୧୯ ଅକ୍ଟୋବର, ଗୁରୁବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ଧନପ୍ରାପ୍ତିର ଯୋଗ ରହିଛି

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶଭ। ଆର୍ଥିକ ସ୍ଥିତି ସୁଦୃଢ ହେବ। ସମ୍ପତ୍ତି ପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବୃଷ: ବିଦେଶ ଯାତ୍ରାର ଯୋଗ ରହିଛି। ଅଟକି ରହିଥିବା ଧନପ୍ରାପ୍ତିର ଯୋଗ ରହିଛି। ଘରେ ସୁଖଶାନ୍ତି ବିରାଜିତ ରହିବ। ମିଥୁନ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ଅର୍ଥ ଖର୍ଚ୍ଚ ଉପରେ ନିଯନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କଦଳୀ ଦାନ କରନ୍ତୁ। କର୍କଟ: ବନ୍ଧୁ ପରିଜନଙ୍କ ସହ ଦେଖା […]

Rakesh Mallick
  • Published: Thursday, 19 October 2017
  • , Updated: 19 October 2017, 08:02 AM IST

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶଭ। ଆର୍ଥିକ ସ୍ଥିତି ସୁଦୃଢ ହେବ। ସମ୍ପତ୍ତି ପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ବୃଷ: ବିଦେଶ ଯାତ୍ରାର ଯୋଗ ରହିଛି। ଅଟକି ରହିଥିବା ଧନପ୍ରାପ୍ତିର ଯୋଗ ରହିଛି। ଘରେ ସୁଖଶାନ୍ତି ବିରାଜିତ ରହିବ।

ମିଥୁନ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ଅର୍ଥ ଖର୍ଚ୍ଚ ଉପରେ ନିଯନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କଦଳୀ ଦାନ କରନ୍ତୁ।

କର୍କଟ: ବନ୍ଧୁ ପରିଜନଙ୍କ ସହ ଦେଖା ହୋଇପାରେ। ଘରେ ଶୁଭକାମ କରିବେ। ଧନପ୍ରାପ୍ତିର ଯୋଗ ରହିଛି।

ସିଂହ: ପିଲାଙ୍କ ପ୍ରତି ଧ୍ୟାନ ଦିଅନ୍ତୁ। କାହା ଉପରେ ରଗନ୍ତୁ ନାହିଁ। ଅପରାହ୍ନରେ ଧନପ୍ରାପ୍ତିର ଯୋଗ ରହିଛି।

କନ୍ୟା: ଅଟକି ରହିଥିବା କାମ ହୋଇଯିବ। ବଡ଼ଧରଣର ଅର୍ଥଲାଭର ଯୋଗ ରହିଛି। ପ୍ରେମ ସମ୍ପର୍କରେ ସଫଳତା ମିଳିବ।

ତୁଳା: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଥିଲେ କରନ୍ତୁ ନାହିଁ। ଧନହାନୀରୁ ବଞ୍ଚନ୍ତୁ। ଘରୁ ବାହାରିବା ବେଳେ ସୋରିଷ ଖାଇ ବାହାରନ୍ତୁ।

ବିଚ୍ଛା: ଆଜିର ଦିନଟି ଆପଣଙ୍କର ଭଲରେ କଟିବ। ବିଦ୍ୟାର୍ଥୀମାନେ ଶିକ୍ଷାପ୍ରତି ଯତ୍ନବାନ ହୁଅନ୍ତୁ। ମହତ୍ୱପୂର୍ଣ୍ଣ କାମ ଥିଲେ ଅଟକାନ୍ତୁ ନାହିଁ। ଅର୍ଥପ୍ରାପ୍ତିର ଯୋଗ ରହିଛି।

ଧନୁ: ମିଳୁ ନଥିବା ଧନ ଆଜି ମିଳିଯିବ। ବନ୍ଧୁ ପରିଜନଙ୍କ ସହ ସାକ୍ଷାତର ଯୋଗ ରହିଛି। ପାରିବାରିକ ସମସ୍ୟା ଦୂର ହେବ।

ମକର: ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ଅଟକି ରହିଥିବା କାମ ହୋଇଯିବ। ହଠତ ଧନପ୍ରାପ୍ତିର ଯୋଗ ରହିଛି।

କୁମ୍ଭ: ଆଜି ଦିନଟି ଏକୁଟିଆ ଏକୁଟିଆ ରହିବା ପରି ଲାଗିବ। ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ଛୋଟ ଛୋଟ କଥାକୁ ନେଇ ଚିନ୍ତିତ ରହିବେ।

ମୀନ: ଅର୍ଥଲାଭର ଯୋଗ ରହିଛି। ଗାଡି କିଣି ପାରନ୍ତି। ଅର୍ଥ ଖର୍ଚ୍ଚ ପ୍ରତି ଧ୍ୟାନ ଦିଅନ୍ତୁ।

Related story