ଜାନୁଆରୀ ୧୪, ରବିବାର: ଜାଣନ୍ତୁ କେଉଁ ରାଶିର ଲୋକେ ଆଜି ସାବଧାନତା ଅବଲମ୍ବନ କରିବା ଉଚିତ

ମେଷ: ସାବଧାନ ରୁହନ୍ତୁ। ଦୁର୍ଘଟଣା ସମ୍ଭାବନା ରହିଛି। ସରକାର ବିରୋଧୀ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ବାହାରେ ଖାଇବା ଅଭ୍ୟାସ ଯୋଗୁଁ ଶରୀର ଅସୁସ୍ଥ ହୋଇପାରେ। ବୃଷ: ପ୍ରିୟଜନଙ୍କ ସହ ବୁଲାବୁଲିରେ ସମୟ ବିତାଇବେ। ସୁସ୍ୱାଦୁ ଭୋଜନ ଖାଇବେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ମିଥୁନ: ଘରେ ସୁଖ ଓ ଶାନ୍ତି ବଜାୟ ରହିବ। ମନ ଶାନ୍ତ ରହିବ। କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଂପନ୍ନ ହୋଇପାରେ। ବ୍ୟବସାୟରେ ଭଲ ଲାଭ ମିଳିବ। କର୍କଟ: ଏକାଗ୍ରଚିତରେ ସମସ୍ତ କାର୍ଯ୍ୟ କରନ୍ତୁ, […]

zodaic

Rakesh Mallick
  • Published: Sunday, 14 January 2018
  • , Updated: 14 January 2018, 08:31 AM IST

ମେଷ: ସାବଧାନ ରୁହନ୍ତୁ। ଦୁର୍ଘଟଣା ସମ୍ଭାବନା ରହିଛି। ସରକାର ବିରୋଧୀ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ବାହାରେ ଖାଇବା ଅଭ୍ୟାସ ଯୋଗୁଁ ଶରୀର ଅସୁସ୍ଥ ହୋଇପାରେ।

ବୃଷ: ପ୍ରିୟଜନଙ୍କ ସହ ବୁଲାବୁଲିରେ ସମୟ ବିତାଇବେ। ସୁସ୍ୱାଦୁ ଭୋଜନ ଖାଇବେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।

ମିଥୁନ: ଘରେ ସୁଖ ଓ ଶାନ୍ତି ବଜାୟ ରହିବ। ମନ ଶାନ୍ତ ରହିବ। କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଂପନ୍ନ ହୋଇପାରେ। ବ୍ୟବସାୟରେ ଭଲ ଲାଭ ମିଳିବ।

କର୍କଟ: ଏକାଗ୍ରଚିତରେ ସମସ୍ତ କାର୍ଯ୍ୟ କରନ୍ତୁ, ନିଶ୍ଚୟ ସଫଳତା ମିଳିବ। କାହା ସହିତ କଳିଝଗଡ଼ା କରନ୍ତୁ ନାହିଁ। ସଂପର୍କୀୟଙ୍କ ସହଯୋଗ ମିଳିବ।

ସିଂହ: ଅସୁସ୍ଥ ଅନୁଭବ କରିବେ। ଆୟ ଅନୁସାରେ ଅଧିକ ବ୍ୟୟ ହେବ। ଘରକୁ ଅତିଥି ଆସିପାରନ୍ତି। ଅଟକି ଥିବା କାର୍ଯ୍ୟ ସଂପନ୍ନ ହେବାର ସମ୍ଭାବନା ରହିଛି।

କନ୍ୟା: ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। କୌଣସି ସୂତ୍ରରୁ ହଠାତ୍ ଧନପ୍ରାପ୍ତି ହୋଇପାରେ। ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନ ଭଲ ଅଛି। ପ୍ରିୟଜନଙ୍କ ସହିତ ସାକ୍ଷାତ ହେବ। ବିରୋଧୀମାନେ ସମ୍ମୁଖକୁ ଆସିବାକୁ ଡରିବେ।

ତୁଳା: କ୍ଳାନ୍ତ ଅନୁଭବ କରିବେ। ଧାର୍ମିକ କାର୍ଯ୍ୟରେ ଅଧିକ ବ୍ୟୟ କରିପାରନ୍ତି। ଅବଶ୍ୟ ଆର୍ଥିକ ଲାଭ ଯୋଗ ବି ରହିଛି। ଭାଗ୍ୟବୃଦ୍ଧିର ସଂକେତ ମିଳୁଛି। ସମସ୍ତ କାର୍ଯ୍ୟରେ ସଫଳତା ପାଇବେ।

ବିଛା: ଶରୀର ସୁସ୍ଥ ରହିବ। ସୁଖରେ ଦିନଟି ବିତିବ। ତେବେ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। କାହା ମନରେ କଷ୍ଟ ଦିଅନ୍ତୁ ନାହିଁ।

ଧନୁ: ପରିବାରରେ କାହା ସହିତ ମତଭେଦ ହୋଇପାରେ। ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଅସୁସ୍ଥ ଅନୁଭବ କରିବେ। ମଧ୍ୟାହ୍ନ ପରେ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ।

ମକର: ସମାଜରେ ମାନପ୍ରତିଷ୍ଠା ବଢ଼ିବ। ବ୍ୟବସାୟରେ ଲାଭ ପାଇବେ। ଆର୍ଥିକ ଲାଭ ଯୋଗ ରହିଛି। ମଧ୍ୟାହ୍ନ ପରେ ଟିକେ ସାବଧାନ ରୁହନ୍ତୁ। ଗାଡ଼ି ଚଲାଇବା ବେଳେ ସତର୍କ ରୁହନ୍ତୁ।

କୁମ୍ଭ: ମାନ-ସମ୍ମାନ ବଢ଼ିବ। ଧନଲାଭ ଯୋଗ ରହିଛି। ପ୍ରତିଟି କାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ। ସହକର୍ମୀଙ୍କ ସହଯୋଗ ମିଳିବ। ସାଙ୍ଗମାନଙ୍କ ସହିତ ବୁଲାବୁଲି କରିବାକୁ ଯାଇପାରନ୍ତି।

ମୀନ: କାହା ସହିତ କଥା କଟାକଟି ହୋଇପାରେ। ଅଟକି ଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

Related story