୧୬ ନଭେମ୍ୱର, ଗୁରୁବାର: ଜାଣନ୍ତୁ କେଉଁ ରାଶି ଲୋକଙ୍କର ଆଜି କର୍ମକ୍ଷେତ୍ରରେ ସମସ୍ୟା ଦେଖାଯାଇପାରେ

ମେଷ: ଆର୍ଥିକ ସ୍ଥିତି ମଜଭୁତ ରହିବ। ଲମ୍ୱାଯାତ୍ରାରେ ଯାଇପାରନ୍ତି। ଆପଣଙ୍କ ଘରକୁ ଅତିଥି ଆସି ପାରନ୍ତି। ବୃଷ: ଦିନସାରା ବ୍ୟସ୍ତ ରହିବେ। ଦୀର୍ଘ ଦିନରୁ ଭେଟିବାକୁ ବ୍ୟାକୁଳ ହେଉଥିବା ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇପାରେ। ଉପହାର ଓ ଅର୍ଥ ମିଳିପାରେ। ମିଥୁନ: ଆଜି ଆପଣ କାର୍ଯ୍ୟ ବ୍ୟସ୍ତ ରହିବେ। ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ଭଲ ଫଳ ମିଳିବ। ଖାଇବା-ପିଇବା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। କର୍କଟ: ଚାକିରି କ୍ଷେତ୍ରରେ ଦାୟିତ୍ୱ ବଢ଼ିବ। ସହକର୍ମୀ ଓ ଉଚ୍ଚ […]

zodaic

Rakesh Mallick
  • Published: Thursday, 16 November 2017
  • , Updated: 16 November 2017, 07:30 AM IST

ମେଷ: ଆର୍ଥିକ ସ୍ଥିତି ମଜଭୁତ ରହିବ। ଲମ୍ୱାଯାତ୍ରାରେ ଯାଇପାରନ୍ତି। ଆପଣଙ୍କ ଘରକୁ ଅତିଥି ଆସି ପାରନ୍ତି।

ବୃଷ: ଦିନସାରା ବ୍ୟସ୍ତ ରହିବେ। ଦୀର୍ଘ ଦିନରୁ ଭେଟିବାକୁ ବ୍ୟାକୁଳ ହେଉଥିବା ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇପାରେ। ଉପହାର ଓ ଅର୍ଥ ମିଳିପାରେ।

ମିଥୁନ: ଆଜି ଆପଣ କାର୍ଯ୍ୟ ବ୍ୟସ୍ତ ରହିବେ। ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ଭଲ ଫଳ ମିଳିବ। ଖାଇବା-ପିଇବା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

କର୍କଟ: ଚାକିରି କ୍ଷେତ୍ରରେ ଦାୟିତ୍ୱ ବଢ଼ିବ। ସହକର୍ମୀ ଓ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ସୁସ୍ୱାଦୁ ଖାଦ୍ୟ ଖାଇବେ। ମନ ଶାନ୍ତ ରହିବ।

ସିଂହ: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଆଜି ଆପଣଙ୍କର ଯାତ୍ରା ଯୋଗ ରହିଛି। ବନ୍ଧୁମାନଙ୍କ ସହିତ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି।

କନ୍ୟା: ଅନାବଶ୍ୟକ କାରଣରୁ ଚାକିରି କ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ। ଏପରି କ୍ଷେତ୍ରରେ ସାଥୀଠାରୁ ସହଯୋଗ ମିଳିବ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଘରକୁ କୌଣସି ବନ୍ଧୁଙ୍କ ଆଗମନ ହୋଇପାରେ।

ତୁଳା: ଆଜି କୌଣସି ସୂତ୍ରରୁ ଅର୍ଥ ମିଳିପାରେ। ଅଟକିଥିବା କାମ ସଂପନ୍ନ ହୋଇପାରେ। ଉପହାର ଓ ସମ୍ମାନ ମିଳିବ।

ବିଛା: କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ। ସ୍ୱାସ୍ଥ୍ୟପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ତେଣୁ ଦେଖିଚାହିଁ ଅର୍ଥ ବ୍ୟୟ କରନ୍ତୁ।

ଧନୁ: ଘରକୁ ଅତିଥି ଆସିପାରନ୍ତି। କଥା ଓ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ରାସ୍ତାରେ ଯିବାଆସିବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ମକର: ସମ୍ପତ୍ତି ଲାଭ ହୋଇପାରେ। ଚାକିରି ପରିବର୍ତ୍ତନ କରିପାରନ୍ତି। ଆଜି ଆପଣ ଯାହା ଯୋଜନା କରିଛନ୍ତି, ତାହାକୁ ଗୋପନ ରଖନ୍ତୁ। ଶତ୍ରୁମାନେ ପରାସ୍ତ ହେବେ।

କୁମ୍ଭ: କ୍ୟାରିୟରକୁ ନେଇ ଚିନ୍ତା କରୁଥିଲେ, ସେଥିରୁ ଲାଘବ ମିଳିପାରେ। କର୍ମକ୍ଷେତ୍ରରେ ସମସ୍ତ କାର୍ଯ୍ୟ ଭଲରେ ଭଲରେ ସଂପନ୍ନ ହେବ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଭଲ ଲାଭ କରିବେ। ବାଦବିବାଦଠାରୁ ଦୂରେଇ ରହନ୍ତୁ।

ମୀନ: ଆଜି ବନ୍ଧୁବାନ୍ଧବଙ୍କୁ ନେଇ କୌଣସି ସମସ୍ୟା ଦେଖାଦେଇପାରେ। ଆର୍ଥିକ କ୍ଷତିରୁ ବଞ୍ଚିବାକୁ ଚେଷ୍ଟା କରନ୍ତୁ। ନିଜ ବ୍ୟବହାର ଉପରେ ଧ୍ୟାନ ଦିଅନ୍ତୁ। ଅନ୍ୟକୁ ବାଧିଲା ପରି ଶବ୍ଦ ପ୍ରୟୋଗ କରନ୍ତୁ ନାହିଁ।

Related story