ମେଷ: ଆଜି ଦିନଟି ଆପଣଙ୍କର ଭଲରେ କଟିବ ନାହିଁ। ଚାକିରି କ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ମତାନ୍ତର ହୋଇପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଜି ଆପଣ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ବାହାରକୁ ଗଲା ବେଳେ ଗୁଡ଼ ଖାଇ ଯାଆନ୍ତୁ।
ବୃଷ: ଧନପ୍ରାପ୍ତିର ଯୋଗ ରହିଛି। ଚାକିରିକ୍ଷେତ୍ରରେ ପଦନ୍ନୋତି ହୋଇପାରେ। ଆଜି ଦିନଟି ସନ୍ତାନ ସନ୍ତତି ସହ ଅତିବାହିତ କରିବେ।
ମିଥୁନ: ଦିନଟି ଆପଣଙ୍କର ଭଲରେ କଟିବ। ଚାକିରିକ୍ଷେତ୍ରରେ ସଫଳତା ମିଳିବ। ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି। ମାନ-ସମ୍ମାନ ବଢ଼ିବ।
କର୍କଟ: ଆଳସ୍ୟରେ ଦିନଟି କଟିବ। ବ୍ୟବସାୟରେ ଅଧିକ ଲାଭ ହେବ। ଧନପ୍ରାପ୍ତିର ଯୋଗ ରହିଛି। ଉପହାର ମିଳିପାରେ।
ସିଂହ: ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହୁଅନ୍ତୁ। ବାଦବିବାଦରୁ ଦୂରେଇ ରୁହନ୍ତୁ। ପରିବାରରେ କୌଣସି ସଦସ୍ୟଙ୍କ ସହ ମତଭେଦ ହୋଇପାରେ। ହନୁମାନ ଚାଲିଶା ପାଠ କରନ୍ତୁ।
କନ୍ୟା: ନୂଆ ଜମି କିଣିପାରନ୍ତି। ଚାକିରି କ୍ଷେତ୍ରରେ ନୂଆ ଅବସର ମିଳିପାରେ। କୌଣସି ପୁରୁଣା ବାନ୍ଧବୀଙ୍କ ସହ ସାକ୍ଷାତ ହୋଇପାରେ।
ତୁଳା: କାର୍ଯ୍ୟ ବ୍ୟସ୍ତରେ ରହିବେ। ଅଟକି ରହିଥିବା କାମ ଆଜି ପୂରା ହୋଇପାରେ। ଦାୟିତ୍ୱ ବଢ଼ିପାରେ। ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ।
ବିଛା: ଖର୍ଚ୍ଚାନ୍ତ ହୋଇପାରନ୍ତି। ଚାକିରିକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ପରିବାର ସଦସ୍ୟଙ୍କ ସହ ଦିନଟି ଖୁସିରେ ଅତିବାହିତ କରିବେ।
ଧନୁ: ଚାକିରିକ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ଅଯଥାରେ କୌଣସି କଥାରେ ମୁଣ୍ଡ ଖେଳାନ୍ତୁ ନାହିଁ। ଗୁଡ଼ ଦାନ କରନ୍ତୁ।
ମକର: କାର୍ଯ୍ୟବ୍ୟସ୍ତରେ ଦିନଟି କଟିବ। ଚାକିରିକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ । ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି। କ୍ଳାନ୍ତ ଅନୁଭବ କରିବେ।
କୁମ୍ଭ: ଆଜି ଦିନଟି ଭଲରେ କଟିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ।
ମୀନ: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଧନଲାଭର ଯୋଗ ରହିଛି। ପ୍ରତିଟି କାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ। ସହକର୍ମୀଙ୍କ ସହଯୋଗ ମିଳିବ।