ଜାନୁଆରୀ ୧୬, ମଙ୍ଗଳବାର: ଜାଣନ୍ତୁ କେଉଁ ରାଶି ଲୋକଙ୍କର ଆଜି ଅଧିକ ଖର୍ଚ୍ଚ ହେବ

ମେଷ: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଉଚ୍ଚ ଅଧିକାରୀଙ୍କ ସହ ଆବଶ୍ୟକ ବିଷୟ ଉପରେ ଆଲୋଚନା କରିବେ। ପୂର୍ବରୁ କରିଥିବା କୌଣସି ନିବେଶରୁ ଭଲ ଲାଭ ମିଳିବାର ସମ୍ଭାବନା ରହିଛି। ଅଫିସ୍‌ କାମରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ବୃଷ: ଦିନଟି ମିଶ୍ର ଫଳ ପ୍ରଦାନ କରିବ। ବ୍ୟବସାୟୀମାନେ ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। ବିଦେଶ ଗସ୍ତରେ ଯିବାକୁ ଯୋଜନା କରୁଥିଲେ ବାଟ ଫିଟି ପାରେ। ମିଥୁନ: ଆଦୌ ରାଗନ୍ତୁ ନାହିଁ, ନହେଲେ ଆପଣଙ୍କର ହିଁ କ୍ଷତି […]

zodaic

Rakesh Mallick
  • Published: Tuesday, 16 January 2018
  • , Updated: 16 January 2018, 06:29 AM IST

ମେଷ: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଉଚ୍ଚ ଅଧିକାରୀଙ୍କ ସହ ଆବଶ୍ୟକ ବିଷୟ ଉପରେ ଆଲୋଚନା କରିବେ। ପୂର୍ବରୁ କରିଥିବା କୌଣସି ନିବେଶରୁ ଭଲ ଲାଭ ମିଳିବାର ସମ୍ଭାବନା ରହିଛି। ଅଫିସ୍‌ କାମରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ବୃଷ: ଦିନଟି ମିଶ୍ର ଫଳ ପ୍ରଦାନ କରିବ। ବ୍ୟବସାୟୀମାନେ ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। ବିଦେଶ ଗସ୍ତରେ ଯିବାକୁ ଯୋଜନା କରୁଥିଲେ ବାଟ ଫିଟି ପାରେ।

ମିଥୁନ: ଆଦୌ ରାଗନ୍ତୁ ନାହିଁ, ନହେଲେ ଆପଣଙ୍କର ହିଁ କ୍ଷତି ହେବ। ବଦନାମ ହୋଇପାରନ୍ତି। କମ୍ କଥା କହିଲେ ବିବାଦରୁ ନିଜକୁ ଦୂରେଇ ରଖିପାରିବେ। ଖର୍ଚ୍ଚ ବଢ଼ିବ।

କର୍କଟ: ବିପରୀତ ଲିଙ୍ଗ ପ୍ରତି ଆକୃଷ୍ଟ ହେବେ। ଆନନ୍ଦଉଲ୍ଲାସରେ ଦିନଟି କଟିବ। ନୂଆ ପୋଷାକ ଓ ଅନ୍ୟ କୌଣସି ଦାମୀ ଜିନିଷ କିଣି ପାରିନ୍ତି। ଘରକୁ ଅତିଥି ଆସିପାରନ୍ତି।

ସିଂହ: ଆଜି ସବୁ କାର୍ଯ୍ୟ ବିଳମ୍ବରେ ସଂପନ୍ନ ହେବ। ପରିଶ୍ରମ ଅନୁସାରେ ଫଳ ମିଳିବ ନାହିଁ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ପାଇବେ ନାହିଁ। କିଛି ଖରାପ ଖବର ମିଳିପାରେ।

କନ୍ୟା: ପେଟରେ ଯନ୍ତ୍ରଣା ଅନୁଭବ କରିବେ। ଅଚାନକ ଅର୍ଥ ବ୍ୟୟ ହେବ। କୌଣସି ପୁରୁଣା ବନ୍ଧୁ ଘରକୁ ଆସିପାରନ୍ତି।

ତୁଳା: ନାନା କଥା ଚିନ୍ତା କରିବେ। ଜୀବନସାଥୀଙ୍କ ସହଯୋଗ ମିଳିବ। ଠିକ୍ ସମୟରେ ଖାଦ୍ୟ ଖାଆନ୍ତୁ। ଅସୁସ୍ଥ ଅନୁଭବ କରିପାରନ୍ତି।

ବିଛା: ଦିନଟି ଶୁଭ ଫଳ ପ୍ରଦାନ କରିବ। ଅର୍ଥ ଲାଭ ଯୋଗ ରହିଛି। ଯେକୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। ସମସ୍ତଙ୍କ ସହିତ ଭଲ ସଂପର୍କ ରଖିବାକୁ ଚେଷ୍ଟା କରନ୍ତୁ।

ଧନୁ: ଧାର୍ମିକ କାର୍ଯ୍ୟରେ ମନ ଦେବେ। ଘରର କୌଣସି ସଦସ୍ୟଙ୍କ ସହ ମତଭେଦ ହୋଇପାରେ। ସମାଜରେ ମାନ-ପ୍ରତିଷ୍ଠା ବୃଦ୍ଧି ପାଇବ। ବାପାମା’ଙ୍କଠାରୁ ଲାଭବାନ ହେବେ।

ମକର: ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟା ଦେଖାଯିବ। ଚିନ୍ତିତ ରହିବେ। ବ୍ୟବସାୟରେ ଅନ୍ୟମାନଙ୍କ ହସ୍ତକ୍ଷେପ ବୃଦ୍ଧି ପାଇବ। ଧାର୍ମିକ କାର୍ଯ୍ୟରେ ଅଧିକ ବ୍ୟୟ କରିବେ।

କୁମ୍ଭ: ନୂଆ କାର୍ଯ୍ୟ କରିବା ପାଇଁ ଦିନଟି ବହୁତ ଭଲ ଅଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସନ୍ତାନସନ୍ତତିଙ୍କଠାରୁ କୌଣସି ଶୁଭ ସମାଚାର ପାଇପାରନ୍ତି।

ମୀନ: ଅଫିସ୍‌ରେ କାହା ସହିତ ବିବାଦ ହୋଇପାରେ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ଅଟକି ଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାତ୍ର କରିପାରନ୍ତି।

Related story