‘ଆମେ ୟେସ କହିଲୁ’: ଇନଷ୍ଟାଗ୍ରାମରେ ନିର୍ବନ୍ଧ ସମ୍ପର୍କରେ ଘୋଷଣା କଲେ ଚହଲ

ବେଙ୍ଗାଲୁରୁ: ଭାରତୀୟ ଲେଗ ସ୍ପିନର ୟୁଜଭେନ୍ଦର ଚହଲ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ସେ କୋରିୟଗ୍ରାଫର ଧନଶ୍ରୀ ବର୍ମାଙ୍କୁ ବିବାହ କରିବେ। ଇତି ମଧ୍ୟରେ ଉଭୟଙ୍କର ନିର୍ବନ୍ଧ ଶେଷ ହୋଇଛି। ଧନଶ୍ରୀଙ୍କ ସହ ଚହଲ ନିର୍ବନ୍ଧ କରିଥିବାର ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏହି ଫଟୋକୁ ପୋଷ୍ଟ କରି ଚହଲ ଲେଖିଛନ୍ତି, ଆମେ ପରସ୍ପରକୁ ହଁ କହିଛୁ। ଆମ ପରିବାର ବି ହଁ କହିଛନ୍ତି। ଚହଲ ଶେୟାର କରିଥିବା ଗୋଟିଏ ଫଟୋରେ ସେ ଓ ଧନଶ୍ରୀ ରହିଛନ୍ତି। […]

uy

uy

Hemant Lenka
  • Published: Saturday, 08 August 2020
  • Updated: 08 August 2020, 05:55 PM IST

ବେଙ୍ଗାଲୁରୁ: ଭାରତୀୟ ଲେଗ ସ୍ପିନର ୟୁଜଭେନ୍ଦର ଚହଲ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ସେ କୋରିୟଗ୍ରାଫର ଧନଶ୍ରୀ ବର୍ମାଙ୍କୁ ବିବାହ କରିବେ। ଇତି ମଧ୍ୟରେ ଉଭୟଙ୍କର ନିର୍ବନ୍ଧ ଶେଷ ହୋଇଛି। ଧନଶ୍ରୀଙ୍କ ସହ ଚହଲ ନିର୍ବନ୍ଧ କରିଥିବାର ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।

ଏହି ଫଟୋକୁ ପୋଷ୍ଟ କରି ଚହଲ ଲେଖିଛନ୍ତି, ଆମେ ପରସ୍ପରକୁ ହଁ କହିଛୁ। ଆମ ପରିବାର ବି ହଁ କହିଛନ୍ତି। ଚହଲ ଶେୟାର କରିଥିବା ଗୋଟିଏ ଫଟୋରେ ସେ ଓ ଧନଶ୍ରୀ ରହିଛନ୍ତି। ସେହିପରି ଆଉ ଗୋଟିଏ ଫଟୋରେ ଉଭୟଙ୍କ ପରିବାର ଲୋକ ରହିଛନ୍ତି।

 

View this post on Instagram

 

We said “Yes” along with our families❤️ #rokaceremony

A post shared by Yuzvendra Chahal (@yuzi_chahal23) on


ଧନଶ୍ରୀ ବର୍ମା କୋରିଗ୍ରାଫି କରିବା ସହ ପେସାରେ ଜଣେ ଡାକ୍ତର। ସେ ମଧ୍ୟ ଚହଲଙ୍କ ସହ ରୋକା ସେରିମନିର ଫଟୋକୁ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି।

ଏହାପୂର୍ବରୁ ଧନଶ୍ରୀଙ୍କ ଫଟୋକୁ ଚହଲ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ହେଲେ ତାଙ୍କ ବିଷୟରେ କୌଣସି ସୂଚନା ଦେଇ ନଥିଲେ। ଏବେ ଉଭୟ ନିର୍ବନ୍ଧ କରିଥିବାରୁ ସେମାନଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।

ଚହଲ ଭାରତ ପାଇଁ ୫୨ଟି ଦିନିକିଆ ଓ ୪୨ଟି ଟି-୨୦ ଖେଳିଛନ୍ତି। ସେ ଦିନିକିଆରେ ୯୧ଟି ଓ ଟି-୨୦ରେ ୫୫ଟି ୱିକେଟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos