୨୫ ନଭେମ୍ବର, ଶନିବାର: ଜାଣନ୍ତୁ ଆଜି କେଉଁ ରାଶିର ଲୋକେ ଦୂର ସ୍ଥାନକୁ ଯାତ୍ରା କରିବା ଉଚିତ ନୁହେଁ

ମେଷ: ଘରେ ସୁଖଶାନ୍ତି ବଜାୟ ରହିବ। ଘରକୁ ଅତିଥି ଆସିପାରନ୍ତି। ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ ଅଛି। ବ୍ୟବସାୟ ବଢ଼ାଇବାକୁ ନୂଆ ଯୋଜନା କରିପାରନ୍ତି। ବୃଷ: ବ୍ୟବସାୟୀଙ୍କ ପାଇଁ ଦିନଟି ବେଶ୍ ଭଲ ଅଛି। ଆଜି ଯେକୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। ଧନଲାଭ ହେବ। ବିଦେଶରେ ରହୁଥିବା କୌଣସି ବନ୍ଧୁଙ୍କଠାରୁ ଶୁଭ ସମାଚାର ପାଇପାରନ୍ତି। ମିଥୁନ: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ନ ହେଲେ ଆପଣ ନିଜେ କ୍ଷତିରେ ପଡ଼ିବେ। କୌଣସି ପ୍ରକାର ଅପରେସନ୍ ପାଇଁ […]

zodaic

Rakesh Mallick
  • Published: Saturday, 25 November 2017
  • , Updated: 25 November 2017, 07:35 AM IST

ମେଷ: ଘରେ ସୁଖଶାନ୍ତି ବଜାୟ ରହିବ। ଘରକୁ ଅତିଥି ଆସିପାରନ୍ତି। ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ ଅଛି। ବ୍ୟବସାୟ ବଢ଼ାଇବାକୁ ନୂଆ ଯୋଜନା କରିପାରନ୍ତି।

ବୃଷ: ବ୍ୟବସାୟୀଙ୍କ ପାଇଁ ଦିନଟି ବେଶ୍ ଭଲ ଅଛି। ଆଜି ଯେକୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। ଧନଲାଭ ହେବ। ବିଦେଶରେ ରହୁଥିବା କୌଣସି ବନ୍ଧୁଙ୍କଠାରୁ ଶୁଭ ସମାଚାର ପାଇପାରନ୍ତି।

ମିଥୁନ: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ନ ହେଲେ ଆପଣ ନିଜେ କ୍ଷତିରେ ପଡ଼ିବେ। କୌଣସି ପ୍ରକାର ଅପରେସନ୍ ପାଇଁ ଆଜି ଦିନଟି ଭଲ ନାହିଁ। ଖର୍ଚ୍ଚ ବଢ଼ିବ। ତେଣୁ ଚିନ୍ତାରେ ରହିବେ।

କର୍କଟ: ଆଜି ମନୋରଞ୍ଜନରେ ଦିନଟି କଟିବ। ପରିବାର ଲୋକ ଅବା ବନ୍ଧୁମାନଙ୍କ ସହିତ କୌଣସି ପର୍ଯ୍ୟଟନ ସ୍ଥଳକୁ ଯାଇପାରନ୍ତି। ସୁସ୍ୱାଦୁ ଭୋଜନ ଖାଇବେ। ନୂଆ ପୋଷାକପତ୍ର କିଣିପାରନ୍ତି।

ସିଂହ: ପରିବାରରେ ହସଖୁସିରେ ବାତାବରଣ ରହିବ। ଅସୁସ୍ଥ ଅନୁଭବ କରିପାରନ୍ତି। ଯଶ,କୀର୍ତ୍ତି ଓ ଆନନ୍ଦ ପ୍ରାପ୍ତି ହେବ।

କନ୍ୟା: ସନ୍ତାନସନ୍ତତିଙ୍କୁ ନେଇ ଚିନ୍ତିତ ରହିବେ। ପେଟରେ ଯନ୍ତ୍ରଣା ଅନୁଭବ କରିବେ। ବିଦ୍ୟାର୍ଥୀମାନଙ୍କର ପଢ଼ାପଢ଼ିରେ ଧ୍ୟାନ ରହିବ ନାହିଁ। ଆଜି କୌଣସି ପ୍ରକାର ବୌଦ୍ଧିକ ଚର୍ଚ୍ଚାରେ ଭାଗ ନିଅନ୍ତୁ ନାହିଁ।

ତୁଳା: କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଦୂର ସ୍ଥାନକୁ ଯାତ୍ରା ପାଇଁ ଆଜି ଦିନଟି ଅନୁକୂଳ ନାହିଁ। ଖର୍ଚ୍ଚ ବଢ଼ିପାରେ। ସାମାଜିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି।

ବିଛା: ଦିନଟି ଭଲରେ କଟିବ। ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। ଘରେ କାହା ସହିତ ହୋଇଥିବା ଭୁଲ୍ ବୁଝାମଣା ଆଜି ଦୂର ହୋଇପାରେ। ଅଟକି ଥିବା କାର୍ଯ୍ୟ ସଂପନ୍ନ ହେବ।

ଧନୁ: ଦିନଟି ମଧ୍ୟମ ଫଳ ପ୍ରଦାନ କରିବ। ଅଫିସ୍‌ରେ କାହା ସହିତ ଯୁକ୍ତିତର୍କ ହୋଇପାରେ। ସେଥିପାଇଁ ଉଦାସ ରହିବେ। କୌଣସି ସମ୍ବେଦନଶୀଳ ପ୍ରସଙ୍ଗରେ ନିଷ୍ପତ୍ତି ନିଅନ୍ତୁ ନାହିଁ।

ମକର: ଯୋଜନା ମୁତାବକ ସମସ୍ତ କାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ। ଉଭୟ ଚାକିରିଆ ଓ ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ ଅଛି। ଗୃହସ୍ଥ ଜୀବନ ବି ଭଲ ରହିବ। ସ୍ୱାସ୍ଥ୍ୟ ଭଲ ରହିବ।

କୁମ୍ଭ: କାହାକୁ ଅର୍ଥ ଦିଅନ୍ତୁ ନାହିଁ କି ନିଜେ ବି ଋଣ କରନ୍ତୁ ନାହିଁ। ଖର୍ଚ୍ଚ ବଢ଼ିବ। ଅସୁସ୍ଥ ଅନୁଭବ କରିବେ। ପରିବାରର କୌଣସି ସଦସ୍ୟ ଅବା କୌଣସି ବନ୍ଧୁଙ୍କ ସହ ମତଭେଦ ହୋଇପାରେ।

ମୀନ: ସାମାଜିକ କାର୍ଯ୍ୟରେ ଯୋଗ ଦେବେ। ଶୁଭ ସମାଚାର ମିଳିପାରେ। ଆୟ ବଢ଼ାଇବାକୁ ନୂଆ ଯୋଜନା କରିପାରନ୍ତି।

Related story