ମେଷ: ଆପଣଙ୍କ ସ୍ୱାସ୍ଥ୍ୟ ଅଚାନକ ଖରାପ ହୋଇପାରେ। ସେଥିପାଇଁ ଯାତ୍ରା କରନ୍ତୁ ନାହିଁ। ବିବାଦଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ।
ବୃଷ: ମନ ଚଞ୍ଚଳ ରହିବ। ଚାକିରିରେ ପରିବର୍ତ୍ତନର ସଂକେତ ରହିଛି। ସମ୍ପତ୍ତି କିଣନ୍ତୁ ନାହିଁ।
ମିଥୁନ: ପରିବାରର ସହଯୋଗ ମିଳିବ। ଭ୍ରମଣ ଯୋଗ ରହିଛି। ବେପାର ବାଣିଜ୍ୟରେ ଲାଭ ମିଳିବ।
କର୍କଟ: କ୍ରୋଧ ଉପରେ ନିୟନ୍ତ୍ରଣ ରଖିନ୍ତୁ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ଅଚାନକ ଅର୍ଥ ଲାଭ ହୋଇପାରେ।
ସିଂହ: ଆତ୍ମବିଶ୍ୱାସ ବଢ଼ିବ। ଚାକିରି କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଆସିବ। ପିଲାମାନଙ୍କ ସମସ୍ୟା ଥିଲେ ସମାଧାନ ହୋଇଯିବ।
କନ୍ୟା: ଯାନବାହନ କିଣି ପାରନ୍ତି। ବେପାର ବାଣିଜ୍ୟରେ ସମସ୍ୟା ଦେଖା ଦେଇପାରେ। ଜୀବନସାଥୀଙ୍କ ସହିତ ବିବାଦ ଦେଖା ଦେଇପାରେ।
ତୁଳା: ପ୍ରେମିକ ଓ ପ୍ରେମିକାଙ୍କ ମଧ୍ୟରେ ସମସ୍ୟା ଦେଖା ଦେଇପାରେ। ଚାକିରିରେ ପଦୋନ୍ନତି ଓ ସମ୍ମାନ ମିଳିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।
ବିଛା: ଚାକିରି କ୍ଷେତ୍ରରେ ସମସ୍ୟା ଥିଲେ ଦୂର ହେବ। ନୂଆ ବେପାର ଆରମ୍ଭ ହେବ। କିଛି ପୁରୁଣା ସମସ୍ୟା ଥିଲେ ଆପେ ଆପେ ଦୂର ହେବ।
ଧନୁ: ସ୍ୱାସ୍ଥ୍ୟରେ ଉନ୍ନତି ଆସିବ। କୋର୍ଟରେ ମାମଲା ଚାଲିଥିଲେ ସକାରାତ୍ମକ ଫଳ ମିଳିବ। କୌଣସି ନୂଆ ଦାୟିତ୍ୱ ମିଳିପାରେ।
ମକର: ଜୀବନ ସାଥୀଙ୍କ ସହିତ ମତ ଭେଦ ଥିଲେ ଦୂର ହୋଇଯିବ। ଚାକିରିରେ ନୂଆ ସୁଯୋଗ ମିଳିବ। ହଠାତ୍ ଅର୍ଥ ମିଳିବ।
କୁମ୍ଭ: ଆଧ୍ୟାତ୍ମିକ କାମରେ ବ୍ୟସ୍ତ ରହିବେ। ନୂଆ କାମ କରିବାର ସୁଯୋଗ ପାଇବେ। ସ୍ୱାସ୍ଥ୍ୟ ସାମାନ୍ୟ ଖରାପ ରହିପାରେ।
ମୀନ: ସନ୍ତାନ ଜନିତ ସମସ୍ୟା ଥିଲେ ଆହୁରି ବିଳମ୍ୱ ହେବ। ନୂଆ ଚାକିରି କରିବା ପାଇଁ ମନ ବଳାଇପାରନ୍ତି।