ପୁଣି ଅଭାବନୀୟ: ଅମରନାଥ ଯାତ୍ରା ବେଳେ ଓଲଟିଲା ବସ୍‌: ୧୬ ମୃତ, ୩୫ ଆହତ

ନୂଆଦିଲ୍ଲୀ: ପୁଣି ଏକ ଦୁଃଖଦ ଘଟଣା। ଅମରନାଥ ଯାତ୍ରା ବେଳେ ବସ ଓଲଟି ୧୬ ଜଣଙ୍କର ମୃତ୍ୟୁ ଘଟିଛି।  ଏଥିରେ ଅନ୍ୟ ୩୫ ଜଣ ଆହତ ହୋଇଛନ୍ତି। ଜମ୍ମୁ କଶ୍ମୀରିର ରମ୍ବନ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ବାନିହଲ ନିକଟରେ ବସଟି ଓଲଟି ପଡ଼ିଥିଲା। ସେନା ଏବଂ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି। ଗତ କିଛି ଦିନତଳେ ଅମରନାଥ ଯାତ୍ରା ବେଳେ ତୀର୍ଥଯାତ୍ରୀମାନେ ଆତଙ୍କବାଦୀଙ୍କ ଆକ୍ରମଣରେ ଶିକାର ହୋଇଥିଲେ।  […]

jammu

Rakesh Mallick
  • Published: Sunday, 16 July 2017
  • , Updated: 16 July 2017, 04:15 PM IST

ନୂଆଦିଲ୍ଲୀ: ପୁଣି ଏକ ଦୁଃଖଦ ଘଟଣା। ଅମରନାଥ ଯାତ୍ରା ବେଳେ ବସ ଓଲଟି ୧୬ ଜଣଙ୍କର ମୃତ୍ୟୁ ଘଟିଛି।  ଏଥିରେ ଅନ୍ୟ ୩୫ ଜଣ ଆହତ ହୋଇଛନ୍ତି। ଜମ୍ମୁ କଶ୍ମୀରିର ରମ୍ବନ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ବାନିହଲ ନିକଟରେ ବସଟି ଓଲଟି ପଡ଼ିଥିଲା। ସେନା ଏବଂ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି। ଗତ କିଛି ଦିନତଳେ ଅମରନାଥ ଯାତ୍ରା ବେଳେ ତୀର୍ଥଯାତ୍ରୀମାନେ ଆତଙ୍କବାଦୀଙ୍କ ଆକ୍ରମଣରେ ଶିକାର ହୋଇଥିଲେ।  ଜମ୍ମୁ କଶ୍ମୀରିର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀଙ୍କ ଗୁଳିରେ ୮ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା।  ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।

Related story