ମେଷ: ଆଜି ଦିନଟି ଭଲରେ କଟିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଜମିଜମାକୁ ନେଇ ଥିବା ସମସ୍ୟା ଆଜି ସମାଧାନ ହୋଇପାରେ। କୌଣସି ଶୁଭ ସମାଚାର ମିଳିପାରେ।
ବୃଷ: ସନ୍ତାନର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। କାହାଠାରୁ ଧାର ଉଧାର କରନ୍ତୁ ନାହିଁ।
ମିଥୁନ: ମାନ-ସମ୍ମାନ ବଢ଼ିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଚାକିରିକ୍ଷେତ୍ରରେ ସଫଳତା ମିଳିବ।
କର୍କଟ: ଜୀବନସାଥୀଙ୍କ ସହଯୋଗ ମିଳିବ। ଧନପ୍ରାପ୍ତିର ଯୋଗ ରହିଛି। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।
ସିଂହ: ନୂଆ ଜମି କିଣିପାରନ୍ତି। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଆଜି ଖର୍ଚ୍ଚାନ୍ତ ହୋଇପାରନ୍ତି।
କନ୍ୟା: ସନ୍ତାନର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଯାତ୍ରା ଯୋଗ ରହିଛି। ଶନିଦେବଙ୍କ ପୂଜା କରନ୍ତୁ।
ତୁଳା: ଜୀବନସାଥୀଙ୍କ ସହଯୋଗ ମିଳିବ। ମାନ-ସମ୍ମାନ ବଢ଼ିବ। ବ୍ୟସ୍ତତା ଭିତରେ ଦିନ କଟିବ।
ବିଚ୍ଛା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ନିଜ ରାଗ ଉପରେ ନିୟନ୍ତ୍ରଣ କରନ୍ତୁ। ଖାଦ୍ୟ-ପେୟର ଧ୍ୟାନ ଦିଅନ୍ତୁ।
ଧନୁ: ଯାତ୍ରା କରନ୍ତୁ ନାହିଁ। ଘରକୁ ଅତିଥି ଆସିପାରନ୍ତି। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।
ମକର: ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାର ସଦସ୍ୟଙ୍କ ସହ କୌଣସି କଥାକୁ ନେଇ ଝଗଡ଼ା ହୋଇପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।
କୁମ୍ଭ: ଉପହାର ମିଳିପାରେ। ଚାକିରିକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଧନପ୍ରାପ୍ତିର ଯୋଗ ରହିଛି।
ମୀନ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଯୋଗ୍ୟ ଯୁବକ ଯୁବତୀମାନଙ୍କରେ ବିବାହ ଠିକ୍ ହୋଇପାରେ। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।