ଯୁବରାଜଙ୍କ ବିଶ୍ୱରେକର୍ଡ ଭାଙ୍ଗୁ ଭାଙ୍ଗୁ ରହିଗଲା: ଇତିହାସ ରଚିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଡେଭିଡ୍‌ ମିଲର୍‌ ବାଂଲାଦେଶ ବିପକ୍ଷ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ମାତ୍ର ୩୫ ବଲରେ ଶତକ ହାସଲ କରିଛନ୍ତି। ଏହି ଶତକ ଟି-ଟ୍ୱେଣ୍ଟିରେ ସବୁଠୁ ଦୃତତ୍ତମ ଶତକ। ମିଲର ଏହି ମ୍ୟାଚରେ ୩୬ ବଲରେ ୧୦୧ ରନର ପାଳି ଖେଳିଥିଲେ। ମିଲରଙ୍କ ଏହି ବିସ୍ଫୋରକ ପାଳି ବଳରେ ଦକ୍ଷିଣ ଆଫ୍ରିକା ବାଂଲାଦେଶକୁ ୮୩ ରନରେ ପରାସ୍ତ କରିଥିଲା। ଆହୁରି ମଧ୍ୟ ପଢନ୍ତୁ: ସାନିଆଙ୍କୁ ଭୁଲ୍ ମାଗିଲେ ପାକ୍‌ କ୍ରିକେଟର ଶାଦବ, କାରଣ […]

b02d5-1502106570-800

Rakesh Mallick
  • Published: Monday, 30 October 2017
  • , Updated: 31 October 2017, 01:28 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଡେଭିଡ୍‌ ମିଲର୍‌ ବାଂଲାଦେଶ ବିପକ୍ଷ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ମାତ୍ର ୩୫ ବଲରେ ଶତକ ହାସଲ କରିଛନ୍ତି। ଏହି ଶତକ ଟି-ଟ୍ୱେଣ୍ଟିରେ ସବୁଠୁ ଦୃତତ୍ତମ ଶତକ। ମିଲର ଏହି ମ୍ୟାଚରେ ୩୬ ବଲରେ ୧୦୧ ରନର ପାଳି ଖେଳିଥିଲେ। ମିଲରଙ୍କ ଏହି ବିସ୍ଫୋରକ ପାଳି ବଳରେ ଦକ୍ଷିଣ ଆଫ୍ରିକା ବାଂଲାଦେଶକୁ ୮୩ ରନରେ ପରାସ୍ତ କରିଥିଲା।

ଆହୁରି ମଧ୍ୟ ପଢନ୍ତୁ: ସାନିଆଙ୍କୁ ଭୁଲ୍ ମାଗିଲେ ପାକ୍‌ କ୍ରିକେଟର ଶାଦବ, କାରଣ ଜାଣିଲେ ହସିହସି ହେବେ ବେଦମ୍‌

ଏହି ମ୍ୟାଚ୍‌ରେ କିନ୍ତୁ ଆଉ ଏକ ବିଶ୍ୱ ରେକର୍ଡ ଭାଙ୍ଗୁଭାଙ୍ଗୁ ରହିଗଲା। ଆନ୍ତର୍ଜାତୀୟ ଟି-ଟ୍ୱେଣ୍ଟିର ଗୋଟିଏ ଓଭରରେ ୬ଟି ବଲରୁ ୬ଟି ଛକା ମାରିବାର ରେକର୍ଡ ଯୁବରାଜ ସିଂଙ୍କ ନାଁରେ ରହିଛି। ହେଲେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଯୁବରାଜଙ୍କ ଏହି ରେକର୍ଡ ଭାଙ୍ଗୁ ଭାଙ୍ଗୁ ଅଟକିଯାଇଥିଲା। ବାଂଲାଦେଶ ବିପକ୍ଷ ମ୍ୟାଚର ୧୯ ଓଭରରେ ମିଲର ୫ଟି ବଲରୁ ୫ଟି ଛକା ମାରିବା ପରେ କିଛି ସମୟ ପାଇଁ ଯୁବରାଜଙ୍କ ରେକର୍ଡ ଭାଙ୍ଗିଯିବା ଭଳି ଲାଗିଥିଲା। କିନ୍ତୁ ଶେଷ ବଲରେ ମିଲର କିନ୍ତୁ ଛକା ମାରିପାରିନଥିଲେ। ଯୁବରାଜ ଇଂଲଣ୍ଡ ବିପକ୍ଷରେ ୬ଟି ବଲରେ ୬ଟି ଛକା ମାରି ବିଶ୍ୱ ରେକର୍ଡ କରିଥିଲେ। ଯାହା ଆଜି ପର୍ଯ୍ୟନ୍ତ କୌଣସି ଖେଳାଳି ଏହାକୁ ଭାଙ୍ଗିପାରିନାହାଁନ୍ତି।

Related story