୧୪ ଫେବ୍ରୁଆରୀ, ବୁଧବାର : ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ପ୍ରେମରେ ପାଇବେ ସଫଳତା 

ମେଷ: ନିଜ ଉପରେ ବିଶ୍ୱାସ ରଖନ୍ତୁ। ନୂଆ ଉପକ୍ରମର ଶୁଭାରମ୍ଭ କରନ୍ତୁ, ଲାଭ ହେବ। ଅଫିସରେ ଲାଗି ରହିଥିବା ଗୋଳମାଳିଆ ମାମଲାର ସମାଧାନ କରିବେ। ବୃଷ: ସମୟ ଆପଣଙ୍କ ପାଇଁ ଅନୁକୂଳ। ଆଗକୁ ବଢ଼ି ଚାଲନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ଅଛି। ନୂଆ ପୁରୁଣା ବନ୍ଧୁଙ୍କର ସହଯୋଗ ଓ ସଦିଚ୍ଛା ପାଇବେ। ପ୍ରେମରେ ସଫଳତା ପାଇବେ। ମିଥୁନ: ପରାକ୍ରମ ବୃଦ୍ଧି ହେବ। ସାମାଜିକ କାର୍ଯ୍ୟରେ ସମୟ ଦେବେ। ଅସହାୟଙ୍କୁ ସହାୟତା କରିବେ। ଚାକିରିରେ ଉନ୍ନତି ହୋଇପାରେ। କାରବାର […]

zodaic

Rakesh Mallick
  • Published: Wednesday, 14 February 2018
  • , Updated: 14 February 2018, 07:15 AM IST

ମେଷ: ନିଜ ଉପରେ ବିଶ୍ୱାସ ରଖନ୍ତୁ। ନୂଆ ଉପକ୍ରମର ଶୁଭାରମ୍ଭ କରନ୍ତୁ, ଲାଭ ହେବ। ଅଫିସରେ ଲାଗି ରହିଥିବା ଗୋଳମାଳିଆ ମାମଲାର ସମାଧାନ କରିବେ।

ବୃଷ: ସମୟ ଆପଣଙ୍କ ପାଇଁ ଅନୁକୂଳ। ଆଗକୁ ବଢ଼ି ଚାଲନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ଅଛି। ନୂଆ ପୁରୁଣା ବନ୍ଧୁଙ୍କର ସହଯୋଗ ଓ ସଦିଚ୍ଛା ପାଇବେ। ପ୍ରେମରେ ସଫଳତା ପାଇବେ।

ମିଥୁନ: ପରାକ୍ରମ ବୃଦ୍ଧି ହେବ। ସାମାଜିକ କାର୍ଯ୍ୟରେ ସମୟ ଦେବେ। ଅସହାୟଙ୍କୁ ସହାୟତା କରିବେ। ଚାକିରିରେ ଉନ୍ନତି ହୋଇପାରେ। କାରବାର ବିସ୍ତାର ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ।

କର୍କଟ: ଆପଣଙ୍କ ଭିତରେ ନୂଆ ଊର୍ଜା ସଞ୍ଚାର ହେବ। ପୂର୍ବରୁ କରିଥିବା କାମ ଆଜି ପୂରା ହୋଇଯିବ। ପରିବାରରେ ହସଖୁସିର ବାତାବରଣ ରହିବ। ବ୍ୟବସାୟୀଙ୍କୁ ମନମୁତାବକ ଲାଭ ମିଳିବ।

ସିଂହ: ଜୀବନ ସୁଗମ ରହିବ। ଧାର୍ମିକ ଅନୁଷ୍ଠାନରେ ରୁଚି ବଢ଼ିବ। ବ୍ୟବସାୟ ପାଇଁ ନୂଆ ଚୁକ୍ତିନାମା କରିବେ। ପ୍ରିୟବନ୍ଧୁଙ୍କ ସହିତ ମିଶିବାର ସୁଯୋଗ ମିଳିବ। ଶିକ୍ଷାର୍ଥୀଙ୍କ ପାଇଁ ଦିନଟି ଭଲ ରହିବ। ନିଜ ପତ୍ନୀ କିମ୍ବା ପ୍ରେମିକାଙ୍କ ତରଫରୁ ଉପହାର ପାଇବେ।

କନ୍ୟା: ଭାବନାକୁ ସକାରାତ୍ମକ ବଜାୟ ରଖନ୍ତୁ। ବ୍ୟବସାୟ ସମ୍ବନ୍ଧରେ ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତ କରିବେ। ଆପଣଙ୍କର କିଛି ଆଶା ପୂରା ହୋଇଯିବ। ଲେଖକଙ୍କୁ ପୁରସ୍କାର ମିଳିପାରେ।

ତୁଳା: ବାପାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ଅଧୁରା କାମ ପୂରା କରିବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ଓ ମଜଭୁତ ହେବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଛାତ୍ରୀମାନଙ୍କର ଲେଖାପଢ଼ାରେ ମନ ଅଧିକ ଲାଗି ରହିବ। ପ୍ରେମ ପାଇଁ ଦିନଟି ଖୁବ୍‌ ଭଲ। ମନକଥା ଯାହାକୁ କହିବାକୁ ଚାହୁଁଛନ୍ତି ତୁରନ୍ତ କହିଦିଅନ୍ତୁ।

ବିଛା: ଆପଣଙ୍କ କଳ୍ପନା ଶକ୍ତି ଆପଣଙ୍କ ଆଶା ପୂରା କରିବାରେ ସହାୟକ ହେବ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ରାଜନୀତିରେ ସୀମା ବଢ଼ିବ। ପାରିବାରିକ ଜୀବନ ସୁଖକର ହେବ।

ଧନୁ: ମାଆଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ଯୋଜନାକୁ ଆଗକୁ ବଢ଼ାଇବା ପାଇଁ ଚିନ୍ତା କରିବେ। ଶତ୍ରୁ ଆପଣଙ୍କର କ୍ଷତି କରି ପାରିବେ ନାହିଁ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ।

ମକର: ଆଗକୁ ବଢ଼ିବାର ଦିନଟିଏ। ପଇସା ଅର୍ଜିବାର ବିଚାର ଦେବା ଲୋକ ଆପଣଙ୍କୁ ମିଳିବେ। ସାମାଜିକ କାର୍ଯ୍ୟରେ ଆପଣଙ୍କ ଭୂମିକା ପାଇଁ ମାନ ଓ ପ୍ରତିଷ୍ଠା ବଢ଼ିବ।

କୁମ୍ଭ: କର୍ମକ୍ଷେତ୍ରରେ ଅଧିକ ଦାୟିତ୍ଵ ଗ୍ରହଣ କରିବେ। ସହକର୍ମୀଙ୍କ ସହିତ ବୁଝାମଣା ଭଲ ରହିବ। ଆର୍ଥିକ ସ୍ଥିତିରେ ସୁଧାର ହେବ।

ମୀନ: ଆପଣଙ୍କର ଉତ୍ସାହ ଓ ମନୋବଳ ଦୃଢ଼ ରହିବ। ବନ୍ଧୁଙ୍କ ସହିତ ଲାଗିରହିଥିବା ଭୁଲ ବୁଝାମଣାର ସମାଧାନ ହୋଇଯିବ।

Related story