୨୩ ନଭେମ୍ବର, ଗୁରୁବାର: ଜାଣନ୍ତୁ କେଉଁ ରାଶିର ଲୋକେ ଆଜି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ

ମେଷ: ବ୍ୟବସାୟ କାର୍ଯ୍ୟରେ ବ୍ୟସ୍ତ ରହିବେ। ଏଥିରୁ ଭଲ ଲାଭ ମଧ୍ୟ ମିଳିବ। ସବୁ କାର୍ଯ୍ୟରେ ସଫଳତା ମିଳିପାରେ। ତେବେ ଏଥିରେ ସାମାନ୍ୟ ବାଧା ମଧ୍ୟ ଉପୁଜି ପାରେ। ଘରେ ସୁଖ ଓ ଶାନ୍ତିର ପରିବେଶ ରହିବ। ବୃଷ: ଅତ୍ୟଧିକ କାର୍ଯ୍ୟ ବୋଝ ହେତୁ ଅସୁସ୍ଥ ଅନୁଭବ କରିବେ। ଉଭୟ ଚାକିରିଆ ଓ ବ୍ୟବସାୟୀଙ୍କ ପାଇଁ ଆଜି ଦିନଟି ଭଲ ଅଛି। କୌଣସି ପୁରୁଣା ବନ୍ଧୁଙ୍କ ସହ ହଠାତ୍ ସାକ୍ଷାତ ହୋଇପାରେ। କୌଣସି ସାମାଜିକ କାର୍ଯ୍ୟରେ ଯୋଗ […]

zodaic

Rakesh Mallick
  • Published: Thursday, 23 November 2017
  • , Updated: 23 November 2017, 07:34 AM IST

ମେଷ: ବ୍ୟବସାୟ କାର୍ଯ୍ୟରେ ବ୍ୟସ୍ତ ରହିବେ। ଏଥିରୁ ଭଲ ଲାଭ ମଧ୍ୟ ମିଳିବ। ସବୁ କାର୍ଯ୍ୟରେ ସଫଳତା ମିଳିପାରେ। ତେବେ ଏଥିରେ ସାମାନ୍ୟ ବାଧା ମଧ୍ୟ ଉପୁଜି ପାରେ। ଘରେ ସୁଖ ଓ ଶାନ୍ତିର ପରିବେଶ ରହିବ।

ବୃଷ: ଅତ୍ୟଧିକ କାର୍ଯ୍ୟ ବୋଝ ହେତୁ ଅସୁସ୍ଥ ଅନୁଭବ କରିବେ। ଉଭୟ ଚାକିରିଆ ଓ ବ୍ୟବସାୟୀଙ୍କ ପାଇଁ ଆଜି ଦିନଟି ଭଲ ଅଛି। କୌଣସି ପୁରୁଣା ବନ୍ଧୁଙ୍କ ସହ ହଠାତ୍ ସାକ୍ଷାତ ହୋଇପାରେ। କୌଣସି ସାମାଜିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି।

ମିଥୁନ: ଦିନଟି ଅନୁକୂଳ ରହିବ। ଅଫିସ୍‌ରେ ଉଚ୍ଚ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିବେ। ଆୟ ବଢ଼ାଇବା ପାଇଁ ନୂଆ ଯୋଜନା କରିବେ। ହଠାତ୍ ଧନ ଲାଭ ଯୋଗ ରହିଛି।

କର୍କଟ: କର୍ମ ସଂସ୍ଥାନରେ ପରିବେଶ ଅନୁକୂଳ ରହିବ। ବିଦେଶରୁ ଶୁଭ ସମାଚାର ପାଇପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। ଜୀବନସାଥୀଙ୍କ ସହଯୋଗ ମିଳିବ।

ସିଂହ: ଆନନ୍ଦରେ ଦିନଟି ଅତିବାହିତ ହେବ। ସୁସ୍ୱାଦୁ ଖାଦ୍ୟ ଖାଇବେ। ଆଜି କୌଣସି କ୍ଷେତ୍ରରେ ପୁଞ୍ଜି ନିବେଶ ନକଲେ ଭଲ। କାହାରିକୁ ଋଣ ଦିଅନ୍ତୁ ନାହିଁ।

କନ୍ୟା: ଅଳସୁଆ ଅନୁଭବ କରିବେ। ତେଣୁ କାମ କରିବାକୁ ଆଗ୍ରହ ପ୍ରକାଶ କରିବେନି। ପେଟରେ ଯନ୍ତ୍ରଣା ହୋଇପାରେ। ବ୍ୟବସାୟ ଅବା ଚାକିରିରେ କିଛି ବାଧା ଉପୁଜି ପାରେ। ଉଚ୍ଚ ପଦାଧିକାରୀଙ୍କ ସହ ଆଜି କଥାବର୍ତ୍ତା ବେଳେ ସଂଯମତା ରକ୍ଷା କରିବାକୁ ପ୍ରୟାସ କରନ୍ତୁ।

ତୁଳା: ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ଦିନଟି ଭଲ ଅଛି। ପ୍ରିୟ ବ୍ୟକ୍ତିଙ୍କ ସହିତ ଭେଟ ହେବ। ଭାଗ୍ୟବୃଦ୍ଧି ଯୋଗ ରହିଛି। ମାନ-ସମ୍ମାନ ପ୍ରାପ୍ତି ହେବ। ତେବେ ଅପରାହ୍ନରେ ମନ ଟିକେ ଉଦାସ ରହିବ।

ବିଛା: କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଂପନ୍ନ ନହେବା ଯୋଗୁଁ ହତାଶ ଅନୁଭବ କରିବେ। ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନ ନେଲେ ଭଲ। ପରିବାରରେ କାହା ସହିତ ମତଭେଦ ହୋଇପାରେ।

ଧନୁ: ଦିନଟି ଶୁଭ ଫଳ ପ୍ରଦାନ କରିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଧନପ୍ରାପ୍ତି ହୋଇପାରେ। ମନ ପ୍ରଫୁଲ୍ଲ ରହିବ। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି।

ମକର: ମଜାମସ୍ତୀରେ ଦିନଟି ଅତିବାହିତ ହେବ। ପରିବାର ଲୋକଙ୍କ ସହିତ କୌଣସି ସ୍ଥାନକୁ ବୁଲାବୁଲି କରିବାକୁ ଯାଇପାରନ୍ତି। ଆୟ ତୁଳନାରେ ବ୍ୟୟ ଅଧିକ ହୋଇପାରେ।

କୁମ୍ଭ: ଆଜି ସବୁ ଦିଗରୁ ସଫଳତା ପାଇବେ। ସାମାଜିକ କ୍ଷେତ୍ରରେ ଅଧିକ ସକ୍ରିୟ ରହିବେ। ମାନ ଓ ପ୍ରତିଷ୍ଠା ବଢ଼ିବ। ମଧ୍ୟାହ୍ନ ପରେ କାର୍ଯ୍ୟସ୍ଥଳରେ ସାମାନ୍ୟ ବାଧା ଉପୁଜିପାରେ।

ମୀନ: ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିଛି। ବ୍ୟବସାୟରେ ସଫଳତା ମିଳିବ। ଦେଖିଚାହିଁ ଅର୍ଥ ଖର୍ଚ୍ଚ କରନ୍ତୁ। ରାସ୍ତାରେ ଯିବାଆସିବା ବେଳେ ସତର୍କ ରୁହନ୍ତୁ।

Related story