୧୧ ଫେବ୍ରୁଆରୀ, ରବିବାର: ଜାଣନ୍ତୁ କେଉଁ ରାଶିର ଲୋକେ ସବୁ କାର୍ଯ୍ୟରେ ସଫଳତା ପାଇବେ

ମେଷ: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ନ ହେଲେ ସବୁ କାର୍ଯ୍ୟ ବିଗିଡ଼ି ଯାଇପାରେ। ଅପରାହ୍ନରେ କିଛି ଶୁଭ ସମାଚାର ପାଇ ପାରନ୍ତି। ଖର୍ଚ୍ଚ ବଢ଼ିପାରେ। ବୃଷ: କାର୍ଯ୍ୟର ମାତ୍ରାଧିକ ଚାପ ରହିବ। କାର୍ଯ୍ୟରେ ଆଶା ମୁତାବକ ସଫଳତା ମିଳିନପାରେ। ସ୍ୱାସ୍ଥ୍ୟ ବି ଭଲ ରହିବ ନାହିଁ। ତେଣୁ ହତାଶ ଅନୁଭବ କରିବେ। କାହା ସହିତ ଝଗଡ଼ା କରନ୍ତୁ ନାହିଁ। ମିଥୁନ: ମନ ପ୍ରଫୁଲ୍ଲ ରହିବ। ଦିନ ସାରା ସତେଜ ଅନୁଭବ କରିବେ। ପରିବାର ଲୋକଙ୍କ ସହ […]

zodaic

Rakesh Mallick
  • Published: Sunday, 11 February 2018
  • , Updated: 11 February 2018, 07:13 AM IST

ମେଷ: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ନ ହେଲେ ସବୁ କାର୍ଯ୍ୟ ବିଗିଡ଼ି ଯାଇପାରେ। ଅପରାହ୍ନରେ କିଛି ଶୁଭ ସମାଚାର ପାଇ ପାରନ୍ତି। ଖର୍ଚ୍ଚ ବଢ଼ିପାରେ।

ବୃଷ: କାର୍ଯ୍ୟର ମାତ୍ରାଧିକ ଚାପ ରହିବ। କାର୍ଯ୍ୟରେ ଆଶା ମୁତାବକ ସଫଳତା ମିଳିନପାରେ। ସ୍ୱାସ୍ଥ୍ୟ ବି ଭଲ ରହିବ ନାହିଁ। ତେଣୁ ହତାଶ ଅନୁଭବ କରିବେ। କାହା ସହିତ ଝଗଡ଼ା କରନ୍ତୁ ନାହିଁ।

ମିଥୁନ: ମନ ପ୍ରଫୁଲ୍ଲ ରହିବ। ଦିନ ସାରା ସତେଜ ଅନୁଭବ କରିବେ। ପରିବାର ଲୋକଙ୍କ ସହ ଦିନଟି କାଟିବେ। ସୁସ୍ୱାଦୁ ଭୋଜନ ଖାଇବେ।

କର୍କଟ: ଦିନଟି ଆପଣଙ୍କ ପାଇଁ ବହୁତ ଭଲ ଅଛି। ସବୁ କାର୍ଯ୍ୟରେ ସଫଳତା ମିଳିବ। ଚାକିରି କରୁଥିବା ଲୋକେ ବିଶେଷ ଲାଭ ପାଇପାରନ୍ତି। ଶତ୍ରୁ ମୁହଁ ଖୋଲିବେ ନାହିଁ।

ସିଂହ: ଲେଖାଲେଖି ଓ ପଢ଼ାପଢ଼ି ପ୍ରତି ରୁଚି ବଢ଼ିବ। ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ମନ ଦେବେ।  ପ୍ରିୟ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ। ଜୀବନସାଥୀଙ୍କ ସହଯୋଗ ପାଇବେ।

କନ୍ୟା: ପ୍ରତ୍ୟେକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ଚିନ୍ତାଗ୍ରସ୍ତ ରହିବେ। ପରିବାରରେ କାହା ସହିତ ମତଭେଦ ହୋଇପାରେ। ମାନହାନି ଯୋଗ ରହିଛି। ତେଣୁ ଜଗିରହି ଦିନଟି ବିତାନ୍ତୁ।

ତୁଳା: ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ବିଦେଶରୁ ଶୁଭ ସମାଚାର ମିଳିପାରେ। ଆଜି ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। ଧନ ଲାଭ ଯୋଗ ରହିଛି।

ବିଛା: ପରିବାରରେ ଯେପରି କଳିଝଗଡ଼ା ସ୍ଥିତି ନଉପୁଜେ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ପରିବାରର କୌଣସି ସଦସ୍ୟଙ୍କ ସହ ମତଭେଦ ହୋଇପାରେ। ମନରେ ନକାରାତ୍ମକ ଭାବନା ଉତ୍ପନ୍ନ ହୋଇପାରେ।

ଧନୁ: ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭ ପ୍ରାପ୍ତି ହେବ। କୌଣସି ସ୍ଥାନକୁ ବୁଲାବୁଲି କରିବାକୁ ଯାଇପାରନ୍ତି।

ମକର: କାର୍ଯ୍ୟ ବ୍ୟସ୍ତ ରହିବେ। ପରିଶ୍ରମ ଅନୁଯାୟୀ ସଫଳତା ମିଳିବ ନାହିଁ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇପାରେ। ରାସ୍ତାରେ ଯିବାଆସିବା ବେଳେ ସତର୍କ ରୁହନ୍ତୁ।

କୁମ୍ଭ: ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। ଉଭୟ ଚାକିରିଆ ଓ ବ୍ୟବସାୟୀମାନେ ଲାଭବାନ ହେବେ। କୌଣସି ମହିଳାଙ୍କ ସହଯୋଗ ପାଇପାରନ୍ତି। ଆର୍ଥିକ ଦିଗଟି ଭଲ ରହିବ।

ମୀନ: ଦିନଟି ଭଲରେ ବିତିବ। ବ୍ୟବସାୟୀମାନେ ବେପାର ବଢ଼ାଇବାକୁ ନୂଆ ଯୋଜନା କରିବେ। ଅଟକି ରହିଥିବା ଅର୍ଥ ଆଜି ଆପଣଙ୍କୁ ମିଳିପାରେ।

 

Related story