୨୪ ଏପ୍ରିଲ, ମଙ୍ଗଳବାର: ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିପାରେ

ମେଷ:  ଆଜି ଦିନରେ ଦେଖିଚାହିଁ ନିଷ୍ପତ୍ତି ନିଅନ୍ତୁ।  ମନରେ ବ୍ୟଗ୍ରତା ଦେଖା ଦେଇପାରେ। ଅନିଦ୍ରା କାରଣରୁ ଦେହ ଖରାପ ହେବ। ବିବାଦରୁ ଦୂରେଇ ରୁହନ୍ତୁ। ବୃଷ: ସଫଳତାର ସହ କାର୍ଯ୍ୟ ସମ୍ପାଦନ ହେବାରୁ ଖୁସି ହେବେ। ଭାଇଭଉଣୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବ। ମାନସିକ ଶାନ୍ତି ମିଳିବ। ଆର୍ଥିକ ଲାଭ ହେବାର ସମ୍ଭାବନା ଥିଲେ ମଧ୍ୟ ଖର୍ଚ୍ଚ ଅଧିକ ହୋଇପାରେ। ମିଥୁନ:  ଅଶାନ୍ତି ଲାଗି ରହିବ। ଅସୁସ୍ଥ ଅନୁଭବ କରିବେ।  ଛାତ୍ରଛାତ୍ରୀମାନଙ୍କର ପଢ଼ାରେ ମନ ଲାଗିବ ନାହିଁ। […]

rashi

Rakesh Mallick
  • Published: Tuesday, 24 April 2018
  • , Updated: 24 April 2018, 07:17 AM IST

ମେଷ:  ଆଜି ଦିନରେ ଦେଖିଚାହିଁ ନିଷ୍ପତ୍ତି ନିଅନ୍ତୁ।  ମନରେ ବ୍ୟଗ୍ରତା ଦେଖା ଦେଇପାରେ। ଅନିଦ୍ରା କାରଣରୁ ଦେହ ଖରାପ ହେବ। ବିବାଦରୁ ଦୂରେଇ ରୁହନ୍ତୁ।

ବୃଷ: ସଫଳତାର ସହ କାର୍ଯ୍ୟ ସମ୍ପାଦନ ହେବାରୁ ଖୁସି ହେବେ। ଭାଇଭଉଣୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବ। ମାନସିକ ଶାନ୍ତି ମିଳିବ। ଆର୍ଥିକ ଲାଭ ହେବାର ସମ୍ଭାବନା ଥିଲେ ମଧ୍ୟ ଖର୍ଚ୍ଚ ଅଧିକ ହୋଇପାରେ।

ମିଥୁନ:  ଅଶାନ୍ତି ଲାଗି ରହିବ। ଅସୁସ୍ଥ ଅନୁଭବ କରିବେ।  ଛାତ୍ରଛାତ୍ରୀମାନଙ୍କର ପଢ଼ାରେ ମନ ଲାଗିବ ନାହିଁ। ମଧ୍ୟାହ୍ନ ପରେ ସ୍ଥିତି ଅନୁକୂଳ ହେବ। ଆଜି କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ।

କର୍କଟ: ଭାବପ୍ରବଣ ହୋଇ କିଛି ଭୁଲ କରନ୍ତୁ ନାହିଁ। ଭ୍ରମଣରେ ଯାଇ ପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବା ସହିତ ମନ ପ୍ରଫୁଲ୍ଲ ରହିବ। ମଧ୍ୟାହ୍ନ ପରେ ମନରେ ହତାଶ ଭାବ ଉଦ୍ରେକ ହେବ।

ସିଂହ:  ବାକ୍‌ ସଞ୍ଜମତା ରକ୍ଷା କରନ୍ତୁ। ଭୁଲ ବୁଝାମଣାକୁ ଦୂର କରନ୍ତୁ। ସମ୍ପର୍କୀୟଙ୍କ ସହିତ ମତାନ୍ତର ହୋଇପାରେ। ପୁରୁଣା ସାଙ୍ଗସାଥୀଙ୍କ ସହିତ ଦେଖା ହୋଇପାରେ। ଏଥିପାଇଁ ମନ ପ୍ରଫୁଲ୍ଲ ରହିବ।

କନ୍ୟା:  ପରିସ୍ଥିତି  ଅନୁକୂଳ ରହିବ। ମନ ଶାନ୍ତ ରହିବ। ବ୍ୟବସାୟରେ ଲାଭ ହେବ। ଦେଖିଚାହିଁ କଥାବର୍ତ୍ତା କରନ୍ତୁ। ମାନହାନି ହେବାର ଯୋଗ ରହିଛି।

ତୁଳା:  ପରିବାରରେ ଶାନ୍ତି ବଜାୟ ରହିବ। ବ୍ୟବସାୟରେ ଆର୍ଥିକ ଲାଭ ହେବ। ନିଷ୍ଠାପୂର୍ବକ କାର୍ଯ୍ୟ କରିବାରୁ ସଫଳ ହେବେ। ସ୍ୱାସ୍ଥ୍ୟ ଭଲ ରହିବା ସହିତ ମାନସିକ ଶାନ୍ତି ଅନୁଭବ କରିବେ।

ବିଚ୍ଛା: ଆଜି ଆପଣଙ୍କର ଭାଗ୍ୟ ଚମକି ପାରେ। ସ୍ୱାସ୍ଥ୍ୟ ଭଲ ରହିବ। ଧାର୍ମିକ ଯାତ୍ରାରେ ଯାଇ ପାରନ୍ତି। ଧନ ପ୍ରାପ୍ତି ଯୋଗ ରହିଛି। ବ୍ୟବସାୟରେ ଭଲ ଲାଭ ହେବ। ଆଜି ଦିନରେ ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ ସଫଳ ହେବ।

ଧନୁ:  ସ୍ୱାସ୍ଥ୍ୟ ଭଲ ନ ରହିବା ଯୋଗୁଁ ମାନସିକ ଦୁଃଖ ଲାଗି ରହିବ। ମଧ୍ୟାହ୍ନ ପରେ ଏହା ଧୀରେ ଧୀରେ ଭଲ ଅନୁଭବ କରିବେ।  ଅଚାନକ ଧନପ୍ରାପ୍ତି ଯୋଗ ରହିଛି। ବ୍ୟବସାୟରେ ଲାଭ ହେବ।

ମକର:  ପରିବାର ସହିତ ଭ୍ରମଣରେ ଯାଇପାରନ୍ତି। ମଧ୍ୟାହ୍ନ ପରେ ମନର ଅବସ୍ଥା ବିଗିଡ଼ି ପାରେ। ଅଧିକ ଖର୍ଚ୍ଚ ହୋଇଯିବାରୁ ଅର୍ଥର ଅଭାବ ଦେଖା ଦେଇପାରେ। ସରକାରୀ କାର୍ଯ୍ୟରେ ଅସଫଳ ହେବେ।

କୁମ୍ଭ: ସୁଖ ଓ ଶାନ୍ତିରେ ଦିନଟି କଟିବ। ଦେହ ଭଲ ରହିବ। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ବ୍ୟବସାୟରେ ଭଲ ଲାଭ ହେବ।

ମୀନ: ବିବାଦରୁ ଦୂରେଇ ରୁହନ୍ତୁ। ଦେହ ଭଲ ରହିବ। ଉଭୟ ଚାକିରିଆ ଓ ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ ରହିବ।

Related story