ଇତିହାସ ରଚିଲେ ଜିମନାଷ୍ଟ ଦୀପା କର୍ମକାର: ପ୍ରଥମ ଭାରତୀୟ ଭାବେ ଖଳିବେ ବିଶ୍ୱ ଚାମ୍ପିଅନସିପ

ନୂଆଦିଲ୍ଲୀ: ଇତିହାସ ରଚିଛନ୍ତି ଭାରତର ଯୁବ ଜିମନାଷ୍ଟ ଦୀପା କର୍ମକାର। ପ୍ରଥମ ଭାରତୀୟ ଭାବେ ବିଶ୍ୱ ଜିମ୍ନାଷ୍ଟିକ୍ସ ଚାମ୍ପିଅନସିପର ଫାଇନାଲିଷ୍ଟରେ ପ୍ରବେଶ କରିଛନ୍ତି। ଅଗରତାଲାର ଏହି ୨୨ ବର୍ଷିୟ ଜିମନାଷ୍ଟ ମୋଟ ୧୪.୯୦୦ ପଏଣ୍ଟ ହାତେଇ ଏହି ଇତିହାସ ରଚିଛନ୍ତି। ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ୨୦୧୫ ବିଶ୍ୱ ଆଟିଷ୍ଟିକ ଜିମାଷ୍ଟିକ ଚାମ୍ପିଅନସିପ ଅନୁଷ୍ଠିତ ହେବ। ଆମେରିକାର ସିମୋନେ ବାଇଲ୍ସ ୧୫.୬୩୩ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ରହିଥିବା ବେଳେ କର୍ମକାର ସପ୍ତମ ଓ ମେସ୍କିକୋର ଆଲେକ୍ସା ମାରୋନା ଅଷ୍ଟମ […]

dipa-karmakar

Rakesh Mallick
  • Published: Sunday, 25 October 2015
  • , Updated: 25 October 2015, 02:55 PM IST

ନୂଆଦିଲ୍ଲୀ: ଇତିହାସ ରଚିଛନ୍ତି ଭାରତର ଯୁବ ଜିମନାଷ୍ଟ ଦୀପା କର୍ମକାର। ପ୍ରଥମ ଭାରତୀୟ ଭାବେ ବିଶ୍ୱ ଜିମ୍ନାଷ୍ଟିକ୍ସ ଚାମ୍ପିଅନସିପର ଫାଇନାଲିଷ୍ଟରେ ପ୍ରବେଶ କରିଛନ୍ତି। ଅଗରତାଲାର ଏହି ୨୨ ବର୍ଷିୟ ଜିମନାଷ୍ଟ ମୋଟ ୧୪.୯୦୦ ପଏଣ୍ଟ ହାତେଇ ଏହି ଇତିହାସ ରଚିଛନ୍ତି। ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ୨୦୧୫ ବିଶ୍ୱ ଆଟିଷ୍ଟିକ ଜିମାଷ୍ଟିକ ଚାମ୍ପିଅନସିପ ଅନୁଷ୍ଠିତ ହେବ।

ଆମେରିକାର ସିମୋନେ ବାଇଲ୍ସ ୧୫.୬୩୩ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ରହିଥିବା ବେଳେ କର୍ମକାର ସପ୍ତମ ଓ ମେସ୍କିକୋର ଆଲେକ୍ସା ମାରୋନା ଅଷ୍ଟମ ସ୍ଥାନରେ ପାଇଛନ୍ତି। ସୂଚନାଯୋଗ୍ୟ, ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡାରେ ପ୍ରଥମ ଭାରତୀୟ ଭାବେ ଦୀପା କର୍ମକାର ବ୍ରୋଞ୍ଚ ପଦକ ପାଇ ରେକର୍ଡ କରିଥିଲେ । ଗତ ଅଗଷ୍ଟରେ ମଧ୍ୟ ସେ ହିରୋସୀମା ଏସିଆନ୍ ଚାମ୍ପିଅନସିପରେ ବ୍ରୋଞ୍ଚ ପଦକ ଜିତି ଥିଲେ।

Related story