ମୋଦିଙ୍କ କଥା ଶୁଣୁ ନାହାଁନ୍ତି ବାବୁ: ସଂପତ୍ତି ତାଲିକା ଦେଉ ନାହାଁନ୍ତି ୧୮ଶହ, ଓଡ଼ିଶାର ଅଛନ୍ତି ୭୨

ନୂଆଦିଲ୍ଲୀ: ସରକାରୀ ନିର୍ଦ୍ଦେଶକୁ ବାବୁଙ୍କ ବେଖାତିର। ଏ ବର୍ଷ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ୧୮୦୦ ଆଇଏଏସ ଅଧିକାରୀ ସେମାନଙ୍କ ସମ୍ପତ୍ତି ତାଲିକା ଦାଖଲ କରିନାହାନ୍ତି।  ବିଭିନ୍ନ ରାଜ୍ୟରୁ ଏହି ତାଲିକା ଆସିଥିବା ବେଳେ ଏମାନଙ୍କ ମଧ୍ୟରେ ୟୁପିର  ସବୁଠୁ ବେଶୀ ଅଫିସର ଅଛନ୍ତି।  ସମ୍ପତ୍ତି ତାଲିକା ପ୍ରଦାନରେ ଅବହେଳା କରିଥିବା ଏହି ଆଇଏଏସ ଅଧିକାରୀଙ୍କ ମଧ୍ୟରେ ଓଡ଼ିଶା କ୍ୟାଡର ବି ସାମିଲ ଅଛନ୍ତି। ଦେଶର ସମସ୍ତ ଆଇଏଏସ ଅଧିକାରୀ ଚଳିତ ବର୍ଷ ଜାନୁଆରୀ ଶେଷ ସୁଦ୍ଧା […]

ias-2

Rakesh Mallick
  • Published: Monday, 22 May 2017
  • , Updated: 22 May 2017, 05:57 PM IST

ନୂଆଦିଲ୍ଲୀ: ସରକାରୀ ନିର୍ଦ୍ଦେଶକୁ ବାବୁଙ୍କ ବେଖାତିର। ଏ ବର୍ଷ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ୧୮୦୦ ଆଇଏଏସ ଅଧିକାରୀ ସେମାନଙ୍କ ସମ୍ପତ୍ତି ତାଲିକା ଦାଖଲ କରିନାହାନ୍ତି।  ବିଭିନ୍ନ ରାଜ୍ୟରୁ ଏହି ତାଲିକା ଆସିଥିବା ବେଳେ ଏମାନଙ୍କ ମଧ୍ୟରେ ୟୁପିର  ସବୁଠୁ ବେଶୀ ଅଫିସର ଅଛନ୍ତି।  ସମ୍ପତ୍ତି ତାଲିକା ପ୍ରଦାନରେ ଅବହେଳା କରିଥିବା ଏହି ଆଇଏଏସ ଅଧିକାରୀଙ୍କ ମଧ୍ୟରେ ଓଡ଼ିଶା କ୍ୟାଡର ବି ସାମିଲ ଅଛନ୍ତି। ଦେଶର ସମସ୍ତ ଆଇଏଏସ ଅଧିକାରୀ ଚଳିତ ବର୍ଷ ଜାନୁଆରୀ ଶେଷ ସୁଦ୍ଧା ସେମାନଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ହିସାବ ଦାଖଲ କରିବାକୁ କୁହାଯାଇଥିଲା।

ତେବେ ସରକାରଙ୍କ ଏହି ନିର୍ଦ୍ଦେଶକୁ  ୧୮ଶହରୁ ଅଧିକ  ଆଇଏଏସ ଅଧିକାରୀ ଅବମାନନା କରିଥିବା ଇକନୋମିକ୍ସ ଟାଇମ୍ସର ରିପୋର୍ଟରେ ପ୍ରକାଶ ପାଇଛି। ଡିପାର୍ଟମେଣ୍ଟ ଅଫ ପର୍ସନାଲ ଟ୍ରେନିଂ(ଡିଓପିଟି)ର ତଥ୍ୟ ଅନୁଯାୟୀ ଏ ବର୍ଷ ୧୮୫୬ ଜଣ ସେମାନଙ୍କ ସମ୍ପତ୍ତି ତାଲିକା ଦେଇ ନାହାନ୍ତି।  ଏହି ତାଲିକାରେ ସର୍ବୋଚ୍ଚ ସ୍ଥାନରେ ଉତ୍ତରପ୍ରଦେଶ(୨୫୫) ଥିବା ବେଳେ ଏହା ତଳକୁ ରାଜସ୍ଥାନ(୧୧୮), ମଧ୍ୟପ୍ରଦେଶର (୧୦୯) ଏବଂ ପଶ୍ଚିମବଙ୍ଗର ୧୦୪ ଜଣ ଅଛନ୍ତି। ସେହିପରି ଅରୁଣାଚଳପ୍ରଦେଶ, ଗୋଆ ଏବଂ ମିଜୋରାମର ୧୦୪ ଜଣ ଅଛନ୍ତି। ଏହି ତାଲିକାରେ ଓଡ଼ିଶା କ୍ୟାଡରର ୭୨ ଜଣ ଅଛନ୍ତି।  ସେହିପରି କର୍ଣ୍ଣାଟକର ୮୨, ଆନ୍ଧ୍ରର ୮୧, ବିହାରର ୭୪, ପଞ୍ଜାବର ୬୭ ଏଭଳି ଅନ୍ୟାନ୍ୟ ରାଜ୍ୟ ମଧ୍ୟ ରହିଛି।  ଏବେ ଦେଶରେ ମୋଟ ୬,୫୦୦ ଜଣ ଆଇଏସ୍‌ ଅଧିକାରୀ କାର୍ଯ୍ୟ କରୁଛନ୍ତି।

Related story