ଦୁବାଇ: ପାକିସ୍ତାନର ଲେଗ-ସ୍ପିନର ୟାଶୀର ଶାହଙ୍କୁ ଆଇସିସି ୩ ମାସ ପାଇଁ ବାସନ୍ଦ କରିଛି। ଏହି ବାସନ୍ଦ ଯୋଗୁଁ ସେ ପାକିସ୍ତାନ ସୁପର ଲିଗ୍, ଆଇସିସି ବିଶ୍ୱକପ୍ ଟି-୨୦ ଓ ଏସିଆ କପ୍ ଖେଳିପାରିବେ ନାହିଁ। ୱାଡା ଦ୍ୱାରା ନିଷେଧ କରାଯାଇଥିବା ଏକ ଔଷଧ ସେବନ କରିବା କାରଣରୁ ସେ ଆସନ୍ତା ଜୁନ ମାସ ଯାଏଁ କୌଣସି ଅନ୍ତର୍ଜାତୀୟ ବା ଘରୋଇ ମ୍ୟାଚ୍ ଖେଳିପାରିବେ ନାହିଁ।
ପିସିବି ଅଧ୍ୟକ୍ଷ ଶହାୟାର ଖାନ୍ କହିଛନ୍ତି ଯେ, ୟାଶୀରକୁ ଭୁଲ ବସତଃ ତାଙ୍କ ପତ୍ନୀ ଏହି ଔଷଧ ଖାଇବାକୁ ଦେଇ ଦେଇଥିଲେ। ସେ ଜାଣିଶୁଣି ଏହି ଔଷଧ ଖାଇ ନ ଥିଲେ ବୋଲି ସେ କହିଛନ୍ତି।
ୟାଶୀର ପାକିସ୍ତାନ ପକ୍ଷରୁ ୧୨ଟି ଟେଷ୍ଟ ଓ ୧୫ଟି ଏକ ଦିବସୀୟ ଖେଳିଛନ୍ତି।