୨୧ ମେ’, ସୋମବାର: ଜାଣନ୍ତୁ କେଉଁ ରାଶିର ଲୋକେ ଚାକିରି କ୍ଷେତ୍ରରେ ପ୍ରଶଂସିତ ହେବେ

ମେଷ:  ଖର୍ଚ୍ଚ ବଢ଼ିବ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ମିଶ୍ରି ଖାଇ ଘରୁ ବାହାରନ୍ତୁ। ଜଳାଶୟ ନିକଟକୁ ଯାଆନ୍ତୁ ନାହିଁ। ସୁସ୍ୱାଦୁ ଭୋଜନ କରିପାରନ୍ତି। ବୃଷ: ସନ୍ତାନ ପ୍ରାପ୍ତିର ଯୋଗ ରହିଛି। ଚାକିରିରେ ପ୍ରଶଂସିତ ହେବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଚିନ୍ତା କମିବ। କୌଣସି ପ୍ରସଙ୍ଗକୁ ନେଇ ଭାବୁକ ହେବେ। ମିଥୁନ: ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ସୁସ୍ଥ ରହିବେ। ବ୍ୟବସାୟରେ ଲାଭବାନ ହେବେ। ଚାକିରି କ୍ଷେତ୍ରରେ ଅବା ବ୍ୟବସାୟରେ ସହକର୍ମୀଙ୍କ […]

Rasiphala

Rakesh Mallick
  • Published: Monday, 21 May 2018
  • , Updated: 21 May 2018, 07:56 AM IST

ମେଷ:  ଖର୍ଚ୍ଚ ବଢ଼ିବ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ମିଶ୍ରି ଖାଇ ଘରୁ ବାହାରନ୍ତୁ। ଜଳାଶୟ ନିକଟକୁ ଯାଆନ୍ତୁ ନାହିଁ। ସୁସ୍ୱାଦୁ ଭୋଜନ କରିପାରନ୍ତି।

ବୃଷ: ସନ୍ତାନ ପ୍ରାପ୍ତିର ଯୋଗ ରହିଛି। ଚାକିରିରେ ପ୍ରଶଂସିତ ହେବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଚିନ୍ତା କମିବ। କୌଣସି ପ୍ରସଙ୍ଗକୁ ନେଇ ଭାବୁକ ହେବେ।

ମିଥୁନ: ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ସୁସ୍ଥ ରହିବେ। ବ୍ୟବସାୟରେ ଲାଭବାନ ହେବେ। ଚାକିରି କ୍ଷେତ୍ରରେ ଅବା ବ୍ୟବସାୟରେ ସହକର୍ମୀଙ୍କ ସହଯୋଗ ମିଳିବ।

କର୍କଟ: ଦିନଟି ଭଲରେ କଟିବ। ଉପହାର ପାଇବେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଶୁଭ ସମାଚାର ମିଳିପାରେ।

ସିଂହ: ଚିନ୍ତିତ ରହିବେ। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଧଳା ବସ୍ତୁ ଦାନ କରନ୍ତୁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଯଥା ସମାଲୋଚନା କରି କାହାରିକୁ ଆଘାତ ଦିଅନ୍ତୁ ନାହିଁ।

କନ୍ୟା: ଧନପ୍ରାପ୍ତିର ଯୋଗ ରହିଛି। ପରିବାରରେ ସୁଖ ଓ ଶାନ୍ତି ଆସିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଦାମ୍ପତ୍ୟ ଜୀବନ ଭଲରେ କଟିବ। ବାଦବିବାଦରୁ ଦୂରେଇ ରୁହନ୍ତୁ।

ତୁଳା: ସୁସ୍ଥ ରହିବେ। ମାନ-ସମ୍ମାନ ମିଳିବ। ଚାକିରିରେ ପଦୋନ୍ନତିର ଯୋଗ ରହିଛି। ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କ ସହ ଭଲ ସଂପର୍କ ବଜାୟ ରଖିବେ।

ବିଛା: ଅତ୍ୟଧିକ କାର୍ଯ୍ୟ ଯୋଗୁଁ ଥକି ଯିବେ। ଅଫିସ୍‌ରେ ଉଚ୍ଚ ପଦାଧିକାରୀଙ୍କ ବ୍ୟବହାର ଆପଣଙ୍କୁ ଖୁବ୍ ଆଘାତ ଦେଇପାରେ। ନିଜ କାମକୁ ଠିକ୍ ଢଙ୍ଗରେ କରନ୍ତୁ। ଘରେ କାହା ସହିତ ମତଭେଦ ହୋଇପାରେ।

ଧନୁ: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କଫ ତଥା ପେଟ ସମ୍ବନ୍ଧୀୟ ରୋଗ ଦେଖା ଯାଇପାରେ। ସନ୍ତାନସନ୍ତତିଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ହେବେ। ଖର୍ଚ୍ଚାନ୍ତ ହୋଇପାରନ୍ତି।

ମକର: ଧନ ଲାଭର ପ୍ରବଳ ଯୋଗ ରହିଛି। ବ୍ୟବସାୟର ଆକାର ବୃଦ୍ଧି କରିବାକୁ ନୂଆ ଯୋଜନା ପ୍ରସ୍ତୁତ କରିବେ। ମାନ-ସମ୍ମାନ ପ୍ରାପ୍ତି ହୋଇପାରେ।

କୁମ୍ଭ: କାର୍ଯ୍ୟରେ ସଫଳତା ମିଳିବ। ଭଲ କାମ ପାଇଁ ପ୍ରଶଂସିତ ହେବେ। ପରିବାରରେ ଶାନ୍ତିର ବାତାବରଣ ବଜାୟ ରହିବ। ଚଳଚଞ୍ଚଳ ରହିବେ। ସୁସ୍ୱାଦୁ ଭୋଜନ ଖାଇବେ।

ମୀନ: ଲେଖାଲେଖି ପାଇଁ ଦିନଟି ଭଲ ରହିଛି। ବିପରୀତ ଲିଙ୍ଗ ପ୍ରତି ଆକୃଷ୍ଟ ହେବେ। ପେଟରେ ଯନ୍ତ୍ରଣା ହୋଇପାରେ। କୌଣସି ପ୍ରସଙ୍ଗକୁ ନେଇ ଭୟଭୀତ ହେବେ। ମାନସିକ ସନ୍ତୁଳନ ବିଗିଡ଼ି ପାରେ।

Related story