୧୯ ଏପ୍ରିଲ, ଗୁରୁବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଆଜି ଶତ୍ରୁଠାରୁ ଦୂରେଇ ରହିବେ

ମେଷ: ଖର୍ଚ୍ଚ ବଢ଼ିବ। ଆର୍ଥିକ ଦେଣ ନେଣରେ ସତର୍କ ରୁହନ୍ତୁ। ଦିନ ଆପଣଙ୍କ ପାଇଁ ମଧ୍ୟମ ଫଳଦାୟୀ ରହିବ। ବୃଷ: ଦିନଟି ଆପଣଙ୍କ ପାଇଁ ଶୁଭ। ସୃଜନଶୀଳତା ବୃଦ୍ଧି ପାଇବ। ମାନସିକ ସ୍ଥିତି ଭଲ ରହିବ। ଦୃଢ଼ ମନୋବଳ ସହିତ କାମ କରିବେ। ମିଥୁନ: ଦିନଟି ସମସ୍ୟା ବହୁଳ ରହିବ। ତେଣୁ ପ୍ରତ୍ୟେକ କାର୍ଯ୍ୟକୁ ସତର୍କତାର ସହ କରନ୍ତୁ। ପାରିବାରିକ ଆଶାନ୍ତି ଦେଖା ଦେଇପାରେ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। କର୍କଟ: ଆପଣଙ୍କ ପାଇଁ ଦିନଟି ଲାଭକାରୀ […]

Rasiphala-1-840x440-1-768x402-1-1-1-1-1-2-2-1-1-840x440-1-1-1-1-840x440-1-1-768x402-1-1-1

Rakesh Mallick
  • Published: Thursday, 19 April 2018
  • , Updated: 19 April 2018, 07:29 AM IST

ମେଷ: ଖର୍ଚ୍ଚ ବଢ଼ିବ। ଆର୍ଥିକ ଦେଣ ନେଣରେ ସତର୍କ ରୁହନ୍ତୁ। ଦିନ ଆପଣଙ୍କ ପାଇଁ ମଧ୍ୟମ ଫଳଦାୟୀ ରହିବ।

ବୃଷ: ଦିନଟି ଆପଣଙ୍କ ପାଇଁ ଶୁଭ। ସୃଜନଶୀଳତା ବୃଦ୍ଧି ପାଇବ। ମାନସିକ ସ୍ଥିତି ଭଲ ରହିବ। ଦୃଢ଼ ମନୋବଳ ସହିତ କାମ କରିବେ।

ମିଥୁନ: ଦିନଟି ସମସ୍ୟା ବହୁଳ ରହିବ। ତେଣୁ ପ୍ରତ୍ୟେକ କାର୍ଯ୍ୟକୁ ସତର୍କତାର ସହ କରନ୍ତୁ। ପାରିବାରିକ ଆଶାନ୍ତି ଦେଖା ଦେଇପାରେ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

କର୍କଟ: ଆପଣଙ୍କ ପାଇଁ ଦିନଟି ଲାଭକାରୀ ହେବ। ଆୟ ବୃଦ୍ଧି ହେବା ସହିତ ଅନ୍ୟ ଉପାୟରେ ମଧ୍ୟ ଅର୍ଥପ୍ରାପ୍ତି ହେବ। ମହିଳା ବନ୍ଧୁଙ୍କଠାରୁ ଲାଭବାନ ହେବେ।

ସିଂହ: ବ୍ୟବସାୟ ପାଇଁ ଦିନଟି ଭଲ ରହିବ। ପ୍ରତ୍ୟେକ କାମରେ ସଫଳତା ମିଳିବ। ଉଚ୍ଚାପଦାଧିକାରୀଙ୍କ କୃପା ଦୃଷ୍ଟି ରହିବ। ଦିନଟି ଆପଣଙ୍କ ପାଇଁ ସମ୍ପୂର୍ଣ୍ଣ ଫଳଦାୟୀ ରହିବ।

କନ୍ୟା: ବ୍ୟସ୍ତତା ଭିତରେ ଦିନଟି କଟିବ। ସମ୍ପର୍କୀୟଙ୍କ ସହିତ ଭ୍ରମଣରେ ଯାଇପାରନ୍ତି। ଧାର୍ମିକ କାର୍ଯ୍ୟରେ ଦିନ ବିତାଇବେ। ପରିବାରରେ ହସ ଓ ଖୁସିର ବାତାବରଣ ରହିବ।

ତୁଳା: ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଭଲ ରହିବ। ଭାଷା ଓ ବ୍ୟବହାରରେ ସଞ୍ଜମତା ରକ୍ଷା କରନ୍ତୁ। ଶତ୍ରୁଠାରୁ ଦୂରେଇ ରୁହନ୍ତୁ।

ବିଚ୍ଛା: ଦିନଟି ଆପଣ ଆନନ୍ଦରେ ବିତାଇବେ। ବନ୍ଧୁମାନଙ୍କ ସହିତ ଭ୍ରମଣରେ ଯାଇପାରନ୍ତି। ମାନ-ସମ୍ମାନ ବଢ଼ିବ।

ଧନୁ: ଆର୍ଥିକ ଲାଭ ହେବ। ପରିବାରରେ ଶାନ୍ତି ରହିବା କାରଣରୁ ମନ ପ୍ରଫୁଲ୍ଲ ରହିବ। ଚାକିରି କ୍ଷେତ୍ରରେ ଉଚ୍ଚପଦାଧିକାରୀ ସାହାଯ୍ୟ କରିବେ।

ମକର: ମନରେ ଆଶଙ୍କା ଓ ଦ୍ୱନ୍ଧ୍ୱ ରହିବ। ଏଥିପାଇଁ ମନ ଭଲ ରହିବ ନାହିଁ। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ।

କୁମ୍ଭ: ମାନସିକ ଚଞ୍ଚଳତା ଦେଖା ଦେବ। ରୋଜଗାର କରିବା ପାଇଁ ଯୋଜନା କରିପାରନ୍ତି।

ମୀନ: ସୃଜନଶକ୍ତି ବୃଦ୍ଧି ପାଇବ। ବୁଦ୍ଧି ବିଚାରି କାର୍ଯ୍ୟ କଲେ ସଫଳତା ପାଇବେ। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି।

Related story