ହାଇଲେଭଲ କ୍ଲିୟରାନ୍ସ ଅଥରିଟି ବୈଠକରେ ୧୦ଟି ବୃହତ୍ତ ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ହାଇଲେଭଲ କ୍ଲିୟରାନ୍ସ ଅଥରିଟି ବୈଠକରେ ୧୦ଟି ବୃହତ୍ତ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏଥିରେ ୧ ଲକ୍ଷ ୧୦ ହଜାର କୋଟି ଟଙ୍କା ନିବେଶ ହେବ। ୪୬ ହଜାର ଲୋକଙ୍କୁ ନିଯୁକ୍ତି ମିଳିବ। ଇସ୍ପାତ କାରଖାନା ସହ JSWର ୨ଟି ପ୍ରକଳ୍ପକୁ ଏଥିରେ ମଞ୍ଜୁରୀ ମିଳିଛି। ପାରାଦୀପରେ ୧୦ ଲକ୍ଷ ଟନ୍‌ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା କରିବ JSW। ନିବେଶ ହେବ ୫୦ ହଜାର କୋଟି ଟଙ୍କା। […]

cm

Rakesh Mallick
  • Published: Friday, 02 June 2017
  • , Updated: 02 June 2017, 07:42 PM IST

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ହାଇଲେଭଲ କ୍ଲିୟରାନ୍ସ ଅଥରିଟି ବୈଠକରେ ୧୦ଟି ବୃହତ୍ତ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏଥିରେ ୧ ଲକ୍ଷ ୧୦ ହଜାର କୋଟି ଟଙ୍କା ନିବେଶ ହେବ। ୪୬ ହଜାର ଲୋକଙ୍କୁ ନିଯୁକ୍ତି ମିଳିବ। ଇସ୍ପାତ କାରଖାନା ସହ JSWର ୨ଟି ପ୍ରକଳ୍ପକୁ ଏଥିରେ ମଞ୍ଜୁରୀ ମିଳିଛି।

ପାରାଦୀପରେ ୧୦ ଲକ୍ଷ ଟନ୍‌ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା କରିବ JSW। ନିବେଶ ହେବ ୫୦ ହଜାର କୋଟି ଟଙ୍କା।  ସେହିପରି ନାଲକୋ ଉତ୍ପାଦନ କ୍ଷମତା ସମ୍ପ୍ରସାରଣ ଓ ପିପିଏଲ୍ ସାର କାରଖାନା ସମ୍ପ୍ରସାରଣକୁ ମଧ୍ୟ ବୈଠକରେ ମଞ୍ଜୁରୀ ମିଳିଛି। ନାଲକୋ ସମ୍ପ୍ରସାରଣ କାର୍ଯ୍ୟରେ ୧୦ ହଜାର କୋଟି ନିବେଶ ହେବ। ପିପିଏଲ୍ ସାର କାରଖାନା ସମ୍ପ୍ରସାରଣରେ ୯ ହଜାର ୫୦୦ କୋଟି ନିବେଶ ହେବ। ଏଥିରେ ୨୫ଶହ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

Related story