ବିଶ୍ଵ କ୍ରୀଡ଼ା ସାମ୍ବାଦିକ ଦିବସରେ ଯୋଗ ଦେଲେ ଜାତୀୟ ଖେଳାଳି

ଭୁବନେଶ୍ଵର (ଓଡ଼ିଶା ରିପୋର୍ଟର): କରୋନା କଟକଣା ଭିତରେ ସାରା ବିଶ୍ଵରେ ବିଶ୍ଵ କ୍ରୀଡ଼ା ସାମ୍ବାଦିକ ପାଳିତ ହୋଇଛି। ଏହିକ୍ରମରେ ରାଉରକେଲାର ଝିରପାଣି ସାଇନିଂ କ୍ଲବ୍ ସଭାଗୃହରେ ସରକାରୀ କୋଭିଡ୍ ନିୟମକୁ ମାନି ଜାତୀୟ ଖେଳାଳି ଓ କ୍ରୀଡା ପ୍ରେମୀଙ୍କୁ ନେଇ ଇଣ୍ଡିଆନ ପିପୁଲ୍ସ ଡେଭେଲପମେଣ୍ଟ କମିଟି, ଅଲ ଇଣ୍ଡିଆ ଡେଭେଲପମେଣ୍ଟ ଟ୍ରଷ୍ଟ ଓ ଡିସପ୍ଲେସ ସେଟଲମେଣ୍ଟ କମିଟିର ମିଳିତ ସହଯୋଗରେ ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳିତ ହୋଇଛି। ଏହି ଦିବସରେ ମୁଖ୍ୟ ଅତିଥି ରୂପେ ସୁନ୍ଦରଗଡ଼ […]

sports-jounalists-day

Ranjit Kumar Jena
  • Published: Friday, 02 July 2021
  • , Updated: 02 July 2021, 09:36 PM IST

ଭୁବନେଶ୍ଵର (ଓଡ଼ିଶା ରିପୋର୍ଟର): କରୋନା କଟକଣା ଭିତରେ ସାରା ବିଶ୍ଵରେ ବିଶ୍ଵ କ୍ରୀଡ଼ା ସାମ୍ବାଦିକ ପାଳିତ ହୋଇଛି। ଏହିକ୍ରମରେ ରାଉରକେଲାର ଝିରପାଣି ସାଇନିଂ କ୍ଲବ୍ ସଭାଗୃହରେ ସରକାରୀ କୋଭିଡ୍ ନିୟମକୁ ମାନି ଜାତୀୟ ଖେଳାଳି ଓ କ୍ରୀଡା ପ୍ରେମୀଙ୍କୁ ନେଇ ଇଣ୍ଡିଆନ ପିପୁଲ୍ସ ଡେଭେଲପମେଣ୍ଟ କମିଟି, ଅଲ ଇଣ୍ଡିଆ ଡେଭେଲପମେଣ୍ଟ ଟ୍ରଷ୍ଟ ଓ ଡିସପ୍ଲେସ ସେଟଲମେଣ୍ଟ କମିଟିର ମିଳିତ ସହଯୋଗରେ ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳିତ ହୋଇଛି।

ଏହି ଦିବସରେ ମୁଖ୍ୟ ଅତିଥି ରୂପେ ସୁନ୍ଦରଗଡ଼ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଏମା ଏକ୍କା ଉପସ୍ଥିତ ରହି କ୍ରୀଡ଼ାବିତର ଉନ୍ନତିରେ ଓ କ୍ରୀଡ଼ା ସାମ୍ବାଦିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ସେହିଭଳି ସମ୍ମାନିତ ଅତିଥି ରୂପେ ଆନ୍ତର୍ଜାତିକ କବାଡି ରେଫରୀ, ଆନ୍ତର୍ଜାତିକ କବାଡି ରେଫରୀ ଅରବିନ୍ଦ ପାତ୍ର, ପଶ୍ଚିମ ଓଡ଼ିଶା କ୍ରୀଡ଼ା ଉନ୍ନୟନ ପରିଷଦର ସଭାପତି ଜେମ୍ସ କୁଜୁର ଓ ସାମ୍ବାଦିକ ସତ୍ୟାନନ୍ଦ ବେହେରା ଉପସ୍ଥିତ ରହି କ୍ରୀଡ଼ା କ୍ଷେତ୍ରର ବିକାଶ, କ୍ରୀଡ଼ାବିତଙ୍କ ସମସ୍ୟା ଓ କ୍ରୀଡ଼ାବିତଙ୍କ ଭିତ୍ତିଭୂମିର ଆବଶ୍ୟକତା ଉପରେ କ୍ରୀଡା ସାମ୍ବାଦିକଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ।

ଏହି ଉତ୍ସବରେ ବରିଷ୍ଠ କ୍ରୀଡା ସାମ୍ବାଦିକ ସୁଶାନ୍ତ ବେହେରାଙ୍କୁ ତିନି ସଂଗଠନ ପକ୍ଷରୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ସୁବୀର ପାଲ ସ୍ୱାଗତ ଭାଷଣ ଦେଇ ଆରମ୍ଭ କରିଥିବା ବେଳେ ହେମା ଏକ୍କା ଅତିଥି ପରିଚୟ ପ୍ରଦାନ କରିଥିଲେ। ଆନ୍ତର୍ଜାତିକ ଆଥଲେଟ ନିଖିଲ କଳାକାର ପ୍ରଧାନ ମଞ୍ଚ ପରିଚାଳନା କରିଥିବା ସହିତ ରବୀନ୍ଦ୍ର ଭୂମିଜ ଧନ୍ୟବାଦ ପ୍ରସ୍ତାବ ଦେଇ ଥିଲେ। ଝରିଓ କେର୍କେଟା, ରଶ୍ମି ଏକ୍କା, ରଶ୍ମିତା କୁଜୁର, ମିନା ତିର୍କୀ ଓ ନିବେଦିତା ସିଂ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହଯୋଗ କରିଥିଲେ।

Related story