ଜାନୁଆରୀ ୨୪, ବୁଧବାର; ଜାଣନ୍ତୁ କେଉଁ ରାଶି ପାଇଁ ଦିନଟି ଖୁବ୍‌ ଭଲ

ମେଷ: ବୃତ୍ତିରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପାରିବାରିକ ଜୀବନ ସୁଖମୟ ହେବ। ପ୍ରେମ ପ୍ରସଙ୍ଗରୁ ଖୁବ୍‌ ଆନନ୍ଦିତ ହେବେ। ବୃଷ: ଠାକୁରଙ୍କ ସ୍ମରଣରେ ମନରେ ସକାରାତ୍ମକ ଶକ୍ତି ଜାଗ୍ରତ ହେବ। କାର୍ଯ୍ୟ କ୍ଷେତ୍ରରେ କୌଣସି ବଡ଼ ସୁଯୋଗ ଆସିପାରେ। ବୃତ୍ତିମୂଳକ ବିଦ୍ୟା ଅଧ୍ୟୟନ କରୁଥିବା ଛାତ୍ରୀଙ୍କ ପାଇଁ ଦିନଟି ଭଲ। ମିଥୁନ: ଆପଣଙ୍କ ଉପରେ ନକାରାତ୍ମକ ଚିନ୍ତା ପ୍ରାଧାନ୍ୟ ବିସ୍ତାର କରିବ। କାରବାରର ମନ୍ଥୁର ଗତି ନେଇ ବ୍ୟସ୍ତ ହୁଅନ୍ତୁ ନାହିଁ। ବନ୍ଧୁ […]

zodaic

Rakesh Mallick
  • Published: Wednesday, 24 January 2018
  • , Updated: 24 January 2018, 07:25 AM IST

ମେଷ: ବୃତ୍ତିରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପାରିବାରିକ ଜୀବନ ସୁଖମୟ ହେବ। ପ୍ରେମ ପ୍ରସଙ୍ଗରୁ ଖୁବ୍‌ ଆନନ୍ଦିତ ହେବେ।

ବୃଷ: ଠାକୁରଙ୍କ ସ୍ମରଣରେ ମନରେ ସକାରାତ୍ମକ ଶକ୍ତି ଜାଗ୍ରତ ହେବ। କାର୍ଯ୍ୟ କ୍ଷେତ୍ରରେ କୌଣସି ବଡ଼ ସୁଯୋଗ ଆସିପାରେ। ବୃତ୍ତିମୂଳକ ବିଦ୍ୟା ଅଧ୍ୟୟନ କରୁଥିବା ଛାତ୍ରୀଙ୍କ ପାଇଁ ଦିନଟି ଭଲ।

ମିଥୁନ: ଆପଣଙ୍କ ଉପରେ ନକାରାତ୍ମକ ଚିନ୍ତା ପ୍ରାଧାନ୍ୟ ବିସ୍ତାର କରିବ। କାରବାରର ମନ୍ଥୁର ଗତି ନେଇ ବ୍ୟସ୍ତ ହୁଅନ୍ତୁ ନାହିଁ। ବନ୍ଧୁ ଓ ପଡ଼ୋଶୀଙ୍କ ସହିତ ମତଭେଦ ହୋଇପାରେ।

କର୍କଟ: ଆପଣଙ୍କ ପାଇଁ ସଫଳତାର ରାସ୍ତା ଉନ୍ମୁକ୍ତ ରହିଛି। କୌଣସି ନୂଆ ଦାୟିତ୍ଵ ମିଳିପାରେ।  ମାନ-ସମ୍ମାନ ବଢ଼ିବ। ମଉଜ ମଜଲିସରେ ଦିନଟି କଟିଯିବ।

ସିଂହ: ଆପଣଙ୍କ ଭିତରେ ନୂଆ ଊର୍ଜା ସଞ୍ଚାର ହେବ। ନିଜ କାମ ମନଯୋଗ ସହକାରେ କରନ୍ତୁ। ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ହେବନି।

 କନ୍ୟା: ଗୁରୁଙ୍କ ଆଶୀର୍ବାଦ ନିଅନ୍ତୁ, ଦିନଟି ଭଲରେ କଟିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ନୂଆ ଦାୟିତ୍ଵ ମିଳିପାରେ। ଜୀବନସାଥୀଙ୍କ ବ୍ୟବହାରରେ ଆପଣଙ୍କୁ ଖୁସି ମିଳିବ।

ତୁଳା: ଆଜି ଦିନଟି ଆପଣଙ୍କ ଲାଗି ସଫଳତା ଆଣିଦେବ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ।

ବିଛା: ଆର୍ଥିକ ମାମଲା ପାଇଁ ଦିନଟି ଭଲ ରହିବ। ପ୍ରତ୍ୟେକ କାମ ବିନା ବିଘ୍ନରେ ସଂପନ୍ନ ହେବ। ବାହନ କିଣିବା ପାଇଁ ଯୋଜନା କରିବେ। ପ୍ରେମରେ ସଫଳତା ମିଳିବ।

ଧନୁ: ମନରେ ଥିବା ଓଲଟପାଲଟ ଚିନ୍ତାଧାରା ସମାପ୍ତ ହେବ। କର୍ମକ୍ଷେତ୍ରରେ କାହାରିକୁ ବନ୍ଧୁଭାବେ ଗ୍ରହଣ କରିବେ। ସାମାଜିକ କାର୍ଯ୍ୟରେ ଆପଣଙ୍କର ଯୋଗଦାନ ପାଇଁ ପୁରସ୍କାର ମିଳିବ।

ମକର: ଆଜି ଦିନଟି ଆପଣଙ୍କ ଲାଗି ଖୁବ୍‌ ଭଲ। ଆୟ ବଢ଼ିବା ହେତୁ ଆର୍ଥିକ ଚିନ୍ତାରୁ ମୁକ୍ତି ପାଇବେ। ସନ୍ତାନଙ୍କ ସଫଳତାରୁ ଆପଣଙ୍କୁ ଖୁସି ମିଳିପାରେ।

କୁମ୍ଭ: ଆତ୍ମସମୀକ୍ଷାରେ ସମୟ ବିତିବ। ଶତ୍ରୁଙ୍କ ଗତିବଧି ଉପରେ ନଜର ରଖନ୍ତୁ। ପତି-ପତ୍ନୀଙ୍କ ମଧ୍ୟରେ ପ୍ରେମ ବଢ଼ିବ।

ମୀନ: ମାତାପିତାଙ୍କ ଆଶୀର୍ବାଦରେ ମନୋବଳ ଦୃଢ଼ ରହିବ। ଦୀର୍ଘ ଦିନରୁ ସ୍ଥଗିତ ଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ମଜଭୁତ ହେବ।

Related story