୧୨ ଜୁଲାଇ, ଗୁରୁବାର: ଏହି ରାଶି ଲୋକଙ୍କ ପାଇଁ ଦିନଟି ଭଲ ନାହିଁ

ମେଷ: ଦିନଟି ଭଲରେ ବିତିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ବାପାମା’ଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ଅଚାନକ ଅର୍ଥ ମିଳିବାର ଯୋଗ ରହିଛି। ବୃଷ: ଆଜି ଆପଣଙ୍କୁ ଅର୍ଥ ଓ ଉପହାର ମିଳିବ। ପ୍ରେମିକ,ପ୍ରେମିକାଙ୍କ ପାଇଁ ଦିନଟି ଭଲ ରହିଛି। ସେମାନେ ଚାହିଁଲେ ସମ୍ପର୍କକୁ ଆଗକୁ ନେଇପାରିବେ। ମିଥୁନ: ଅବିବାହିତଙ୍କ ପାଇଁ ଆଜି ଦିନଟି ଭଲ ରହିବ। ସେମାନଙ୍କର ବିବାହ ଠିକ୍‌ ହୋଇପାରେ। ଅଚାନକ ଅର୍ଥ ମିଳିବ। ସମ୍ମାନ ଓ ଉପହାର ମିଳିବ। ଚାକିରିଆମାନେ ଶୁଭ ଖବର ପାଇପାରନ୍ତି। […]

zodaic

Rakesh Mallick
  • Published: Thursday, 12 July 2018
  • , Updated: 12 July 2018, 08:22 AM IST

ମେଷ: ଦିନଟି ଭଲରେ ବିତିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ବାପାମା’ଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ଅଚାନକ ଅର୍ଥ ମିଳିବାର ଯୋଗ ରହିଛି।

ବୃଷ: ଆଜି ଆପଣଙ୍କୁ ଅର୍ଥ ଓ ଉପହାର ମିଳିବ। ପ୍ରେମିକ,ପ୍ରେମିକାଙ୍କ ପାଇଁ ଦିନଟି ଭଲ ରହିଛି। ସେମାନେ ଚାହିଁଲେ ସମ୍ପର୍କକୁ ଆଗକୁ ନେଇପାରିବେ।

ମିଥୁନ: ଅବିବାହିତଙ୍କ ପାଇଁ ଆଜି ଦିନଟି ଭଲ ରହିବ। ସେମାନଙ୍କର ବିବାହ ଠିକ୍‌ ହୋଇପାରେ। ଅଚାନକ ଅର୍ଥ ମିଳିବ। ସମ୍ମାନ ଓ ଉପହାର ମିଳିବ। ଚାକିରିଆମାନେ ଶୁଭ ଖବର ପାଇପାରନ୍ତି।

କର୍କଟ: ଆଜି ଆପଣଙ୍କ ପାଇଁ ଦିନଟି ଭଲ ନାହିଁ। ପାରିବାରିକ ସମ୍ପର୍କକୁ ନେଇ ଚିନ୍ତିତ ରହିବେ। ଯେକୌଣସି ପ୍ରସଙ୍ଗରେ ନିଷ୍ପତ୍ତି ନେବା ପୂର୍ବରୁ ଅନ୍ୟମାନଙ୍କ ପରାମର୍ଶ ନିଅନ୍ତୁ। ନ ହେଲେ ସମସ୍ୟାରେ ପଡ଼ିପାରନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ କଦଳୀ ଦାନ କରନ୍ତୁ।

ସିଂହ: ଚାକିରିରେ ପରିବର୍ତ୍ତନର ଯୋଗ ରହିଛି। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ପ୍ରେମିକ ଓ ପ୍ରେମିକାଙ୍କ ପାଇଁ ଦିନଟି ଭଲ ରହିଛି।

କନ୍ୟା: ମାନସମ୍ମାନ ମିଳିବ। ନୂଆ ଗାଡ଼ି କିଣିବାର ଯୋଗ ରହିଛି। ଦୀର୍ଘ ଦିନରୁ ଅଟକି ଥିବା କାମ ସମ୍ପୂର୍ଣ୍ଣ ହେବ।

ତୁଳା: ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ସ୍ୱାସ୍ଥ୍ୟ ଭଲ ରହିବ। ମଧ୍ୟାହ୍ନରେ କୌଣସି ଶୁଭ ଖବର ପାଇପାରନ୍ତି।

ବୃଷ: ଆଜି ଆପଣଙ୍କ ପାଇଁ ଦିନଟି ଏତେ ଭଲ ନାହିଁ। ଦୁର୍ଘଟଣା ଯୋଗ ରହିଛି। ରାସ୍ତାରେ ଗଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଅଫିସ୍‌ରେ ବିବାଦ ଦେଖା ଦେଇପାରେ।

ଧନୁ: ଧନଲାଭ ହେବ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିବ। ଜୀବସାଥୀଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ।

ମକର: ଆଜି ଆପଣଙ୍କ ପାଇଁ ଦିନଟି ଭଲ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ବ୍ୟସ୍ତତା ଭିତରେ ଜୀବନ ଅତିବାହିତ ହେବ। ସନ୍ଧ୍ୟା ବେଳେ କୌଣସି ଶୁଭ ଖବର ପାଇବେ।

କୁମ୍ଭ: ଦୀର୍ଘ ଦିନରୁ ଭେଟିବାକୁ ଚାହୁଁଥିବା ବନ୍ଧୁଙ୍କ ସହିତ ଆଜି ଅଚାନକ ଦେଖା ହେବ। ସବୁ କ୍ଷେତ୍ରରେ ଜୀବନ ସାଥୀଙ୍କ ସହଯୋଗ ମିଳିବ। ବହୁ ଦିନରୁ ଅଟକି ରହିଥିବା କାର୍ଯ୍ୟ ମଧ୍ୟ ସଂପନ୍ନ ହୋଇପାରେ।

ମୀନ: ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ପରିବାର ଭିତରେ କଳହ ଦେଖା ଦେଇପାରେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

Related story