୨୩ ଫେବ୍ରୁଆରୀ, ଶୁକ୍ରବାର: ଜାଣନ୍ତୁ ବ୍ୟବସାୟରେ କାହାର ହେବ ଲାଭ

ମେଷ: ପରିବାର ଲୋକଙ୍କ ସହ ସ୍ୱାଦିଷ୍ଟ ଭୋଜନ କରିବାର ଯୋଗ ରହିଛି। ଆର୍ଥିକ ମାମଲାରେ ଭବିଷ୍ୟତ ପାଇଁ ଭଲ ପ୍ଲାନିଂ କରିପାରନ୍ତି। ଦେବୀ ଲକ୍ଷ୍ମୀଙ୍କ କୃପାରୁ ଧନବୃଦ୍ଧି ଘଟିବ। ବୃଷ: ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ। ସ୍ୱାସ୍ଥ୍ୟ ଭଲ ରହିବ। ବନ୍ଧୁ ପରିଜନଙ୍କ ପାଖରୁ ଉପହାର ପାଇପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। ମିଥୁନ: ଆପଣଙ୍କ କଥାକୁ ଅନ୍ୟମାନେ ଖରାପ ଅର୍ଥରେ ନେଇପାରନ୍ତି। ଶାରୀରିକ କଷ୍ଟ ମନକୁ ଅସ୍ୱସ୍ଥ କରିପାରେ। ପାରିବାରିକ ବିବାଦ ବଢ଼ିପାରେ। ଆଖି […]

Rasiphala-

Rakesh Mallick
  • Published: Friday, 23 February 2018
  • , Updated: 23 February 2018, 07:32 AM IST

ମେଷ: ପରିବାର ଲୋକଙ୍କ ସହ ସ୍ୱାଦିଷ୍ଟ ଭୋଜନ କରିବାର ଯୋଗ ରହିଛି। ଆର୍ଥିକ ମାମଲାରେ ଭବିଷ୍ୟତ ପାଇଁ ଭଲ ପ୍ଲାନିଂ କରିପାରନ୍ତି। ଦେବୀ ଲକ୍ଷ୍ମୀଙ୍କ କୃପାରୁ ଧନବୃଦ୍ଧି ଘଟିବ।

ବୃଷ: ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ। ସ୍ୱାସ୍ଥ୍ୟ ଭଲ ରହିବ। ବନ୍ଧୁ ପରିଜନଙ୍କ ପାଖରୁ ଉପହାର ପାଇପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି।

ମିଥୁନ: ଆପଣଙ୍କ କଥାକୁ ଅନ୍ୟମାନେ ଖରାପ ଅର୍ଥରେ ନେଇପାରନ୍ତି। ଶାରୀରିକ କଷ୍ଟ ମନକୁ ଅସ୍ୱସ୍ଥ କରିପାରେ। ପାରିବାରିକ ବିବାଦ ବଢ଼ିପାରେ। ଆଖି ସମସ୍ୟା ଦେଖା ଦେଇପାରେ। ଅଯଥା ଖର୍ଚ୍ଚ ବଢ଼ିବ। ଆଧ୍ୟାତ୍ମିକ ଚିନ୍ତା କରନ୍ତୁ, ମନକୁ ଶାନ୍ତି ମିଳିବ।

କର୍କଟ: ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଭଲରେ କଟିବ। ହଠାତ ଧନପ୍ରାପ୍ତିର ଯୋଗ ରହିଛି। ଆୟ ବୃଦ୍ଧି ପାଇବ। ବ୍ୟବସାୟରେ ଲାଭ ମିଳିବାର ଯୋଗ ରହିଛି। ସନ୍ତାନ ଓ ଜୀବନସାଥୀଙ୍କ ସହଯୋଗ ପାଇବେ।

ସିଂହ: ପାରିବାରିକ ଉତ୍ତରଦାୟିତ୍ୱ ବଢ଼ିବ। ନୂଆ ସମ୍ପର୍କ କି ନୂଆ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ। ପିତାଙ୍କ ସହ ମତଭେଦ ଦେଖା ଦେଇପାରେ।

କନ୍ୟା: ସ୍ୱାସ୍ଥ୍ୟ ଠିକ୍‌ ରହିବ ନାହିଁ। ପିଲାମାନଙ୍କ ସହ ମତାନ୍ତର ଘଟିପାରେ। ଚାକିରିରେ ଉଚ୍ଚ ପଦାଧିକାରୀଙ୍କ ସହ ବିବାଦ ଦେଖା ଦେଇପାରେ। ଧାର୍ମିକ କାର୍ଯ୍ୟ କିମ୍ବା ଧାର୍ମିକ ଯାତ୍ରାରେ ଅର୍ଥ ଖର୍ଚ୍ଚ କରିପାରନ୍ତି।

ତୁଳା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କଟୁ କଥା କାରଣରୁ ଅନ୍ୟମାନଙ୍କ ସହ ବିବାଦ ଦେଖା ଦେଇପାରେ। କ୍ରୋଧ ଓ ନିଜ କଥା ପରେ ନିୟନ୍ତ୍ରଣ ରଖନ୍ତୁ। ହଠାତ ଧନପ୍ରାପ୍ତି ହୋଇପାରେ। ଅଯଥା ଖର୍ଚ୍ଚ ବଢ଼ିବ।

ବିଚ୍ଛା: ବନ୍ଧୁ, ସମ୍ପର୍କୀୟ ଓ ଗୁରୁଜନଙ୍କ ପାଖରୁ ଲାଭ ପାଇବେ। ସାମାଜିକ ସମାରୋହ ଅଥବା କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ମନ ଭଲ ରହିବ। ଧନପ୍ରାପ୍ତିର ଯୋଗ ରହିଛି।

ଧନୁ: ବ୍ୟବସାୟ ଆରମ୍ଭ କରିବାକୁ ଆଜିର ଦିନଟି ଆପଣଙ୍କ ପାଇଁ ଭଲ। କାର୍ଯ୍ୟରେ ସଫଳତା ପାଇବେ। ପରୋପକାର ଭାବନା ରହିବ। ଆମୋଦ ପ୍ରମୋଦରେ ଦିନଟି କଟିବ। ଚାକିରି ଓ ବ୍ୟବସାୟରେ ଉନ୍ନତି ଘଟିବ।

ମକର: ଆଜିର ଦିନଟି ଆପଣଙ୍କୁ ମିଶ୍ରଫଳ ଦେବ। ବୌଦ୍ଧିକ କାର୍ଯ୍ୟ ଓ ବ୍ୟବସାୟରେ ନୂଆ ବିଚାରଧାରା ଆଣିପାରନ୍ତି। ଲେଖା ଓ ସାହିତ୍ୟରେ ରୁଚି ବଢ଼ିବ। ଶାରୀରିକ ଦୃର୍ବଳତା ରହିବ।

କୁମ୍ଭ: ନକାରାତ୍ମକ ଚିନ୍ତାକୁ ନେଇ ମନ ଭାରି ରହିବ। ଏହି ସମୟରେ ମାନସିକ ଉଦ୍‌ବେଗ ଓ କ୍ରୋଧ ବଢ଼ିପାରେ। ଖର୍ଚ୍ଚ ବଢେ। ନିଜ କଥା ଉପରେ ନିୟନ୍ତ୍ରଣ ନକରିବ କାରଣୁରୁ ପାରିବାରିକ ସମସ୍ୟା ଦେଖାଦେଇପାରେ।

ମୀନ: ସୁଖଶାନ୍ତିରେ ଆଜିର ଦିନଟି କଟିବ। ଆଜି ବ୍ୟବସାୟ ପାଇଁ ଦିନଟି ବହୁତ ଭଲ। ଜୀବନସାଥୀଙ୍କ ସହ ସମୟ ଖୁସିରେ କାଟିବେ। ବନ୍ଧୁଙ୍କ ସହ ଭେଟ ହୋଇପାରେ।

Related story