୨୩ ଅକ୍ଟୋବର, ସୋମବାର: ଜାଣନ୍ତୁ କେଉଁ ରାଶିର ଲୋକେ ବାହାରକୁ ଗଲେ କ’ଣ କରିବେ

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ଚାକିରି କ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ। ଅଧିକ ଦାୟିତ୍ୱ ନେଇପାରନ୍ତି। ବୃଷ: ପରିବାର ସଦସ୍ୟଙ୍କ ସହ ଆଜି ଦିନଟି ଭଲରେ କାଟିବେ। ପୁରୁଣା ଇଚ୍ଛା ପୂରଣ ହୋଇପାରେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ହଠାତ୍‌ ଶୁଭ ସମାଚାର ମିଳିପାରେ। ମିଥୁନ: ଚାକିରି କ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଅଟକି ରହିଥିବା କାମ ପୂରା ହୋଇପାରେ। କର୍କଟ: […]

zodiac

Rakesh Mallick
  • Published: Monday, 23 October 2017
  • , Updated: 23 October 2017, 08:07 AM IST

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ଚାକିରି କ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ। ଅଧିକ ଦାୟିତ୍ୱ ନେଇପାରନ୍ତି।

ବୃଷ: ପରିବାର ସଦସ୍ୟଙ୍କ ସହ ଆଜି ଦିନଟି ଭଲରେ କାଟିବେ। ପୁରୁଣା ଇଚ୍ଛା ପୂରଣ ହୋଇପାରେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ହଠାତ୍‌ ଶୁଭ ସମାଚାର ମିଳିପାରେ।

ମିଥୁନ: ଚାକିରି କ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଅଟକି ରହିଥିବା କାମ ପୂରା ହୋଇପାରେ।

କର୍କଟ: ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ଭଲ ଖବର ମିଳିବ। ପୁରୁଣା ଇଚ୍ଛା ପୂରଣ ହୋଇପାରେ। ଧନପ୍ରାପ୍ତିର ଯୋଗ ରହିଛି।

ସିଂହ: ମାନସିକ ଅଶାନ୍ତି ଦେଖାଦେବ। ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପକୁ ନେଇ ଚିନ୍ତିତ ରହିବେ। କୌଣସି କାମ କରିବାର ଇଚ୍ଛା ଥିଲେ ଆଜି କରନ୍ତୁ ନାହିଁ, ଶୁଭଙ୍କର ନୁହେଁ। ମହୁ ଖାଇ ଘରୁ ବାହାରକୁ ଯାଆନ୍ତୁ।

କନ୍ୟା: ଚାକିରି କ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଜୀବନସାଥୀଙ୍କ ସହଯୋଗ ମିଳିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ତୁଳା: ବ୍ୟବସାୟରେ ସଫଳତା ମିଳିପାରେ। ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ। ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ବିଚ୍ଛା: ସ୍ୱାସ୍ଥ୍ୟ ଭଲ ରହିବ। ଅଟକି ରହିଥିବା କାମ ଆଜି ପୂରା ହୋଇପାରେ। ଘରକୁ ଅତିଥି ଆସିପାରନ୍ତି। ପରିବାର ସଦସ୍ୟଙ୍କ ଦିନଟି ଖୁସିରେ କଟିବ।

ଧନୁ: ନିଜର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ହାଡ଼ ଜିନିତ ସମସ୍ୟା ଦେଖା ଦେଇପାରେ। ଚାକିରି କ୍ଷେତ୍ରରେ ଉପରିସ୍ଥ କର୍ମଚାରୀ ଆପଣଙ୍କ ଉପରେ ଚାପ ପକାଇ ପାରନ୍ତି।

ମକର: ସ୍ୱାସ୍ଥ୍ୟ ଭଲ ରହିବ। ଧନପ୍ରାପ୍ତିର ଯୋଗ ରହିଛି। ଜୀବନସାଥୀ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବ୍ୟବସାୟରେ ଲାଭ ହୋଇପାରେ।

କୁମ୍ଭ: ଧାରକରଜ କରନ୍ତୁ ନାହିଁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟରେ ସଫଳତା ମିଳିପାରେ।

ମୀନ: ସ୍ୱାସ୍ଥ୍ୟ ଭଲ ରହିବ। ମାନସମ୍ମାନ ବଢ଼ିବ। ପ୍ରିୟ ବନ୍ଧୁଙ୍କ ସହ ଦେଖା ହୋଇପାରେ। ଖର୍ଚ୍ଚାନ୍ତ ହୋଇପାରନ୍ତି।

 

Related story