୨୨ ଜାନୁଆରୀ, ସୋମବାର: ଜାଣନ୍ତୁ ଆଜି କେଉଁ ରାଶିର ଲୋକେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଉଚିତ ନୁହେଁ

ମେଷ: ଧାର୍ମିକ କାର୍ଯ୍ୟରେ ଦିନଟି ଅତିବାହିତ କରିବେ। ମନରେ ଦ୍ୱନ୍ଦ୍ୱ ଉପୁଜିବ। ତେଣୁ ନିଷ୍ପତ୍ତି ନେବାରେ ସମସ୍ୟା ହେବ। କାହାକୁ ଅର୍ଥ ଦିଅନ୍ତୁ ନାହିଁ କି କାହାକୁ ଅର୍ଥ ଦିଅନ୍ତୁ ନାହିଁ। ବୃଷ: ବ୍ୟବସାୟରେ ଭଲ ଲାଭ ମିଳିବ। ଆୟ ବୃଦ୍ଧି ପାଇବ। ଘରର କୌଣସି ବରିଷ୍ଠ ବ୍ୟକ୍ତିଙ୍କ ସହ ସମୟ ବିତାଇବେ। ବୁଲାବୁଲି କରିଯିବା ପାଇଁ ଯୋଜନା କରିବେ। ମିଥୁନ: ସ୍ୱାସ୍ଥ୍ୟ ଭଲ ରହିବ। ଉଭୟ ଚାକିରିଆ ଓ ବ୍ୟବସାୟୀଙ୍କୁ ପରିଶ୍ରମର ଉଚିତ ଫଳ ମିଳିବ। […]

zodaic

Rakesh Mallick
  • Published: Monday, 22 January 2018
  • , Updated: 22 January 2018, 07:48 AM IST

ମେଷ: ଧାର୍ମିକ କାର୍ଯ୍ୟରେ ଦିନଟି ଅତିବାହିତ କରିବେ। ମନରେ ଦ୍ୱନ୍ଦ୍ୱ ଉପୁଜିବ। ତେଣୁ ନିଷ୍ପତ୍ତି ନେବାରେ ସମସ୍ୟା ହେବ। କାହାକୁ ଅର୍ଥ ଦିଅନ୍ତୁ ନାହିଁ କି କାହାକୁ ଅର୍ଥ ଦିଅନ୍ତୁ ନାହିଁ।

ବୃଷ: ବ୍ୟବସାୟରେ ଭଲ ଲାଭ ମିଳିବ। ଆୟ ବୃଦ୍ଧି ପାଇବ। ଘରର କୌଣସି ବରିଷ୍ଠ ବ୍ୟକ୍ତିଙ୍କ ସହ ସମୟ ବିତାଇବେ। ବୁଲାବୁଲି କରିଯିବା ପାଇଁ ଯୋଜନା କରିବେ।

ମିଥୁନ: ସ୍ୱାସ୍ଥ୍ୟ ଭଲ ରହିବ। ଉଭୟ ଚାକିରିଆ ଓ ବ୍ୟବସାୟୀଙ୍କୁ ପରିଶ୍ରମର ଉଚିତ ଫଳ ମିଳିବ। ଅଫିସ୍‌ରେ ଉଚ୍ଚ ପଦାଧିକାରୀଙ୍କ ସହଯୋଗ ମିଳିବ।

କର୍କଟ: ଦିନଟି ଆପଣଙ୍କ ପାଇଁ ଭଲ ରହିବ। ହଠାତ୍ ଧନପ୍ରାପ୍ତି ହୋଇପାରେ। ବିଦେଶ ଯିବା ପାଇଁ ଯୋଜନା କରୁଥିବା ବ୍ୟକ୍ତିମାନେ ଆଜି ଶୁଭ ସୂଚନା ପାଇପାରନ୍ତି।

ସିଂହ: ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହୁଅନ୍ତୁ। ପରିବାରରେ କୌଣସି ସଦସ୍ୟଙ୍କ ସହ ମତଭେଦ ହୋଇପାରେ। କୌଣସି ପ୍ରକାର ଅନୈତିକ କାର୍ଯ୍ୟରେ ସାମିଲ ହୁଅନ୍ତୁ ନାହିଁ।

କନ୍ୟା: ଦାମ୍ପତ୍ୟ ଜୀବନ ଭଲ ରହିବ। ସମାଜରେ ଆପଣଙ୍କ ମାନ-ପ୍ରତିଷ୍ଠା ବଢ଼ିବ। ମନୋରଞ୍ଜନ କାର୍ଯ୍ୟକ୍ରମରେ ସାମିଲ ହେବେ। ଧନପ୍ରାପ୍ତି ଯୋଗ ରହିଛି।

ତୁଳା: ଘରେ ସୁଖ,ଶାନ୍ତିର ବାତାବରଣ ରହିବ। କାର୍ଯ୍ୟରେ ସଫଳତା ମିଳିବ। ତେଣୁ ଉତ୍ସାହିତ ହେବେ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିବ। କୌଣସି ପୁରୁଣା ବାନ୍ଧବୀଙ୍କ ସହ ସାକ୍ଷାତ ହୋଇପାରେ।

ବିଛା: ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ। କୌଣସି କ୍ଷେତ୍ରରେ ଅର୍ଥ ନିବେଶ କରିବା ପାଇଁ ଦିନଟି ଭଲ ରହିଛି। ବାଦ-ବିବାଦରୁ ଦୂରେଇ ରୁହନ୍ତୁ।

ଧନୁ: ଘରର କୌଣସି ସମସ୍ୟାକୁ ନେଇ ଚିନ୍ତିତ ରହିବେ। ଦ୍ୱନ୍ଦ୍ୱରେ ରହିବେ। ଅଫିସ୍‌ରେ କାହା ସହିତ ଯୁକ୍ତିତର୍କ ହୋଇପାରେ।

ମକର: ଆପଣ ଆଜି ଯେକୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। ମନଧ୍ୟାନ ଦେଇ ସବୁ କାର୍ଯ୍ୟ କରିବେ। ବ୍ୟବସାୟରେ ଲାଭ ମିଳିବ।

କୁମ୍ଭ: ଆଜି ଆପଣ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ, ନହେଲେ ସମସ୍ୟାରେ ପଡ଼ିବେ। ଧାର୍ମିକ କାର୍ଯ୍ୟରେ ଅର୍ଥ ବ୍ୟୟ କରିବେ।

ମୀନ: ନୂଆ କାର୍ଯ୍ୟକୁ ଅବଶ୍ୟ ଗ୍ରହଣ କରନ୍ତୁ। ସଫଳତା ନିଶ୍ଚିତ ମିଳିବ। କିଛି ପ୍ରସଙ୍ଗକୁ ଏଡ଼ାଇ ଗଲେ ଭଲ ହେବ। ଅଯଥାରେ କୌଣସି କଥାରେ ମୁଣ୍ଡ ଖେଳାନ୍ତୁ ନାହିଁ।

Related story