୧୮ ନଭେମ୍ବର,ଶନିବାର: ଜାଣନ୍ତୁ କେଉଁ ରାଶିର ଲୋକେ ଆଜି ନୂଆ କାର୍ଯ୍ୟ ଆରମ୍ଭ କରିବା ଉଚିତ ନୁହେଁ

ମେଷ: ବନ୍ଧୁମାନଙ୍କ ସହିତ ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିବେ। ନୂଆ ପୋଷାକ ତଥା ଅନ୍ୟାନ୍ୟ ଜିନିଷ କିଣାକିଣି କରିପାରନ୍ତି। ସମାଜରେ ମାନ-ପ୍ରତିଷ୍ଠା ବଢ଼ିବ। ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ। ବୃଷ: ବ୍ୟବସାୟୀଙ୍କ ପାଇଁ ଆଜି ଦିନଟି ବହୁତ ଭଲ ଅଛି। ପରିବାରରେ ହସଖୁସିର ବାତାବରଣ ରହିବ। ବିରୋଧୀମାନେ ପରାଜିତ ହେବେ। ଭାଗୀଦାରି କାର୍ଯ୍ୟରେ ସତର୍କତା ଅବଲମ୍ବନ କରନ୍ତୁ। ମିଥୁନ: ଦିନଟି ମଧ୍ୟମ ଫଳ ପ୍ରଦାନ କରିବ। ଆଜି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ସନ୍ତାନସନ୍ତତିଙ୍କୁ […]

zodaic

Rakesh Mallick
  • Published: Saturday, 18 November 2017
  • , Updated: 18 November 2017, 07:36 AM IST

ମେଷ: ବନ୍ଧୁମାନଙ୍କ ସହିତ ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିବେ। ନୂଆ ପୋଷାକ ତଥା ଅନ୍ୟାନ୍ୟ ଜିନିଷ କିଣାକିଣି କରିପାରନ୍ତି। ସମାଜରେ ମାନ-ପ୍ରତିଷ୍ଠା ବଢ଼ିବ। ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ।

ବୃଷ: ବ୍ୟବସାୟୀଙ୍କ ପାଇଁ ଆଜି ଦିନଟି ବହୁତ ଭଲ ଅଛି। ପରିବାରରେ ହସଖୁସିର ବାତାବରଣ ରହିବ। ବିରୋଧୀମାନେ ପରାଜିତ ହେବେ। ଭାଗୀଦାରି କାର୍ଯ୍ୟରେ ସତର୍କତା ଅବଲମ୍ବନ କରନ୍ତୁ।

ମିଥୁନ: ଦିନଟି ମଧ୍ୟମ ଫଳ ପ୍ରଦାନ କରିବ। ଆଜି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ସନ୍ତାନସନ୍ତତିଙ୍କୁ ନେଇ ଚିନ୍ତିତ ରହିବେ। ମଧ୍ୟାହ୍ନ ପରେ ଘରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ।

କର୍କଟ: ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ନୂଆ କାର୍ଯ୍ୟରେ ସଫଳତା ପାଇବାର ସମ୍ଭାବନା ବହୁତ କମ୍। ସଂପତ୍ତିକୁ ନେଇ ପରିବାରର କୌଣସି ସଦସ୍ୟଙ୍କ ସହିତ ମତାନ୍ତର ହୋଇପାରେ।

ସିଂହ: ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। ବିଦେଶରୁ ଶୁଭ ସମାଚାର ମିଳିପାରେ। ପୁଞ୍ଜି ନିବେଶ କରିଥିବା ଲୋକମାନଙ୍କ ପାଇଁ ଏବେ ସମୟ ଭଲ ରହିଛି। ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ।

କନ୍ୟା: ଦିନଟି ଚୁପ୍‌ଚାପରେ କାଟିଲେ ଭଲ। ମୁହଁ ଖୋଲିଲେ କୌଣସି ପ୍ରକାର ବିବାଦ ଦେଖାଯାଇପାରେ। କୌଣସି କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ଚାହୁଁଥିଲେ ଅବଶ୍ୟ କରିପାରିବେ। ଭାଗ୍ୟବୃଦ୍ଧିର ଯୋଗ ରହିଛି।

ତୁଳା: ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। କୌଣସି ଦାମୀ ଜିନିଷ କିଣିପାରନ୍ତି। ପରିବାରରେ କାହା ସହିତ ମତାନ୍ତର ହୋଇଥିଲେ ତାହାକୁ ଦୂର କରିବାକୁ ଚେଷ୍ଟା କରନ୍ତୁ। ବନ୍ଧୁଙ୍କ ସହିତ କୌଣସି ସ୍ଥାନକୁ ବୁଲାବୁଲି କରିଯିବାକୁ ଯୋଜନା କରିପାରନ୍ତି।

ବିଛା: ମନରେ ନକାରାତ୍ମକ ଭାବନା ସୃଷ୍ଟି ହେବ। ମାଲିମକଦ୍ଦମାରେ ଆପଣଙ୍କ ସପକ୍ଷରେ ରାୟ ଆସିନପାରେ। ଆତ୍ମବିଶ୍ୱାସ କମ୍ ରହିବ। ଖର୍ଚ୍ଚାନ୍ତ ହୋଇପାରନ୍ତି।

ଧନୁ: ଆୟ ବଢ଼ିବ। ସାମାଜିକ କାର୍ଯ୍ୟରେ ଭାଗ ନେବେ ଓ ମନ ପ୍ରସନ୍ନ ରହିବ। ମାନ-ସମ୍ମାନ ବଢ଼ିବ। ବ୍ୟବସାୟ କ୍ଷେତ୍ରରେ ଭଲ ଲାଭ ପାଇବେ। ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଯାଇପାରେ।

ମକର: ଦିନଟି ଭଲରେ କଟିବ। ବ୍ୟବସାୟୀମାନେ ଭଲ ଲାଭ ପାଇବେ। ବ୍ୟବସାୟ ବଢ଼ାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ଚାକିରିଆଙ୍କ ପାଇଁ ପଦୋନ୍ନତି ଯୋଗ ରହିଛି। ପରିବାରରେ ଆନନ୍ଦର ବାତାବରଣ ରହିବ। ବନ୍ଧୁମାନଙ୍କଠାରୁ ଲାଭ ପାଇବେ।

କୁମ୍ଭ: ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କ ସହିତ କୌଣସି ପ୍ରସଙ୍ଗରେ ଯୁକ୍ତିତର୍କ ହୋଇପାରେ। ଏଣୁ ନିଜ କଥା ଉପରେ କାବୁ ରଖିଲେ ଭଲ। କୌଣସି ଧାର୍ମିକ ସ୍ଥଳୀକୁ ଯାଇପାରନ୍ତି। ଦାମ୍ପତ୍ୟ ଜୀବନ ଭଲ ରହିବ।

ମୀନ:  କାହା ସହିତ ଝଗଡ଼ା କରନ୍ତୁ ନାହିଁ। ଅଯଥାରେ ବାଦ-ବିବାଦରେ ପଡ଼ନ୍ତୁ ନାହିଁ। ପଢ଼ାପଢ଼ି ପ୍ରତି ରୁଚି ବଢ଼ିବ।

Related story