ଯୁବରାଜ ଆଉଟ୍‌ ମନିଷ ପାଣ୍ଡେ ଇନ୍‌: ରୋହିତ ହେଲେ ଟିମ୍‌ ଇଣ୍ଡିଆର ଉପ-ଅଧିନାୟକ

ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ୫ଟି ଦିନିକିଆ ଓ ଗୋଟିଏ ଟି-ଟୋଣ୍ଟି ପାଇଁ ଭାରତୀୟ ଟିମ୍‌ ଘୋଷଣା ହୋଇଛି। ଯେଉଁଥିରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂ, ଅଶ୍ୱିନ ଓ ଜାଡେଜାଙ୍କୁ ଟିମ୍‌ରେ ସ୍ଥାନ ମିଳିନାହିଁ। ଅନ୍ୟପଟେ ମନିଷ ପାଣ୍ଡେଙ୍କୁ ଏଥର ସୁଯୋଗ ମିଳିଛି। ତିନି ଟିକିଆ ଟେଷ୍ଟ ସିରିଜ ଶେଷ ହେବା ପରେ ଶ୍ରୀଲଙ୍କା ବିପକ୍ଷରେ ଟିମ୍‌ ଇଣ୍ଡିଆ ୫ଟି ଦିନିକିଆ ଓ ଗୋଟିଏ ଟି-ଟୋଣ୍ଟି ମ୍ୟାଚ୍‌ ଖେଳିବ। ଏଥିପାଇଁ ଟିମ୍‌ ଇଣ୍ଡିଆରେ ସ୍ଥାନ ପାଇଥିବା […]

Ind vs Eng 2nd ODI

Rakesh Mallick
  • Published: Sunday, 13 August 2017
  • , Updated: 13 August 2017, 09:48 PM IST

ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ୫ଟି ଦିନିକିଆ ଓ ଗୋଟିଏ ଟି-ଟୋଣ୍ଟି ପାଇଁ ଭାରତୀୟ ଟିମ୍‌ ଘୋଷଣା ହୋଇଛି। ଯେଉଁଥିରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂ, ଅଶ୍ୱିନ ଓ ଜାଡେଜାଙ୍କୁ ଟିମ୍‌ରେ ସ୍ଥାନ ମିଳିନାହିଁ। ଅନ୍ୟପଟେ ମନିଷ ପାଣ୍ଡେଙ୍କୁ ଏଥର ସୁଯୋଗ ମିଳିଛି।

ତିନି ଟିକିଆ ଟେଷ୍ଟ ସିରିଜ ଶେଷ ହେବା ପରେ ଶ୍ରୀଲଙ୍କା ବିପକ୍ଷରେ ଟିମ୍‌ ଇଣ୍ଡିଆ ୫ଟି ଦିନିକିଆ ଓ ଗୋଟିଏ ଟି-ଟୋଣ୍ଟି ମ୍ୟାଚ୍‌ ଖେଳିବ। ଏଥିପାଇଁ ଟିମ୍‌ ଇଣ୍ଡିଆରେ ସ୍ଥାନ ପାଇଥିବା ଖେଳାଳି ହେଲେ- ବିରାଟ କୋହଲି, ଶିଖର ଧାୱନ, ରୋହିତ ଶର୍ମା, କେଏଲ୍‌ ରାହୁଲ, ମନିଷ ପାଣ୍ଡେ, ରାହାନେ, କେଦାର ଯାଦବ, ଧୋନୀ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ସର ପଟେଲ, କୁଲଦୀପ ଯାଦବ, ଚହଲ୍, ବୁମ୍‌ରା, ଭୁବନେଶ୍ୱର କୁମାର ଓ ଏସ୍‌ ଠାକୁର।

ଟିମ୍‌ ଇଣ୍ଡିଆ ଘୋଷଣା ହେବାପରେ ଯୁବରାଜଙ୍କ ପ୍ରଶଂସକଙ୍କୁ ବେଶ୍‌ ନିରାଶ ହେବାକୁ ପଡିଛି। ଚଳିତ ବର୍ଷ ଯୁବରାଜଙ୍କ ପ୍ରଦର୍ଶନ ଏତେ ଖରାପ ନ ଥିବା ବେଳେ ତାଙ୍କୁ ଦଳରେ ସ୍ଥାନ ଦିଆ ନ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅଶ୍ୱିନ ଓ ଜାଡେଜାଙ୍କୁ ଏଥର ବିଶ୍ରାମ ଦିଆଯାଇଥିବା କୁହାଯାଉଛି। ଅନ୍ୟପଟେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ସଫଳ ଅଧିନାୟକ ରୋହିତ ଶର୍ମାଙ୍କୁ ଟିମ୍‌ ଇଣ୍ଡିଆର ଉପଅଧିନାୟକ କରାଯାଇଛି।

Related story