ଯୁବରାଜ-କୈଫ୍‌ ଥିଲେ ସବୁଠୁ ଭୟଙ୍କର ଫିଲ୍ଡର୍‌: ଜଣ୍ଟିରୋଡ୍ସ୍‌

ମୁମ୍ବାଇ: ଟିମ୍‌ ଇଣ୍ଡିଆର ସବୁଠୁ ଭଲ ଫିଲ୍ଡର କଥା ଉଠିଲେ ଆମେ ନିଶ୍ଚିତ ଭାବେ ଦ୍ୱନ୍ଦରେ ପଡିଯାଉ। କାରଣ ବର୍ତ୍ତାମାନ ଟିମ୍‌ ଇଣ୍ଡିଆର ଫିଲ୍ଡିଂ ବିଭାଗ ପୂର୍ବଭଳି  ଆଉ ନାହିଁ। ଅନେକ ମାତ୍ରାରେ ସୁଧୁରି ଗଲାଣି।ଏଭଳି ପରିସ୍ଥିତିରେ ଦକ୍ଷିଣ ଆଫ୍ରିକାର ପୂର୍ବତନଷ୍ଟାର ଖେଳାଳି ତାଥା ବିଶ୍ୱର ସର୍ବଶ୍ରେଷ୍ଠ ଫିଲ୍ଡର୍‌ ଭାବେ ଗଣାହେଉଥିବ ଜଣ୍ଟିରୋଡ୍ସ୍ ଭାରତୀୟ ଫିଲ୍ଡିଂକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ‘ଆମ ସମୟରେ ଯୁବରାଜ ସିଂ ଓ ମହମ୍ମଦ୍‌ କେଫ୍‌ ସର୍ବଶ୍ରେଷ୍ଠ ଫିଲ୍ଡର୍ ଭାବେ […]

India's Mohammad Kaif, left, celebrates with Yuvra

Rakesh Mallick
  • Published: Thursday, 10 August 2017
  • , Updated: 10 August 2017, 04:54 PM IST

ମୁମ୍ବାଇ: ଟିମ୍‌ ଇଣ୍ଡିଆର ସବୁଠୁ ଭଲ ଫିଲ୍ଡର କଥା ଉଠିଲେ ଆମେ ନିଶ୍ଚିତ ଭାବେ ଦ୍ୱନ୍ଦରେ ପଡିଯାଉ। କାରଣ ବର୍ତ୍ତାମାନ ଟିମ୍‌ ଇଣ୍ଡିଆର ଫିଲ୍ଡିଂ ବିଭାଗ ପୂର୍ବଭଳି  ଆଉ ନାହିଁ। ଅନେକ ମାତ୍ରାରେ ସୁଧୁରି ଗଲାଣି।ଏଭଳି ପରିସ୍ଥିତିରେ ଦକ୍ଷିଣ ଆଫ୍ରିକାର ପୂର୍ବତନଷ୍ଟାର ଖେଳାଳି ତାଥା ବିଶ୍ୱର ସର୍ବଶ୍ରେଷ୍ଠ ଫିଲ୍ଡର୍‌ ଭାବେ ଗଣାହେଉଥିବ ଜଣ୍ଟିରୋଡ୍ସ୍ ଭାରତୀୟ ଫିଲ୍ଡିଂକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ‘ଆମ ସମୟରେ ଯୁବରାଜ ସିଂ ଓ ମହମ୍ମଦ୍‌ କେଫ୍‌ ସର୍ବଶ୍ରେଷ୍ଠ ଫିଲ୍ଡର୍ ଭାବେ ଗଣାହେଉଥିଲେ’, ହେଲେ ବର୍ତ୍ତାମାନ କିନ୍ତୁ ଟିମ୍‌ ଇଣ୍ଡିରେ ସୁରେଶ ରାଇନ ସବୁଠୁ ଭଲ ଫିଲ୍ଡିଂ କରୁଥିବା ନଜର ଆସୁଛନ୍ତି।  ଜଣ୍ଟିରୋଡ୍ସ୍ କହିଛନ୍ତି ସୁରେଶ ରାଇନାଙ୍କ ଫିଲ୍ଡିଂ ଦେଖିଲେ ତାଙ୍କୁ ନିଜ ଖେଳ କଥା ମନେପଡିଯାଏ। ଅନ୍ୟପଟେ ବିରାଟ କୋହଲିଙ୍କୁ ସଚିନଙ୍କ ସହ ତୁଳନା କରିବାକୁ ସେ ନାପସନ୍ଦ କରିଛନ୍ତି। ସେ କହିଛନ୍ତି ଏହି ଦୁଇ ଖେଳାଳି ନିଜ ନିଜ ଖେଳ ପାଇଁ ମହାନ।

Related story