଣ୍ଟନ୍ ଚାମ୍ପିୟନଶିପରେ ବିଜୟଧାରା ଅବ୍ୟାହତ ରଖି ଉଭୟ ସିଙ୍ଗଲ୍ସ ଓ ଡବଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ପ୍ରି-କ୍ୱାର୍ଟରଫାଇନାଲରେ ପ୍ରମୋଦ ଚୀନର ଜିଆୟୁ ଚେନଙ୍କୁ ସିଧାସଳଖ ୨୧-୧୫, ୨୧-୧୨ ଗେମରେ ପରାସ୍ତ କରିଛନ୍ତି। କ୍ୱାର୍ଟରରେ ପ୍ରମୋଦଙ୍କ ସାମ୍ନା ନିଜ ଦେଶର ଉମେଶ ବିକ୍ରମ କୁମାରଙ୍କ ସହ ହେବ। ବିକ୍ରମ କୁମାର ନିଜର ପ୍ରି-କ୍ୱାର୍ଟର ମୁକାବିଲାରେ ସ୍କଟଲ୍ୟାଣ୍ଡର […]

pramod

Ranjit Kumar Jena
  • Published: Friday, 23 August 2019
  • , Updated: 23 August 2019, 08:44 PM IST

ଭୁବନେଶ୍ୱର: ଓଡ଼ିଶାର ଷ୍ଟାର୍ ପାରା ଶଟଲର୍ ପ୍ରମୋଦ ଭଗତ ସ୍ୱିଜରଲ୍ୟାଣ୍ଡର ବାସେଲଠାରେ ଚାଲିଥିବା ୱାର୍ଲ୍ଡ ପାରା ବ୍ୟାଡମିଣ୍ଟନ୍ ଚାମ୍ପିୟନଶିପରେ ବିଜୟଧାରା ଅବ୍ୟାହତ ରଖି ଉଭୟ ସିଙ୍ଗଲ୍ସ ଓ ଡବଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି।

ଶୁକ୍ରବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ପ୍ରି-କ୍ୱାର୍ଟରଫାଇନାଲରେ ପ୍ରମୋଦ ଚୀନର ଜିଆୟୁ ଚେନଙ୍କୁ ସିଧାସଳଖ ୨୧-୧୫, ୨୧-୧୨ ଗେମରେ ପରାସ୍ତ କରିଛନ୍ତି। କ୍ୱାର୍ଟରରେ ପ୍ରମୋଦଙ୍କ ସାମ୍ନା ନିଜ ଦେଶର ଉମେଶ ବିକ୍ରମ କୁମାରଙ୍କ ସହ ହେବ। ବିକ୍ରମ କୁମାର ନିଜର ପ୍ରି-କ୍ୱାର୍ଟର ମୁକାବିଲାରେ ସ୍କଟଲ୍ୟାଣ୍ଡର ଆଲାନ୍ ଓଭିଲରଙ୍କୁ ୨୧-୭, ୨୧-୧୪ ଗେମରେ ପରାସ୍ତ କରିଥିଲେ।

ସେହିପରି ଡବଲ୍ସରେ ପ୍ରମୋଦ ନିଜ ଦେଶର ମନୋଜ କୁମାରଙ୍କ ସହ ମିଶି ପ୍ରି-କ୍ୱାର୍ଟରରେ ଇଂଲଣ୍ଡ ଓ ସ୍କଟଲ୍ୟାଣ୍ଡ୍ ଯୋଡ଼ି ଆଣ୍ଟୋନୀ ଫରେଷ୍ଟର୍ ଓ ହୁଗୋ ସୌମିଏରଙ୍କୁ ୨୧-୧୪, ୨୧-୬ ଗେମରେ ହରାଇଛନ୍ତି। କ୍ୱାର୍ଟରରେ ପ୍ରମୋଦ-ମନୋଜଙ୍କ ସାମ୍ନା ଜର୍ମାନୀ ଯୋଡ଼ି ଜାନ୍-ନିକଲାସ୍ ପଟ୍ଟ ଓ ପାସକାଲ୍ ୱଲଟରଙ୍କ ସହ ହେବ।

Related story