ଯୁବିଙ୍କ ବ୍ୟାଟ୍‌ରୁ ପୁଣି ବର୍ଷିଲା ରନ୍

ବ୍ରାମ୍ପଟନ୍: ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଥିବା ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ଚଳିତ ଗ୍ଲୋବାଲ୍ ଟି-୨୦ କ୍ୟାନାଡ଼ାରେ ଖୁବ୍ ରନ୍ ବର୍ଷା କରୁଛନ୍ତି। ଟରଣ୍ଟୋ ନ୍ୟାଶନାଲ୍ସ ପକ୍ଷରୁ ଖେଳୁଥିବା ୩୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଯୁବରାଜ ବ୍ରାମ୍ପଟନ୍ ମଇଦାନରେ ଶନିବାର ଖେଳାଯାଇଥିବା ମ୍ୟାଚରେ ମାତ୍ର ୨୨ ବଲରେ ୫୧ ରନର ଧୂଆଁଧାର ଇନିଂସ୍ ଖେଳିଛନ୍ତି। What an entertainer!@YUVSTRONG12 hammered the bowling attack in his innings of 51(22). The Southpaw hit […]

yuvi

Ranjit Kumar Jena
  • Published: Sunday, 04 August 2019
  • , Updated: 04 August 2019, 04:47 PM IST

ବ୍ରାମ୍ପଟନ୍: ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଥିବା ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ଚଳିତ ଗ୍ଲୋବାଲ୍ ଟି-୨୦ କ୍ୟାନାଡ଼ାରେ ଖୁବ୍ ରନ୍ ବର୍ଷା କରୁଛନ୍ତି। ଟରଣ୍ଟୋ ନ୍ୟାଶନାଲ୍ସ ପକ୍ଷରୁ ଖେଳୁଥିବା ୩୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଯୁବରାଜ ବ୍ରାମ୍ପଟନ୍ ମଇଦାନରେ ଶନିବାର ଖେଳାଯାଇଥିବା ମ୍ୟାଚରେ ମାତ୍ର ୨୨ ବଲରେ ୫୧ ରନର ଧୂଆଁଧାର ଇନିଂସ୍ ଖେଳିଛନ୍ତି।

ବ୍ରାମ୍ପଟନ୍ ଉଲଭସ ବିପକ୍ଷ ଏହି ମୁକାବିଲାରେ ଯୁବିଙ୍କ ବ୍ୟାଟରୁ ୩ ଚୌକା ଓ ୫ ବିଶାଳ ଛକା ବାହାରିଛି। ଏହି ମ୍ୟାଚରେ ଯୁବି ବ୍ୟାଟରେ କମାଲ୍ କରିବା ବ୍ୟତୀତ ବୋଲିଂ ଓ ଫିଲ୍ଡିଂରେ ମଧ୍ୟ କମାଲ୍ କରିଛନ୍ତି। ଏହି ମ୍ୟାଚରେ ଯୁବି ଗୋଟିଏ ୱିକେଟ୍ ଏବଂ ଦୁଇଟି ଆକର୍ଷଣୀୟ କ୍ୟାଚ୍ ଦେଇ ଦର୍ଶକଙ୍କ ମନ ଜିଣିଥିଲେ।

ଜର୍ଜ ମୁନସେଙ୍କ ୬୬ ରନ୍ ବଳରେ ବ୍ରାମ୍ପଟନ୍ ୨୦ ଓଭରରେ ୬ ୱିକେଟ୍ ହରାଇ ୨୨୨ ରନ୍ କରିଥିଲା। ଜବାବରେ ଯୁବିଙ୍କ ନେତୃତ୍ୱାଧିନ ଟରଣ୍ଟୋ ନ୍ୟାଶନାଲ୍ସ ମଧ୍ୟ ଭଲ ଆରମ୍ଭ କରିଥିଲା। ଓପନ୍ କରିବାକୁ ଆସିଥିବା ବ୍ରେଣ୍ଡନ୍ ମ୍ୟାକକୁଲମ୍ ଦ୍ରୁତ ୩୬ ରନ୍ କରି ଆଉଟ୍ ହୋଇଥିଲେ।

ଚତୁର୍ଥ ସ୍ଥାନରେ ଯୁବରାଜ ବ୍ୟାଟିଂ କରିବାକୁ ଆସିଥିଲେ। ଯୁବି ଆସିବା ମାତ୍ରକେ ନିଜର ଚିରାଚରିତ ଢ଼ଙ୍ଗରେ ବ୍ୟାଟିଂ କରି ନିଜ ଟିମକୁ ବିଜୟ ଆଡ଼କୁ ନେଇଥିଲେ। କିନ୍ତୁ ୧୬ତମ ଓଭରରେ ଯୁବିଙ୍କ ଆଉଟ୍ ହେବା ପରେ ନ୍ୟାଶନାଲ୍ସ ଟିମର ବିଜୟ ଆଶା ମଉଳି ଯାଇଥିଲା। ନ୍ୟାଶନାଲ୍ସ ୨୦ ଓଭରରେ ୭ ୱିକେଟ୍ ହରାଇ ୨୧୧ ରନ୍ କରିବାକୁ ସକ୍ଷମ ହୋଇଥିଲା। ଏହା ପୂର୍ବରୁ ଯୁବି ୨୯ ଜୁଲାଇରେ ୱିନିପେଗ ହକ୍ସ ବିପକ୍ଷ ମ୍ୟାଚରେ ୨୬ ବଲରେ ୪୫ ରନର ଇନିଂସ୍ ଖେଳିଥିଲେ।

Related story