ମେଷ: ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିପାରେ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଖାଦ୍ୟ ଓ ପାନୀୟ ପ୍ରତି ଧ୍ୟାନ ରଖନ୍ତୁ। ଖର୍ଚ୍ଚ ବଢ଼ିବ।
ବୃଷ: ଆର୍ଥିକ ସ୍ଥିତି ଭଲ ରହିବ। ସୁସ୍ଥ ରହିବେ। ସୃଜନଶୀଳତାର ପରିପ୍ରକାଶ ହେବ।
ମିଥୁନ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅସୁସ୍ଥ ଅନୁଭବ କରିବେ। ସର୍ତକତା ଅବଲମ୍ବନ କରନ୍ତୁ।
କର୍କଟ: ଦିନଟି ଭଲରେ କଟିବ। ଚାକିରି ଓ ବାଣିଜ୍ୟ କ୍ଷେତ୍ରରେ ସଫଳତା ପାଇବେ। ଧନପ୍ରାପ୍ତିର ଯୋଗ ରହିଛି।
ସିଂହ: କାର୍ଯ୍ୟରେ ସଫଳତା ପାଇବେ। ବ୍ୟବସାୟରେ ଲାଭବାନ ହେବେ। ଚାକିରିରେ ପଦୋନ୍ନତି ପାଇବେ।
କନ୍ୟା: ଆର୍ଥିକ ସ୍ଥିତି ଭଲ ରହିବ। ବିଦେଶରେ ରହୁଥିବା ପରିଜନଙ୍କ ଖବର ପାଇ ଖୁସି ହେବେ। ଧାର୍ମିକ କାର୍ଯ୍ୟରେ ଅଧିକ ଖର୍ଚ୍ଚ କରିପାରନ୍ତି।
ତୁଳା: ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅନ୍ୟଥା ଭୁଲ ବୁଝାମଣାର ଶିକାର ହୋଇ ହଇରାଣରେ ପଡ଼ିବେ।
ବିଚ୍ଛା: ହସ ଖୁସିରେ ଦିନଟି କଟିବ। ଦୂରସ୍ଥାନକୁ ଯାତ୍ରା କରି ପାରନ୍ତି।
ଧନୁ: ସ୍ୱାସ୍ଥ୍ୟ ଭଲ ରହିବା ମାନ-ସମ୍ମାନ ମିଳିବ। ପରିବାର ସହିତ ଖୁସିରେ ସମୟ ବିତାଇବେ। ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ।
ମକର: ମାନସିକ ଚାପ ବଢ଼ିପାରେ। ଏଥିପାଇଁ ନିଷ୍ପତ୍ତି ନେବା ବେଳେ ଦ୍ୱନ୍ଦ୍ୱରେ ପଡ଼ିବେ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।
କୁମ୍ଭ: କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଅସୁସ୍ଥ ଅନୁଭବ କରିପାରନ୍ତି।
ମୀନ: ବ୍ୟସ୍ତ ଭିତରେ ଦିନଟି କଟିବ। କାର୍ଯ୍ୟରେ ସଫଳତା ପାଇବେ। ସୃଜନ ଶକ୍ତିର ବିକାଶ ହୋଇପାରେ।