ଦିନିକିଆରୁ ୟୁନିସ ଖାନଙ୍କ ଅବସର

ଆବୁଧାବୀ: ପାକିସ୍ତାନ ବ୍ୟାଟ୍ସମ୍ୟାନ ୟୁନିସ ଖାନ୍ ଦିନିକିଆ ଫର୍ମାଟରୁ ଅବସର ନେବାକୁ ଘୋଷଣା କରିଛନ୍ତି। ବୁଧବାର ଆ‍ବୁଧାବୀରେ ଇଂଲଣ୍ଡ ବିପକ୍ଷ ମ୍ୟାଚ ପରେ ସେ ଏହି ଘୋଷଣା କରିଛନ୍ତି। ୟୁନିସ ଖାନ ପାକିସ୍ତାନ ପାଇଁ ୨୬୪ଟି ଏକଦିବସୀୟ ଖେଳି ୭,୨୪୦ ରନ ସଂଗ୍ରହ କରିଛନ୍ତି। ଏଥିରେ ୭ଟି ଶତକ ଓ ୪୮ଟି ଅର୍ଦ୍ଧଶତକ ରହିଛି। ସେହିପରି ସେ ୧୦୪ଟି ଟେଷ୍ଟ ମ୍ୟାଚ ଖେଳି ୯,୧୧୬ ରନ ସଂଗ୍ରହ କରିଛନ୍ତି। ଟେଷ୍ଟରେ ୩୧ଟି ଶତକ ସହ ୩୦ଟି ଅର୍ଦ୍ଧଶତକ […]

younis-khan-retires

Rakesh Mallick
  • Published: Wednesday, 11 November 2015
  • , Updated: 11 November 2015, 12:00 PM IST

ଆବୁଧାବୀ: ପାକିସ୍ତାନ ବ୍ୟାଟ୍ସମ୍ୟାନ ୟୁନିସ ଖାନ୍ ଦିନିକିଆ ଫର୍ମାଟରୁ ଅବସର ନେବାକୁ ଘୋଷଣା କରିଛନ୍ତି। ବୁଧବାର ଆ‍ବୁଧାବୀରେ ଇଂଲଣ୍ଡ ବିପକ୍ଷ ମ୍ୟାଚ ପରେ ସେ ଏହି ଘୋଷଣା କରିଛନ୍ତି।

ୟୁନିସ ଖାନ ପାକିସ୍ତାନ ପାଇଁ ୨୬୪ଟି ଏକଦିବସୀୟ ଖେଳି ୭,୨୪୦ ରନ ସଂଗ୍ରହ କରିଛନ୍ତି। ଏଥିରେ ୭ଟି ଶତକ ଓ ୪୮ଟି ଅର୍ଦ୍ଧଶତକ ରହିଛି। ସେହିପରି ସେ ୧୦୪ଟି ଟେଷ୍ଟ ମ୍ୟାଚ ଖେଳି ୯,୧୧୬ ରନ ସଂଗ୍ରହ କରିଛନ୍ତି। ଟେଷ୍ଟରେ ୩୧ଟି ଶତକ ସହ ୩୦ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ସେ।

୨୦୦୦ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ସେ ରାଉଲ ପିଣ୍ଡିରେ ପ୍ରଥମ ଦିନିକିଆ ଓ କରାଚୀରେ ଟେଷ୍ଟ ଜୀବନ ଆରମ୍ଭ କରିଥିଲେ।

Related story