୧୭ ନଭେମ୍ବର,ଶୁକ୍ରବାର: ଜାଣନ୍ତୁ କେଉଁ ରାଶିର ଲୋକେ ଆଜି ଅର୍ଥ ନିବେଶ କରିପାରିବେ

ମେଷ: ପ୍ରତ୍ୟେକ କାର୍ଯ୍ୟରେ ଆଜି ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ପରିବାରର କୌଣସି ସଦସ୍ୟଙ୍କ ସହିତ ଝଗଡ଼ା ହୋଇପାରେ। ତେଣୁ ନିଜ କଥା ଓ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ବୃଷ: ଆଜି ସବୁଥିରେ ସଫଳ ହେବେ। ନିର୍ଦ୍ଧାରିତ କାର୍ଯ୍ୟ ସଫଳତାର ସହ ସଂପନ୍ନ ହେବ। ଅଟକି ରହିଥିବା କାର୍ଯ୍ୟ ଶେଷ ହେବ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ମିଥୁନ: ସମାଜରେ ମାନ-ସମ୍ମାନ ଓ ପ୍ରତିଷ୍ଠା ବଢ଼ିବ। ମହିଳାମାନଙ୍କୁ ବିଶେଷ ଲାଭ ମିଳିବ। ଦାମ୍ପତ୍ୟ […]

zodaic

Rakesh Mallick
  • Published: Friday, 17 November 2017
  • , Updated: 17 November 2017, 07:33 AM IST

ମେଷ: ପ୍ରତ୍ୟେକ କାର୍ଯ୍ୟରେ ଆଜି ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ପରିବାରର କୌଣସି ସଦସ୍ୟଙ୍କ ସହିତ ଝଗଡ଼ା ହୋଇପାରେ। ତେଣୁ ନିଜ କଥା ଓ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି।

ବୃଷ: ଆଜି ସବୁଥିରେ ସଫଳ ହେବେ। ନିର୍ଦ୍ଧାରିତ କାର୍ଯ୍ୟ ସଫଳତାର ସହ ସଂପନ୍ନ ହେବ। ଅଟକି ରହିଥିବା କାର୍ଯ୍ୟ ଶେଷ ହେବ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।

ମିଥୁନ: ସମାଜରେ ମାନ-ସମ୍ମାନ ଓ ପ୍ରତିଷ୍ଠା ବଢ଼ିବ। ମହିଳାମାନଙ୍କୁ ବିଶେଷ ଲାଭ ମିଳିବ। ଦାମ୍ପତ୍ୟ ଜୀବନ ଖୁସିରେ ବିତିବ। କୌଣସି କ୍ଷେତ୍ରରେ ଅର୍ଥ ନିବେଶ କରିବା ପାଇଁ ସମୟ ଅନୁକୂଳ ରହିଛି।

କର୍କଟ: ଦିନର ଆରମ୍ଭ ଭଲରେ ହେବ। ଦିନ ସାରା ଫୂର୍ତ୍ତି ଅନୁଭବ କରିବେ। ଭାଗ୍ୟବୃଦ୍ଧିର ଯୋଗ ରହିଛି। ବନ୍ଧୁବାନ୍ଧବଙ୍କ ସହ ସଂପର୍କ ଆହୁରି ସୁଦୃଢ଼ ହେବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ଘଟିବ।

ସିଂହ: କାର୍ଯ୍ୟାଳୟରେ ସଫଳତା ମିଳିବ। କୌଣସି ସୂତ୍ରରୁ ଅର୍ଥଲାଭ ହୋଇପାରେ। ଘରକୁ ବନ୍ଧୁ ଆସିପାରନ୍ତି। ପଢ଼ାପଢ଼ି ଉପରେ ଗୁରୁତ୍ୱ ଦେବେ।

କନ୍ୟା: ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଯାଇପାରେ। ସନ୍ତାନସନ୍ତତିଙ୍କ ପାଇଁ ଚିନ୍ତିତ ରହିବେ। ମାନହାନି ଘଟିବାର ସମ୍ଭାବନା ରହିଛି। କୌଣସି କ୍ଷେତ୍ରରେ ଅର୍ଥ ନିବେଶ କରନ୍ତୁ ନାହିଁ। ଆଜି ଦୂର ସ୍ଥାନକୁ ଯାତ୍ରା ନକଲେ ଭଲ।

ତୁଳା: ଦିନଟି ଭଲରେ କଟିବ। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସମସ୍ତ କାର୍ଯ୍ୟ ସଫଳତା ପୂର୍ବକ ସଂପନ୍ନ ହେବ। ମନ ପ୍ରସନ୍ନ ରହିବ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଭଲ ଲାଭ ପାଇବେ।

ବିଛା: ଲୋଭ କରନ୍ତୁ ନାହିଁ। ନହେଲେ ସମସ୍ୟାରେ ପଡ଼ିବେ। ଦେଖିଚାହିଁ ଅର୍ଥ ବ୍ୟୟ କରନ୍ତୁ। କୌଣସି କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ଚାହୁଁଥିଲେ ବିଶେଷଜ୍ଞଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ। ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ।

ଧନୁ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଯଥା କଥା କୁହନ୍ତୁ ନାହିଁ। ବାଦ-ବିବାଦ ଭିତରେ ନପଡ଼ନ୍ତୁ। ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହିଁ। କାର୍ଯ୍ୟରେ କମ୍ ସଫଳତା ମିଳିବ।

ମକର: ସମାଜରେ ମାନ-ସମ୍ମାନ ଓ ପ୍ରତିଷ୍ଠା ବଢ଼ିବ। ମହିଳାମାନେ ବିଶେଷ ଭାବେ ଉପକୃତ ହେବେ। ଦାମ୍ପତ୍ୟ ଜୀବନ ଭଲ ରହିବ। ଆୟ ବଢ଼ାଇବା ପାଇଁ ଯୋଜନା କରିବେ।

କୁମ୍ଭ: ଫୂର୍ତ୍ତି ଅନୁଭବ କରିବେ ନାହିଁ। ଚିନ୍ତିତ ରହିବେ। ପରିବାରରେ ଅଶାନ୍ତି ଦେଖାଯିବ। ସ୍ୱାସ୍ଥ୍ୟାବସ୍ଥା ଭଲ ରହିବ ନାହିଁ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।

ମୀନ: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଅଚାନକ ଅଧିକ ଅର୍ଥ ଖର୍ଚ୍ଚ ହେବ। କର୍ମକ୍ଷେତ୍ରରେ ସାମାନ୍ୟ ବାଧା ଉପୁଜିପାରେ। ପରିବାରରେ କାହା ସହିତ ମତଭେଦ ହୋଇପାରେ।

Related story