୧୩ ମେ’, ରବିବାର: ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିପାରେ

ମେଷ: ଆଜିର ଦିନ ଆପଣଙ୍କ ପାଇଁ ଭଲ ନାହିଁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ନହେଲେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ଏହା ଭିତରେ କିନ୍ତୁ ଦିନର ଶେଷ ଆଡ଼କୁ କିଛି ଭଲ ଖବର ପାଇପାରନ୍ତି। ବୃଷ: ବ୍ୟସ୍ତତା ଭିତରେ ଦିନଟି କଟିବ। ବିଳାସ ଉପକରଣ କିଣି ପାରନ୍ତି। ଅର୍ଥ ମିଳିବାର ସମୟ ରହିଛି। କମ୍‌ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ମିଥୁନ୍‌: ଘରେ ମାଙ୍ଗଳିକା କାମ ଶୁଭିପାରେ। ଖର୍ଚ୍ଚ ପ୍ରତି ଧ୍ୟାନ ଦିଅନ୍ତୁ। ନହେଲେ ଘୋର ଆର୍ଥିକ […]

Rasiphala-image-2-840x440-1-1-768x402-2-1-840x440-1-768x402-1-2-840x440-1-768x402

Rakesh Mallick
  • Published: Sunday, 13 May 2018
  • , Updated: 13 May 2018, 05:05 AM IST

ମେଷ: ଆଜିର ଦିନ ଆପଣଙ୍କ ପାଇଁ ଭଲ ନାହିଁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ନହେଲେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ଏହା ଭିତରେ କିନ୍ତୁ ଦିନର ଶେଷ ଆଡ଼କୁ କିଛି ଭଲ ଖବର ପାଇପାରନ୍ତି।

ବୃଷ: ବ୍ୟସ୍ତତା ଭିତରେ ଦିନଟି କଟିବ। ବିଳାସ ଉପକରଣ କିଣି ପାରନ୍ତି। ଅର୍ଥ ମିଳିବାର ସମୟ ରହିଛି। କମ୍‌ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ।

ମିଥୁନ୍‌: ଘରେ ମାଙ୍ଗଳିକା କାମ ଶୁଭିପାରେ। ଖର୍ଚ୍ଚ ପ୍ରତି ଧ୍ୟାନ ଦିଅନ୍ତୁ। ନହେଲେ ଘୋର ଆର୍ଥିକ ସମସ୍ୟାରେ ସମ୍ମୁଖୀନ ହୋଇପାରନ୍ତି।

କର୍କଟ: ଅଟକିଥିବା କାମ ହୋଇଯିବ। ଏଥିପାଇଁ ଆପଣଙ୍କୁ କଶରତ କରିବାକୁ ପଡ଼ିବ। ଚାକିରି କ୍ଷେତ୍ରରେ ନୂଆ ଜୀବନ ଆରମ୍ଭ କରିବାର ସମୟ ରହିଛି।

ସିଂହ: ଘରେ ପାରିବାରିକ ସମସ୍ୟା ଥିଲେ ସମାଧାନ ହୋଇଯିବ। ଆର୍ଥିକ ସମସ୍ୟା ମଧ୍ୟ ଦୂର ହେବ। କୌଣସି ଶୁଭ ଖବର ଶୁଣିବାକୁ ମିଳିବ।

କନ୍ୟା: ସମ୍ପର୍କ ଓ ସ୍ୱଭାବ ଭଲ ରଖନ୍ତୁ। ନହେଲେ ପାରିବାରିକ ଅସୁବିଧା ଦେଖାଦେଇ ପାରେ। ରାଜନୀତିରେ ଥିବା ବ୍ୟକ୍ତିମାନେ ସମ୍ମାନିତ ହୋଇପାରନ୍ତି। ଅଧ୍ୟାପକଙ୍କ ଲାଗି ଧନଲାଭର ନୂଆ ରାସ୍ତା ଖୋଲିବ।

ତୁଳା: ପାରିବାରିକ ସମସ୍ୟା କିଛି ମାତ୍ରାରେ ଦୂର ହୋଇପାରେ। ଆର୍ଥିକ ସ୍ଥିତିର ଉନ୍ନତି ହେବ। କାରବାର ଲାଗି ଦିନଟି ଫଳପ୍ରଦ।

ବିଚ୍ଛା: ଚାକିରିରେ ମାନସିକ ଚାପ ବଢ଼ିବ। ନିକଟ ସମ୍ପର୍କୀୟମାନେ ସମସ୍ୟା ଦେଇପାରନ୍ତି। ଅହଂଙ୍କାରଠାରୁ ଦୂରେଇ ରୁହ। ଅର୍ଥ କ୍ଷତି ହେବାର ସମ୍ଭାବନା ରହିଛି।

ଧନୁ: କାର୍ଯ୍ୟସ୍ଥଳରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ତାଳମେଳ ରଖି କାମ କରନ୍ତୁ। ନହେଲେ ସମସ୍ୟାରେ ପଡ଼ି ପାରନ୍ତି। ଅର୍ଥ ନେଣ ଓ ଦେଣ ପ୍ରତି ସତର୍କତା ଅବଲମ୍ୱନ କରନ୍ତୁ।

ମକର: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ରହିବ। ପାରିବାରିକି ସମସ୍ୟା ଥିଲେ ଦୂର ହେବ। ଘରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହିବ।

କୁମ୍ଭ: ଆଧ୍ୟାତ୍ମିକ ଚିନ୍ତାରେ ଦିନଟି କଟିବ। ସବୁବେଳେ ଭଗବାନଙ୍କ ନାମ ଜପିବେ। ସମସ୍ୟାଠାରୁ ଦୂରେଇ ରୁହନ୍ତୁ। ପାରିବାରିକ ଜୀବନରେ ଉଥାନ୍‌ ପତ୍ତନ ରହିଛି।

ମୀନ: ଚାକିରି କ୍ଷେତ୍ରରେ ଥିବା ସମସ୍ୟାଠାରୁ ଦୂରେଇ ରୁହନ୍ତୁ। କ୍ରୋଧ ଓ ଜୋଶରେ ଆସି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ସ୍ଥାନ ପରିବର୍ତ୍ତନ କରିବାର ଯୁଗ ରହିଛି।

Related story