ରେସଲର ଭିନେଶ ଫୋଗଟଙ୍କୁ କରୋନା

ନୂଆଦିଲ୍ଲୀ: ଏସିଆନ ଗେମ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିବା ଭିନେଶ ଫୋଗଟ ଆଜି ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ନିକଟରେ ଭିନେଶ ରାଜୀବ ଗାନ୍ଧି ଖେଳ ରତ୍ନ ସମ୍ମାନରେ ସମ୍ମାନୀତ ହେବାକୁ ମନୋନୀତ ହୋଇଥିଲେ। ସେପ୍ଟେମ୍ବର ୧ରୁ ଅଲିମ୍ପିକ ପାଇଁ ନ୍ୟାଶନାଲ କ୍ୟାମ୍ପ ଆରମ୍ଭ ହେବ। ତେବେ ଗତକାଲି ଭିନେଶ ଏହି କ୍ୟାମ୍ପରେ ଯୋଗଦେବେ ନାହିଁ ବୋଲି ନିଜ ଆଡ଼ୁ ଘୋଷଣା କରିଥିଲେ। […]

g

Hemant Lenka
  • Published: Friday, 28 August 2020
  • , Updated: 28 August 2020, 08:51 PM IST

ନୂଆଦିଲ୍ଲୀ: ଏସିଆନ ଗେମ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିବା ଭିନେଶ ଫୋଗଟ ଆଜି ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ନିକଟରେ ଭିନେଶ ରାଜୀବ ଗାନ୍ଧି ଖେଳ ରତ୍ନ ସମ୍ମାନରେ ସମ୍ମାନୀତ ହେବାକୁ ମନୋନୀତ ହୋଇଥିଲେ।

ସେପ୍ଟେମ୍ବର ୧ରୁ ଅଲିମ୍ପିକ ପାଇଁ ନ୍ୟାଶନାଲ କ୍ୟାମ୍ପ ଆରମ୍ଭ ହେବ। ତେବେ ଗତକାଲି ଭିନେଶ ଏହି କ୍ୟାମ୍ପରେ ଯୋଗଦେବେ ନାହିଁ ବୋଲି ନିଜ ଆଡ଼ୁ ଘୋଷଣା କରିଥିଲେ। କରୋନା ସଂକ୍ରମଣ ଆଶଙ୍କା କରି ଲକ୍ଷ୍ନୌ କ୍ୟାମ୍ପରେ ସେ ଯୋଗଦେବେ ନାହିଁ ବୋଲି କହିଥିଲେ। ପୁରୁଷ ରେସଲରଙ୍କ କ୍ୟାମ୍ପ ସୋନପିତରେ ହେବାକୁ ଥିବା ବେଳେ ମହିଳାଙ୍କ କ୍ୟାମ୍ପ ଲକ୍ଷ୍ନୌରେ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି।

Related story