ଫେବ୍ରୁଆରୀ ୧୩, ମଙ୍ଗଳବାର: ଜାଣନ୍ତୁ କେଉଁମାନଙ୍କର ଆଜି ଆୟ ଅପେକ୍ଷା ଅଧିକ ବ୍ୟୟ ହେବ

ମେଷ: ଆଜି ଭାଗ୍ୟ ଆପଣଙ୍କ ସହାୟତା କରିବ ନାହିଁ। କାର୍ଯ୍ୟରେ ଶୀଘ୍ର ସଫଳତା ମିଳିବ ନାହିଁ। ଅପରାହ୍ନ ପରେ ସ୍ଥିତିରେ ସୁଧାର ଆସିପାରେ। ଆର୍ଥିକ ଲାଭର ସମ୍ଭାବନା ରହିଛି। ବୃଷ: ଅଧିକ ଚିନ୍ତିତ ରହିବେ। ତେଣୁ ଅସୁସ୍ଥ ବି ଅନୁଭବ କରିପାରନ୍ତି। ନୂଆ କାର୍ଯ୍ୟ ଆରମ୍ଭ ନକଲେ ଭଲ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଖାଇବା-ପିଇବା ପ୍ରତି ଧ୍ୟାନ ଦିଅନ୍ତୁ। ବ୍ୟବସାୟିକ କାର୍ଯ୍ୟରେ ବାଧା ଉପୁଜିପାରେ। ମିଥୁନ: ମନୋରଞ୍ଜନରେ ଅଧିକ ସମୟ କାଟିବେ। ସୁସ୍ୱାଦୁ ଭୋଜନ ଖାଇବେ। […]

zodaic

Rakesh Mallick
  • Published: Tuesday, 13 February 2018
  • , Updated: 13 February 2018, 06:39 AM IST

ମେଷ: ଆଜି ଭାଗ୍ୟ ଆପଣଙ୍କ ସହାୟତା କରିବ ନାହିଁ। କାର୍ଯ୍ୟରେ ଶୀଘ୍ର ସଫଳତା ମିଳିବ ନାହିଁ। ଅପରାହ୍ନ ପରେ ସ୍ଥିତିରେ ସୁଧାର ଆସିପାରେ। ଆର୍ଥିକ ଲାଭର ସମ୍ଭାବନା ରହିଛି।

ବୃଷ: ଅଧିକ ଚିନ୍ତିତ ରହିବେ। ତେଣୁ ଅସୁସ୍ଥ ବି ଅନୁଭବ କରିପାରନ୍ତି। ନୂଆ କାର୍ଯ୍ୟ ଆରମ୍ଭ ନକଲେ ଭଲ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଖାଇବା-ପିଇବା ପ୍ରତି ଧ୍ୟାନ ଦିଅନ୍ତୁ। ବ୍ୟବସାୟିକ କାର୍ଯ୍ୟରେ ବାଧା ଉପୁଜିପାରେ।

ମିଥୁନ: ମନୋରଞ୍ଜନରେ ଅଧିକ ସମୟ କାଟିବେ। ସୁସ୍ୱାଦୁ ଭୋଜନ ଖାଇବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। କୌଣସି ପ୍ରସଙ୍ଗକୁ ନେଇ ଭାବୁକ ହେବେ।

କର୍କଟ: ବ୍ୟବସାୟ ସ୍ଥଳରେ ବାତାବରଣ ଅନୁକୂଳ ରହିବ। ଆଶା କରିଥିବା କ୍ଷେତ୍ରରୁ ଭଲ ଲାଭ ମିଳିବ ନାହିଁ। ସ୍ୱାସ୍ଥ୍ୟ ଭଲ ରହିବ। ବୌଦ୍ଧିକ କାର୍ଯ୍ୟରେ ସାମିଲ ହୁଅନ୍ତୁ।

ସିଂହ: ପ୍ରେମିକ-ପ୍ରେମିକାଙ୍କ ପାଇଁ ଆଜି ଦିନଟି ଅନୁକୂଳ ନୁହେଁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ପେଟରେ ସମସ୍ୟା ଦେଖାଯାଇପାରେ।

କନ୍ୟା: ଫୂର୍ତ୍ତି ଅନୁଭବ କରିବେ। କାମ କରିବାକୁ ଉତ୍ସାହ ବଢ଼ିବ। କାହା ଦ୍ୱାରା ଅପମାନିତ ହୋଇପାରନ୍ତି। ତେଣୁ ଟିକେ ସତର୍କ ରହିଲେ ଭଲ। ଧନହାନି ଆଶଙ୍କା ରହିଛି।

ତୁଳା: ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ଦିନଟି ଭଲ ଅଛି। ପ୍ରିୟଜନଙ୍କ ସହିତ ଭେଟ ହେବ। ଭାଗ୍ୟବୃଦ୍ଧି ହେବ। ମାନ-ସମ୍ମାନ ପାଇବେ।

ବିଛା: ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଅତ୍ୟଧିକ କାର୍ଯ୍ୟ ହେତୁ ଥକି ଯିବେ। ଭାଇଭଉଣୀ ଓ ଜୀବନସାଥୀଙ୍କ ସହଯୋଗ ମିଳିବ।

ଧନୁ: ଦିନଟି ଶୁଭ ଫଳ ପ୍ରଦାନ କରିବ। କାର୍ଯ୍ୟରେ ସଫଳତା ମିଳିବ। ଧନଲାଭ ଯୋଗ ରହିଛି। ମନ ପ୍ରଫୁଲ୍ଲ ରହିବ। ପ୍ରତ୍ୟେକ କାର୍ଯ୍ୟ କରିବାକୁ ଉତ୍ସାହିତ ହେବେ।

ମକର: କୌଣସି କଥାକୁ ନେଇ ଅଧିକ ରାଗି ଯାଇପାରନ୍ତି। କାହା ସହିତ ଯେପରି ବିବାଦ ନହୁଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଅଳସୁଆ ଅନୁଭବ କରିବେ।

କୁମ୍ଭ: ସବୁଆଡ଼ୁ ଲାଭ ପାଇବେ। ସାମାଜିକ କାର୍ଯ୍ୟରେ ଅଧିକ ସକ୍ରିୟ ରହିବେ। ମାନ-ପ୍ରତିଷ୍ଠା ବଢ଼ିବ। ପରିବାରର କୌଣସି ସଦସ୍ୟଙ୍କ ସହ ମତଭେଦ ହୋଇପାରେ।

ମୀନ: କାହାକୁ ସହଯୋଗର ହାତ ବଢ଼ାଇବେ। ଅଫିସ୍‌ରେ ପ୍ରଶଂସା ପାଇବେ। ବ୍ୟବସାୟ କାର୍ଯ୍ୟରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଆୟ ବଢ଼ିବାର ସମ୍ଭାବନା ରହିଛି।

Related story