୨୬ ଫେବ୍ରୁଆରୀ, ସୋମବାର: ଜାଣନ୍ତୁ ଆଜି କେଉଁ ରାଶିର ଲୋକେ ନୂଆ କାର୍ଯ୍ୟ ଆରମ୍ଭ କରିବା ଉଚିତ ନୁହେଁ

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ରହିବ। ମହିଳାମାନଙ୍କ ସହ ତର୍କ କରନ୍ତୁ ନାହିଁ, ଅନ୍ୟଥା ବିବାଦରେ ପଡ଼ିପାରନ୍ତି। ବୃଷ: ଠିକ୍‌ ସମୟରେ ନିର୍ଣ୍ଣୟ ନ ନେଇପାରିବାରୁ ହାତକୁ ଆସୁଥିବା ଧନ ହାତଛଡ଼ା ହୋଇଯିବ। ବିଦେଶ ଯାତ୍ରା କରନ୍ତୁ ନାହିଁ। ଲେଖକ, କଳାକାର ଓ ଉପଦେଷ୍ଟାଙ୍କ ପାଇଁ ଆଜି ଦିନଟି ଅନୁକୁଳ ରହବି। ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ମିଥୁନ: ଆର୍ଥିକ ଦୃଷ୍ଟି କୋଣରୁ ଆଜି ଦିନଟି ଆପଣଙ୍କ ପାଇଁ ଲାଭପ୍ରଦ […]

zodaic

Rakesh Mallick
  • Published: Monday, 26 February 2018
  • , Updated: 26 February 2018, 08:12 AM IST

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ରହିବ। ମହିଳାମାନଙ୍କ ସହ ତର୍କ କରନ୍ତୁ ନାହିଁ, ଅନ୍ୟଥା ବିବାଦରେ ପଡ଼ିପାରନ୍ତି।

ବୃଷ: ଠିକ୍‌ ସମୟରେ ନିର୍ଣ୍ଣୟ ନ ନେଇପାରିବାରୁ ହାତକୁ ଆସୁଥିବା ଧନ ହାତଛଡ଼ା ହୋଇଯିବ। ବିଦେଶ ଯାତ୍ରା କରନ୍ତୁ ନାହିଁ। ଲେଖକ, କଳାକାର ଓ ଉପଦେଷ୍ଟାଙ୍କ ପାଇଁ ଆଜି ଦିନଟି ଅନୁକୁଳ ରହବି। ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ।

ମିଥୁନ: ଆର୍ଥିକ ଦୃଷ୍ଟି କୋଣରୁ ଆଜି ଦିନଟି ଆପଣଙ୍କ ପାଇଁ ଲାଭପ୍ରଦ ହେବ।  ଉତ୍ତମ ବସ୍ତ୍ର କିଣିବା ସହିତ ସ୍ୱାଦିଷ୍ଟ ଭୋଜନ ମିଳିବାରୁ ମନ ସନ୍ତୁଷ୍ଟ ରହିବ। ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ଉପହାର ମିଳିବାରୁ ମନ ପ୍ରଫୁଲ୍ଲ ରହିବ।

କର୍କଟ: କାହା ସହ ମତାନ୍ତର ହୋଇପାରେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ମନରେ ଯଦି କୌଣସି ଦ୍ୱନ୍ଦ୍ୱ ଅଛି ଦୂର କରନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ସିଂହ: ଆଜି ଦିନଟ ଲାଭପ୍ରଦ ରହିବ। ମହିଳା ବନ୍ଧୁମାନଙ୍କଠାରୁ ସହଯୋଗ ପାଇବେ।  ଦ୍ୱନ୍ଦ୍ୱରେ ରହିବେ। ସଠିକ୍‌ ସମୟରେ ନିଷ୍ପତ୍ତି ନେଇପାରିବେ ନାହିଁ। ଆର୍ଥିକ ଲାଭ ହୋଇପାରେ।

କନ୍ୟା: ଆଜି ଦିନଟି ଆପଣଙ୍କ ପାଇଁ ଭଲ ରହିବ। ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ବ୍ୟବସାୟରେ ଲାଭ ଓ ଚାକିରି କ୍ଷେତ୍ରରେ ପଦନ୍ନୋତି ହୋଇପାରେ। ପାରିବାରିକ ଜୀବନ ଆନନ୍ଦମୟ ହେବ।

ତୁଳା: ବାଣିଜ୍ୟ କିମ୍ବା ଚାକିରି କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ ନାହିଁ। ଲେଖାଲେଖି ପାଇଁ ଦିନଟି ଆଜି ଅନୁକୂଳ ରହିବ।

ବିଛା: ଆଜି କୌଣସି  ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ, ଅନ୍ୟଥା ଅସଫଳ  ହୋଇପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସରକାର ବିରୋଧୀ କାର୍ଯ୍ୟ କରନ୍ତୁ ନାହିଁ। ଆର୍ଥିକ ସଙ୍କଟ ଦେଖାଦେବ।

ଧନୁ: ଆଜି ଦିନଟି ଭଲରେ କଟିବ। ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ସହ ସଠିକ୍ ବୁଝାମଣା ଯୋଗୁଁ ଆପଣଙ୍କୁ ଲାଭ ମିଳିବ।

ମକର: ବ୍ୟବସାୟରେ ଲାଭ ହୋଇପାରେ। ଯୋଜନା ଅନୁସାରେ ବ୍ୟବସାୟରେ ଲାଭ କରିପାରିବେ। ଆର୍ଥିକ ନେଣଦେଣରେ ସଫଳତା ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ପରିବାରରେ ସୁଖ,ଶାନ୍ତିର ବାତାବାରଣ ରହିବ।

କୁମ୍ଭ: ଆଜି ଆପଣଙ୍କ ମନ ପରିବର୍ତ୍ତନ ହେବ। ବୌଦ୍ଧିକ ଚର୍ଚ୍ଚାରେ ଭାଗ ନେଇପାରନ୍ତି। ଲେଖାଲେଖି ଭଳି ସୃଜନାତ୍ମକ କାର୍ଯ୍ୟରୁ ଆନନ୍ଦ ପାଇବେ। ଆକସ୍ମିକ ଖର୍ଚ୍ଚ ବଢ଼ିବ। ପେଟ ଜନିତ ସମସ୍ୟା ଦେଖାଦେଇପାରେ।

ମୀନ: ଆଜି ମନରେ ଫୂର୍ତ୍ତି ଓ ଉତ୍ସାହ ଦେଖାଦେବ। ମାନସିକ ଆଶାନ୍ତି ଅନୁଭବ କରିପାରନ୍ତି। ଅପ୍ରୀତିକର ପରିସ୍ଥିତି ଉପୁଜିବାରୁ ମନ ଦୁଃଖ ହେବ। ଚାକିରି କ୍ଷେତ୍ରରେ ଚିନ୍ତା ବଢ଼ିପାରେ।

Related story