୧୬ ଫେବ୍ରୁଆରୀ, ଶୁକ୍ରବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଆଜି କାର୍ଯ୍ୟରେ ସଫଳତା ପାଇବେ

ମେଷ-ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଖର୍ଚ୍ଚ ବଢ଼ିବ। ପରିବାର ଲୋକଙ୍କ ସହଯୋଗ ମିଳିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ବୃଷ- ଚାକିରିରେ ପଦୋନ୍ନତିର ଯୋଗ ରହିଛି। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଘରେ ସୁଖ ଶାନ୍ତିର ପରିବେଶ ରହିବ। ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ମିଥୁନ- ଅସୁବିଧାରେ ପଡ଼ିପାରନ୍ତି। ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ସହକର୍ମୀଙ୍କ ସହଯୋଗ ମିଳିବ। କର୍କଟ- ଅସୁସ୍ଥ ଅନୁଭବ କରିବେ। ନକାରାତ୍ମକ ଚିନ୍ତା ମନରୁ ବାହାର କରିଦିଅନ୍ତୁ। […]

zodaic

Rakesh Mallick
  • Published: Friday, 16 February 2018
  • , Updated: 16 February 2018, 08:26 AM IST

ମେଷ-ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଖର୍ଚ୍ଚ ବଢ଼ିବ। ପରିବାର ଲୋକଙ୍କ ସହଯୋଗ ମିଳିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ବୃଷ- ଚାକିରିରେ ପଦୋନ୍ନତିର ଯୋଗ ରହିଛି। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଘରେ ସୁଖ ଶାନ୍ତିର ପରିବେଶ ରହିବ। ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।

ମିଥୁନ- ଅସୁବିଧାରେ ପଡ଼ିପାରନ୍ତି। ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ସହକର୍ମୀଙ୍କ ସହଯୋଗ ମିଳିବ।

କର୍କଟ- ଅସୁସ୍ଥ ଅନୁଭବ କରିବେ। ନକାରାତ୍ମକ ଚିନ୍ତା ମନରୁ ବାହାର କରିଦିଅନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଆର୍ଥିକ ସ୍ଥିତି ଏତେଟା ଭଲ ରହିବ ନାହିଁ।

ସିଂହ- ଦିନଟି ଭଲରେ କଟିବ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇପାରେ। ବ୍ୟବସାୟରେ ଲାଭବାନ ହେବେ।

କନ୍ୟା-  ପରିବାରରେ ଖୁସିର ବାତାବରଣ ରହିବ। ମନ ଭଲ ରହିବ। ସବୁ କାର୍ଯ୍ୟରେ ସଫଳତା ପାଇବେ। ବ୍ୟବସାୟରେ  ଲାଭବାନ ହେବେ।

ତୁଳା- ମହିଳାଙ୍କଠାରୁ ସହଯୋଗ ମିଳିବ। ପିଲାଙ୍କ ପାଖରୁ ଶୁଭ ସମାଚାର ମିଳିବ। ଅଟକି ଥିବା କାମ ସଂପୂର୍ଣ୍ଣ କରିବେ ।

ବିଚ୍ଛା- ପରିବାରରେ ବିଶୃଙ୍ଖଳା ଦେଖାଦେଇପାରେ। ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ଧନୁ- ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ନୂତନ କାର୍ଯ୍ୟ କରିବାକୁ ପ୍ରେରଣା ପାଇବେ। ଯାତ୍ରା ଯୋଗ ରହିଛି। ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି।

ମକର- ଛାତ୍ରଛାତ୍ରୀମାନେ ପାଠ ପଢ଼ାରେ ମନ ଦେବେ। କୌଣସି ସ୍ଥାନକୁ ବୁଲାବୁଲି କରିବାକୁ ଯାଇପାରନ୍ତି।

କୁମ୍ଭ- ପରିବାର ସଦସ୍ୟଙ୍କ ସହ ସମୟ ବିତାଇବେ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ କରିବେ। ଦାମ୍ପତ୍ୟ ଜୀବନ ସୁଖରେ କଟିବ।

ମୀନ- ମନରେ ଏକାଗ୍ରତା ଆସିବ। ପିଲାଙ୍କୁ ନେଇ ଚିନ୍ତାରେ ରହିବେ। ଧନପ୍ରାପ୍ତିର ଯୋଗ ରହିଛି।

Related story