ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପ୍: ଅଲିମ୍ପିକକୁ କ୍ୱାଲିଫାଏ କଲେ ବଜରଙ୍ଗ ଓ ରବି

ନୁର୍-ସୁଲତାନ (କଜାଖସ୍ତାନ): ବିଶ୍ୱର ଏକ ନମ୍ବର ରେସଲର୍ ବଜରଙ୍ଗ ପୁନିଆ (୬୫ କେଜି) ଓ ରବି କୁମାର ଦାହିୟା (୫୭ କେଜି) ଏଠାରେ ଚାଲିଥିବା ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପର ସେମିଫାଇନାଲରେ ପ୍ରବେଶ କରି ଆସନ୍ତାବର୍ଷ ହେବାକୁଥିବା ଟୋକିଓ ଅଲିମ୍ପିକକୁ କ୍ୱାଲିଫାଏ କରିଛନ୍ତି। ତେବେ ଉଭୟ ଭାରତୀୟ ରେସଲରଙ୍କୁ ସେମିଫାଇନାଲରେ ପରାଜୟର ସାମ୍ନା କରିବାକୁ ପଡ଼ିଛି। ସେମାନେ ଶୁକ୍ରବାର ବ୍ରୋଞ୍ଜ ପଦକ ପାଇଁ ଲଢ଼ିବେ। ରବି ୫୭ କେଜି ସେମିଫାଇନାଲରେ ରୁଷର ଜୌର୍ ଉଗୁଏଭଙ୍କଠାରୁ ୪-୬ରେ ପରାସ୍ତ ହୋଇଥିବା […]

wrestling

wrestling

Ranjit Kumar Jena
  • Published: Thursday, 19 September 2019
  • Updated: 19 September 2019, 06:22 PM IST

Sports

Latest News

ନୁର୍-ସୁଲତାନ (କଜାଖସ୍ତାନ): ବିଶ୍ୱର ଏକ ନମ୍ବର ରେସଲର୍ ବଜରଙ୍ଗ ପୁନିଆ (୬୫ କେଜି) ଓ ରବି କୁମାର ଦାହିୟା (୫୭ କେଜି) ଏଠାରେ ଚାଲିଥିବା ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପର ସେମିଫାଇନାଲରେ ପ୍ରବେଶ କରି ଆସନ୍ତାବର୍ଷ ହେବାକୁଥିବା ଟୋକିଓ ଅଲିମ୍ପିକକୁ କ୍ୱାଲିଫାଏ କରିଛନ୍ତି। ତେବେ ଉଭୟ ଭାରତୀୟ ରେସଲରଙ୍କୁ ସେମିଫାଇନାଲରେ ପରାଜୟର ସାମ୍ନା କରିବାକୁ ପଡ଼ିଛି। ସେମାନେ ଶୁକ୍ରବାର ବ୍ରୋଞ୍ଜ ପଦକ ପାଇଁ ଲଢ଼ିବେ।

ରବି ୫୭ କେଜି ସେମିଫାଇନାଲରେ ରୁଷର ଜୌର୍ ଉଗୁଏଭଙ୍କଠାରୁ ୪-୬ରେ ପରାସ୍ତ ହୋଇଥିବା ବେଳେ ବଜରଙ୍ଗ ୬୫ କେଜି ବର୍ଗର ଅନ୍ତିମ-୪ ମୁକାବିଲାରେ କଜାଖସ୍ତାନର ଦୌଲତ ନିୟାଜବେକୋଭଙ୍କଠାରୁ ହାରିଯାଇଛନ୍ତି। ପୁନିଆ ଏକ ସମୟରେ ୨-୯ରେ ପଛୁଆ ଥିଲେ, କିନ୍ତୁ ପରେ ସେ ପ୍ରତ୍ୟାବର୍ତ୍ତନ କରି ଏହାକୁ ୯-୯ରେ ବରାବର କରିଥିଲେ। ହେଲେ ଟାଇବ୍ରେକରରେ ପୁନିଆ ହାରିଯାଇଥିଲେ। ଗତବର୍ଷ ବୁଦାପେଷ୍ଟରେ ଆୟୋଜିତ ୱାର୍ଲ୍ଡ ଚାମ୍ପିୟନଶିପରେ ବଜରଙ୍ଗ ରୌପ୍ୟ ପଦକ ଜିତିଥିଲେ। ତେବେ ୱାର୍ଲ୍ଡ ଚାମ୍ପିୟନଶିପରେ ସୁଶୀଲ କୁମାର ଏକମାତ୍ର ଭାରତୀୟ ରେସଲର୍ ଭାବେ ୨୦୧୦ରେ ମସ୍କୋରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ବଜରଙ୍ଗ ନିଜର ପ୍ରଥମ ମୁକାବିଲାରେ ପୋଲାଣ୍ଡର କ୍ରିଜଟଫ୍ ବିଏନକୋନସ୍କିଙ୍କୁ ୯-୨ରେ ପରାସ୍ତ କରିଥିଲେ। ପ୍ରି-କ୍ୱାର୍ଟରଫାଇନାଲରେ ସେ ସ୍ଲୋଭାକିଆର ଡେଭିଡ୍ ହାବାଟଙ୍କୁ ୩-୦ରେ ହରାଇ କ୍ୱାର୍ଟରଫାଇନାଲରେ ସ୍ଥାନ ହାସଲ କରିଥିଲେ। କ୍ୱାର୍ଟରରେ ବଜରଙ୍ଗ କୋରିଆର ଜଙ୍ଗ ଚୋଇ ସୋନଙ୍କ ୮-୧ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲେ।

ଅନ୍ୟପକ୍ଷରେ ରବି ନିଜର ପ୍ରଥମ ମୁକାବିଲାରେ କୋରିଆର କିମ୍ ସୁଙ୍ଗଙ୍କୁ ୧୧-୦ରେ ହରାଇଥିବା ବେଳେ ପ୍ରି-କ୍ୱାର୍ଟରଫାଇନାଲରେ ଆର୍ମେନିଆର ଆର୍ସେନ୍ ହାରୁତୟୁନୟାନଙ୍କୁ ୧୮-୬ରେ ହରାଇ କ୍ୱାର୍ଟରରେ ପହଞ୍ଚିଥିଲେ। ଅନ୍ତିମ-୮ରେ ରବି ପୂର୍ବତନ ୱାର୍ଲ୍ଡ ଚାମ୍ପିୟନ୍ ଜାପାନର ୟୁକି ତାକାହାଶିଙ୍କୁ ୬-୧ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲେ ଏବଂ ଏହା ସହ ଭାରତକୁ ଟୋକିଓ ଅଲିମ୍ପିକର ଦ୍ୱିତୀୟ କୋଟା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story