ମେଷ: ପ୍ରତ୍ୟେକ କାର୍ଯ୍ୟ ଉତ୍ସାହର ସହ କରିବେ। ଫୂର୍ତ୍ତି ଅନୁଭବ କରିବେ। ପରିବାରରେ ସୁଖ,ଶାନ୍ତିର ବାତାବରଣ ରହିବ। ବନ୍ଧୁଙ୍କ ମେଳରେ ଦିନ ବିତିବ।
ବୃଷ: କଥା କଥାରେ ରାଗି ଯିବେ। ହତାଶ ଭାବ ମନକୁ କବଳିତ କରି ରଖିବ। ଦୁର୍ବଳ ଅନୁଭବ କରିବେ। ଅଧିକ ଖର୍ଚ୍ଚ ଯୋଗୁଁ ଚିନ୍ତିତ ରହିବେ। କାହାକୁ ଭୁଲ ବୁଝନ୍ତୁ ନାହିଁ।
ମିଥୁନ: ପରିବାରରେ ଖୁସି ଓ ଆନନ୍ଦର ପରିବେଶ ରହିବ। ଚାକିରି କିମ୍ବା ବ୍ୟବସାୟିକ କ୍ଷେତ୍ରରେ ଶୁଭ ଫଳ ମିଳିବ। ଅଫିସ୍ରରେ ଉଚ୍ଚପଦସ୍ଥ ଅଧିକାରୀ ଆପଣଙ୍କ କାର୍ଯ୍ୟର ପ୍ରଶଂସା କରିବେ।
କର୍କଟ: ଘରର ସାଜସଜ୍ଜା ଉପରେ ଅଧିକ ଧ୍ୟାନ ଦେଇପାରନ୍ତି। ଘରକୁ ନୂଆ ଜିନିଷ କିଣି ଆଣିପାରନ୍ତି। ଚାକିରି କରୁଥିବା ଲୋକେ ପଦୋନ୍ନତି ପାଇବାର ସମ୍ଭାବନା ରହିଛି। ସରକାରୀ ସ୍ତରରୁ ଲାଭବାନ ହୋଇପାରନ୍ତି।
ସିଂହ: ବିରକ୍ତି ଭାବ ମନକୁ କବଳିତ କରି ରଖିବ। ତେଣୁ କଥା କଥାରେ ଚିଡ଼ି ଉଠିବେ ଓ କାର୍ଯ୍ୟରେ ମନ ଲାଗିବ ନାହିଁ। ନିଜର ଅହଂ ପାଇଁ ବାଦ ବିବାଦରେ ପଡ଼ିପାରନ୍ତି। କେହି ଆପଣଙ୍କ ଉପରେ ଅଶାନ୍ତି ପ୍ରକଟ କରିପାରନ୍ତି। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।
କନ୍ୟା: ଆଜି କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ବାହାର ଖାଦ୍ୟ ଖାଇବା କାରଣରୁ ଦେହ ଖରାପ ହୋଇପାରେ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଖର୍ଚ୍ଚ ବଢ଼ିବ। ଜଗି ରଖି ଚଳନ୍ତୁ। ନିଆଁ ଓ ପାଣିଠାରୁ ଦୂରେଇ ରୁହନ୍ତୁ।
ତୁଳା: ଦିନଟି ଖୁସିରେ ଅତିବାହିତ ହେବ। ଯଶ ପ୍ରାପ୍ତି ହେବ। ଭାଗୀଦାରୀ କାର୍ଯ୍ୟରୁ ଲାଭ ପାଇବେ। ନୂଆ ବସ୍ତ୍ର କିଣି ପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ବିଚ୍ଛା: ପରିବାରରେ ଶାନ୍ତିର ବାତାବରଣ ରହିବ। ତେଣୁ ଆପଣଙ୍କ ମନ ପ୍ରଫୁଲ୍ଲ ରହିବ। ସବୁ ପ୍ରକାର କାର୍ଯ୍ୟରେ ସଫଳତା ମିଳିବ। ଅଫିସ୍ରେ ସହକର୍ମୀଙ୍କ ସହଯୋଗ ପାଇବେ। ଶତ୍ରୁମାନେ ପରାସ୍ତ ହେବେ।
ଧନୁ: ଆଜି କୌଣସି ସ୍ଥାନକୁ ଯାତ୍ରା ନକଲେ ଭଲ। କାର୍ଯ୍ୟରେ ସଫଳତା ମିଳିନପାରେ। ତେଣୁ ହତାଶ ଅନୁଭବ କରିବେ। ପେଟ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ। ବାଦ-ବିବାଦର ଫସି ପାରନ୍ତି।
ମକର: ଆଜି କେତେ କ୍ଷେତ୍ରରେ ବିରୋଧର ସାମ୍ନା କରିବାକୁ ପଡ଼ିପାରେ। ପରିବାର ସମସ୍ୟା ମନକୁ ବ୍ୟଥିତ କରିବ। ମା’ଙ୍କ ସ୍ୱାସ୍ଥ୍ୟ ଚିନ୍ତା ଲାଗି ରହିବ। ସମ୍ମାନିତ ହୋଇପାରନ୍ତି, ଜଗି ରଖି ଚଳନ୍ତୁ। ମନକୁ ଶାନ୍ତ ରଖନ୍ତୁ।
କୁମ୍ଭ: ମନକୁ ଶାନ୍ତି ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ଭାଇ-ଭଉଣୀ ଓ ପଡ଼ୋଶୀଙ୍କ ସହିତ ସମ୍ପର୍କ ଭଲ ରହିବ। ଘରକୁ କୁଣିଆ ଆସିବେ।
ମୀନ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ବାହାର ଖାଇବା ପ୍ରତି ସାବଧାନ ରୁହନ୍ତୁ। ଦେହ ଖରାପ ହୋଇପାରେ। କାହା ସହିତ ଯୁକ୍ତିତର୍କ ଓ ଝଗଡ଼ା ହେବାର ଆଶଙ୍କା ରହିଛି। ଆର୍ଥିକ କାରବାରରେ ସତର୍କ ରୁହନ୍ତୁ।