ଜିମ୍ବାୱେ ବିପକ୍ଷ ସିରିଜ ପୋଛିଲା ଭାରତ

ହରାରେ:  ଭାରତ ଓ ଜିମ୍ୱାୱେ ମଧ୍ୟରେ ମଙ୍ଗଳବାର ଖେଳାଯାଇଥିବା ତୃତୀୟ ତଥା ଶେଷ ଦିନିକିଆ ୮୩ ରନ ଜିତିଛି ଭାରତ । ଆଜିର ମ୍ୟାଚ ଜିମ୍ବାୱେ ବିପକ୍ଷରେ ଜିତି  କ୍ଲିନ୍ ସୁଇପ୍ ହାସଲ କରିଛି ଟିମ୍ ଇଣ୍ଡିଆ। ଜିମ୍ୱାୱେ ଟସ ଜିତି  ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। କିନ୍ତୁ ଟପ ଅଡର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଭାରତ। ଦଳୀୟ ସ୍କୋର ୮୨ବେଳେ ଭାରତ ୪ଟି ମହାନ ୱିକେଟକୁ ହରାଇଥିଲା। ୫ମ ୱିକେଟରେ କଦାର […]

live-cricket

live-cricket

Rakesh Mallick
  • Published: Tuesday, 14 July 2015
  • Updated: 14 July 2015, 04:17 PM IST

Sports

Latest News

217677.3ହରାରେ:  ଭାରତ ଓ ଜିମ୍ୱାୱେ ମଧ୍ୟରେ ମଙ୍ଗଳବାର ଖେଳାଯାଇଥିବା ତୃତୀୟ ତଥା ଶେଷ ଦିନିକିଆ ୮୩ ରନ ଜିତିଛି ଭାରତ । ଆଜିର ମ୍ୟାଚ ଜିମ୍ବାୱେ ବିପକ୍ଷରେ ଜିତି  କ୍ଲିନ୍ ସୁଇପ୍ ହାସଲ କରିଛି ଟିମ୍ ଇଣ୍ଡିଆ। ଜିମ୍ୱାୱେ ଟସ ଜିତି  ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। କିନ୍ତୁ ଟପ ଅଡର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଭାରତ। ଦଳୀୟ ସ୍କୋର ୮୨ବେଳେ ଭାରତ ୪ଟି ମହାନ ୱିକେଟକୁ ହରାଇଥିଲା। ୫ମ ୱିକେଟରେ କଦାର ଯାଦଭଙ୍କ ଅପରାଜିତ(୧୧୦ ବଲରୁ ୧୦୫ ରନ) ଓ  ମନିଷ ପାଣ୍ଡେ(୧୦୪ ବଲରୁ ୭୧ରନ)ବଳରେ ଭାରତ ୫ୱିକେଟ ହରାଇ ୨୭୬ ରନ ସଂଗ୍ରହ କରିପାରିଥିଲା। ଜିମ୍ବାୱେ ପକ୍ଷରୁ ମାଡଜିଭା ୨ଟି ଓ ଜିମ୍ଭାମ୍ଭା, ମାଶାକାଡ୍ଜା, ଉଥେସିଆ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ।

୨୭୭ ରନର ବିରାଟ ଲକ୍ଷ୍ୟକୁ ପାଇବାକୁ ଜିମ୍ବାୱେ ମଧ୍ୟ ଆକ୍ରମଣାତ୍ମକଭାବେ ପାଳି ଆରମ୍ଭ କରିଥିଲେ। ୨୨ ଓଭର ଶେଷ ବେଳକୁ ଦଳ ୧୦୦ ରନ କରି ମାତ୍ର ଦୁଇଟି ୱିକେଟ ହରାଇଥିଲା। ଦଳ ପକ୍ଷରୁ ୧୯୩ ରନରେ ଅଲଆଉଟ ହୋଇଯାଇଥିଲା। ଭାରତୀୟ ବୋଲର ଷ୍ଟୁଆର୍ଡ ବିନ୍ନିଙ୍କ ଘାତକ ବୋଲିଂ ଆଗରେ ଦଳରେ ମଧ୍ୟାନ୍ତର ବ୍ୟାଟିଂ ବିପର୍ଯ୍ୟୟ ସୃଷ୍ଟି କରିଥିଲା। ଦଳ ପକ୍ଷରୁ ସର୍ବାଧିକ ଭାବେ ସିଜେ ଚିମ୍ଭାମ୍ଭା (୧୫୫ ବଲରୁ ୮୨),ଆରଡବ୍ଲୁ ଚିକାଭା (୬୯ ବଲରୁ ୨୭)କରିଥିଲେ।  ଭାରତ ପକ୍ଷରୁ ଷ୍ଟୁଆର୍ଡ ବିନ୍ନି ୩ଟି,ମୋହିତ ଶର୍ମା,ହରଭଜନ ସିଂ ଓ ଅକ୍ସର ପଟେଲ ୨ ଟି ଲେଖାଏଁ ଏବଂ ମୂରଲି ବିଜୟ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ। ପ୍ରଥମ ମ୍ୟାଚ ଖେଳୁଥିବା କେଦାର ଯାଦଭଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିବାବେଳେ ଆମ୍ବାତୀ ରାୟୁଡୁଙ୍କୁ ମ୍ୟାନ ଅଫ ଦି ସିରିଜ୍ ଘୋଷଣା କରାଯାଇଥିଲା।

ସୂଚନା ଯୋଗ୍ୟ ପ୍ରଥମ ଦିନିକିଆରେ ଭାରତ ୪ ରନରେ,ଦ୍ୱିତୀୟ ଦିନିକିଆରେ ୬୨ ରନରେ ଓ ତୃତୀୟ ଦିନକିଆରେ ୮୩ ରନରେ ଜିମ୍ବାୱେ ବିପକ୍ଷରେ ବିଜୟ ହାସଲ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos