ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପ୍: ବ୍ରୋଞ୍ଜ ପାଇଁ ଲଢ଼ିବେ ଭିନେଶ ଓ ସୀମା

ନୁର୍-ସୁଲତାନ (କଜାଖସ୍ତାନ): ଭାରତର ଶୀର୍ଷ ରେସଲର୍ ଭିନେଶ ଫୋଗଟ୍ ଜାପାନର ଡିଫେଣ୍ଡିଂ ଚାମ୍ପିୟନ୍ ମାୟୁ ମୁକୈଦାଙ୍କଠାରୁ ହାରି ଚଳିତ ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପର ଟାଇଟଲ୍ ଦୌଡ଼ରୁ ବାଦ୍ ପଡ଼ିଛନ୍ତି। ସେ ଏବେ ରିପିଚେଜ୍ ରାଉଣ୍ଡ୍ ଜରିଆରେ ବ୍ରୋଞ୍ଜ ପଦକ ପାଇଁ ଲଢ଼ିବେ। ମୁକୈଦା ୫୩ କେଜି ବର୍ଗର ଫାଇନାଲରେ ସ୍ଥାନ ହାସଲ କରିଛନ୍ତି, ଯଦ୍ଦ୍ୱାରା ଭିନେଙ୍କର ପଦକ ଜିତିବା ଏବଂ ଟୋକିଓ ଅଲିମ୍ପିକକୁ କ୍ୱାଲିଫାଏ କରିବାର ଆଶା ଉଜ୍ଜୀବିତ ହୋଇଛି। କେବଳ ଦୁଇଟି ବିଜୟ ହାସଲ କଲେ, […]

vinesh

vinesh

Ranjit Kumar Jena
  • Published: Tuesday, 17 September 2019
  • Updated: 17 September 2019, 09:49 PM IST

ନୁର୍-ସୁଲତାନ (କଜାଖସ୍ତାନ): ଭାରତର ଶୀର୍ଷ ରେସଲର୍ ଭିନେଶ ଫୋଗଟ୍ ଜାପାନର ଡିଫେଣ୍ଡିଂ ଚାମ୍ପିୟନ୍ ମାୟୁ ମୁକୈଦାଙ୍କଠାରୁ ହାରି ଚଳିତ ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପର ଟାଇଟଲ୍ ଦୌଡ଼ରୁ ବାଦ୍ ପଡ଼ିଛନ୍ତି। ସେ ଏବେ ରିପିଚେଜ୍ ରାଉଣ୍ଡ୍ ଜରିଆରେ ବ୍ରୋଞ୍ଜ ପଦକ ପାଇଁ ଲଢ଼ିବେ। ମୁକୈଦା ୫୩ କେଜି ବର୍ଗର ଫାଇନାଲରେ ସ୍ଥାନ ହାସଲ କରିଛନ୍ତି, ଯଦ୍ଦ୍ୱାରା ଭିନେଙ୍କର ପଦକ ଜିତିବା ଏବଂ ଟୋକିଓ ଅଲିମ୍ପିକକୁ କ୍ୱାଲିଫାଏ କରିବାର ଆଶା ଉଜ୍ଜୀବିତ ହୋଇଛି। କେବଳ ଦୁଇଟି ବିଜୟ ହାସଲ କଲେ, ଭିନେଶ ଟୋକିଓ ଅଲିମ୍ପିକରେ ନିଜ ସ୍ଥାନ ପକ୍କା କରିନେବେ।

ୱାର୍ଲ୍ଡ ଚାମ୍ପିୟନଶିପରେ ପ୍ରଥମ ପଦକ ଜିତିବା ପାଇଁ ଭିନେଶଙ୍କୁ ରିପିଚେଜ୍ ରାଉଣ୍ଡରେ ୟୁକ୍ରେନର ୟୁଲିୟା ଖାଭାଲଦଜି ବ୍ଲାହିନ୍ୟା, ବିଶ୍ୱର ଏକ ନମ୍ବର ରେସଲର୍ ସାରା ଆନ୍ ହିଲ୍ଡେବ୍ରାଣ୍ଡ ଏବଂ ଗ୍ରୀସର ମାରିଆ ପ୍ରିଭୋଲାରାକିଙ୍କୁ ହରାଇବାକୁ ପଡ଼ିବ। ଚଳିତ ସିଜନରେ ଜାପାନ ରେସଲରଙ୍କ ବିପକ୍ଷରେ ଭିନେଶଙ୍କର ଏହାର ଦ୍ୱିତୀୟ ପରାଜୟ। ଏହା ପୂର୍ବରୁ ସେ ଚୀନରେ ଆୟୋଜିତ ଏସିଆନ୍ ଚାମ୍ପିୟନଶିପରେ ସେ ଦୁଇଥରର ବିଶ୍ୱ ଚାମ୍ପିୟନଙ୍କ ନିକଟରୁ ହାରିଯାଇଥିଲେ। ହରିୟାଣାର ଭିନେଶ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ଏସିଆନ୍ ଗେମ୍ସରେ ଟାଇଟଲ୍ ଜିତିଥିଲେ, କିନ୍ତୁ ବିଶ୍ୱ ଚାମ୍ପିୟନଶିପରେ ଏପର୍ଯ୍ୟନ୍ତ ପଦକ ଜିତିବାରେ ସଫଳ ହୋଇନାହାନ୍ତି।

ଅନ୍ୟଏକ ଅଲିମ୍ପିକ୍ ବର୍ଗ (୫୦ କେଜି)ରେ ସୀମା ବିସଲା ପ୍ରି-କ୍ୱାର୍ଟରଫାଇନାଲରେ ତିନିଥରର ଅଲିମ୍ପିକ୍ ବିଜେତା ଆଜାରବୈଜାନର ମାରିୟା ଷ୍ଟାଡନିକଙ୍କଠାରୁ ୨-୯ରେ ପରାସ୍ତ ହୋଇଛନ୍ତି। ଭିନେଶଙ୍କ ଭଳି ସେ ମଧ୍ୟ ବ୍ରୋଞ୍ଜ ଏବଂ ଅଲିମ୍ପିକ୍ କ୍ୱାଲିଫିକେଶନ୍ ଦୌଡ଼ରେ ରହିଛନ୍ତି, କାରଣ ଷ୍ଟାଡନିକ୍ ଫାଇନାଲରେ ପ୍ରବେଶ କରିଛନ୍ତି।

ସେହିପରି ଅଣ-ଅଲିମ୍ପିକ୍ ବର୍ଗରେ କୋମଲ୍ ଗୋଲେ ତୁର୍କୀର ବେଷ୍ଟି ଅଲତୁଗଙ୍କ ବିପକ୍ଷରେ ରକ୍ଷଣାତ୍ମକ ଆଭିମୁଖ୍ୟ ଆପଣାଇଥିଲେ ଏବଂ ୭୨ କେଜି କ୍ୱାଲିଫିକେଶନରେ ୧-୪ରେ ପରାସ୍ତ ହୋଇଥିଲେ। ଅପରପକ୍ଷରେ ଲଲିତାଙ୍କୁ ୫୫ କେଜି ବର୍ଗରେ ମଙ୍ଗୋଲିଆର ବୋଲୋରତୁୟାଙ୍କ ବାତ୍ ଓଚିର୍ ୧୦-୩ରେ ପରାସ୍ତ କରିଥିଲେ । କୋମଲ ଓ ଲଲତି ଚାମ୍ପିୟନଶିପରୁ ବାଦ୍ ପଡ଼ିଛନ୍ତି, କାରଣ ବୋଲୋରତୁୟା ଓ ଅଲତୁଗ କ୍ୱାର୍ଟରଫାଇନାଲରୁ ଆଗକୁ ବଢ଼ିପାରିନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos