କୋହଲିଙ୍କୁ ଏମିତି ପ୍ରଶଂସା କଲେ ଆଫ୍ରିଦି

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ କ୍ୟାପଟେନ୍ ଶାହିଦ୍ ଆଫ୍ରିଦି ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ୍ କୋହଲିଙ୍କ ବ୍ୟାଟିଂକୁ ଖୁବ୍ ପ୍ରଶଂସା କରିଛନ୍ତି। ସେ ମଧ୍ୟ କୋହଲିଙ୍କୁ ଅନୁରୋଧ କରିଛନ୍ତି ଯେ ବିରାଟ ଏହିଭଳି ଭାବେ ବିଶ୍ୱର ସବୁ ପ୍ରଶଂସକଙ୍କୁ ମନୋରଞ୍ଜନ କରିବା ଜାରି ରଖନ୍ତୁ। Congratulations @imVkohli You are a great player indeed, wish you continued success, keep entertaining cricket fans all around the world. https://t.co/OoDmlEECcu — Shahid […]

afridi

afridi

Ranjit Kumar Jena
  • Published: Thursday, 19 September 2019
  • Updated: 19 September 2019, 05:45 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ କ୍ୟାପଟେନ୍ ଶାହିଦ୍ ଆଫ୍ରିଦି ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ୍ କୋହଲିଙ୍କ ବ୍ୟାଟିଂକୁ ଖୁବ୍ ପ୍ରଶଂସା କରିଛନ୍ତି। ସେ ମଧ୍ୟ କୋହଲିଙ୍କୁ ଅନୁରୋଧ କରିଛନ୍ତି ଯେ ବିରାଟ ଏହିଭଳି ଭାବେ ବିଶ୍ୱର ସବୁ ପ୍ରଶଂସକଙ୍କୁ ମନୋରଞ୍ଜନ କରିବା ଜାରି ରଖନ୍ତୁ।

କୋହଲି ଏବେ ଟି-୨୦ କ୍ରିକେଟରେ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ମୋହାଲିରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ କୋହଲି ୭୨ ରନର ଇନିଂସ୍ ଖେଳି ରୋହିତ୍ ଶର୍ମାଙ୍କୁ ପଛରେ ପକାଇଛନ୍ତି। କୋହଲିଙ୍କ ଏହି ବ୍ୟାଟିଂ ପ୍ରଦର୍ଶନକୁ ଦେଖି ଆଫ୍ରିଦି ତାଙ୍କୁ ପ୍ରଶଂସା ନକରି ରହିପାରି ନାହାନ୍ତି। ଆଇସିସି ପକ୍ଷରୁ ଜାରି ହୋଇଥିବା ଟ୍ୱିଟର ପ୍ରତିକ୍ରିୟା ଦେଇ ଆଫ୍ରିଦି କୋହଲିଙ୍କୁ ପ୍ରଶଂସା କରିଛନ୍ତି।

ଆଫ୍ରିଦି ଟ୍ୱିଟ୍ କରିଛନ୍ତି ଯେ, "ଆପଣଙ୍କୁ ଶୁଭେଚ୍ଛା। ଆପଣ ଜଣେ ମହାନ୍ ଖେଳାଳି। ଏଭଳି ଦମଦାର ପ୍ରଦର୍ଶନ କରୁଥିବାରୁ ଆପଣଙ୍କୁ ଶୁଭକାମନା। ଆଶା କରୁଛି, ଆପଣ ସାରା ବିଶ୍ୱର କ୍ରିକେଟ୍ ପ୍ରଶଂସକଙ୍କୁ ଏଭଳି ମନୋରଞ୍ଜନ କରିବା ଜାରି ରଖିବେ।" ସୂଚନାଯୋଗ୍ୟ, ଆଇସିସି ଟ୍ୱିଟ୍ କରିଥିଲା ଯେ, ପୁଣି କୋହଲି ତିନୋଟି ଯାକ ଫର୍ମାଟରେ ୫୦ରୁ ଅଧିକ ହାରରେ ରନ୍ କରିବାରେ ସଫଳ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos