୨୭ ଡିସେମ୍ବର, ବୁଧବାର: ଜାଣନ୍ତୁ କେଉଁ ରାଶି ଲୋକଙ୍କ ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖାଦେବ

ମେଷ: ଦିନଟି ଖୁବ୍ ଭଲରେ କଟିବ। ଦାୟିତ୍ୱ ବଢ଼ିବ। ଜୀବନସାଥୀଙ୍କ ସହଯୋଗରେ ଅଟକି ଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆୟ ବଢ଼ାଇବାକୁ ନୂଆ ଯୋଜନା କରିପାରନ୍ତି। ବୃଷ: ଦିନଟି ଶୁଭ ଫଳ ପ୍ରଦାନ କରିବ। ଯଦି ଆପଣ ଚାକିରି ଖୋଜୁଛନ୍ତି, ତା’ହେଲେ ଆଜି ଶୁଭ ସମାଚାର ପାଇପାରନ୍ତି। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ମିଥୁନ: ଲାଭରେ ରହିବେ। ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କ ସହ ସଂପର୍କ ଭଲ ରହିବ। କୌଣସି କ୍ଷେତ୍ରରେ ଅର୍ଥ […]

zodaic

Rakesh Mallick
  • Published: Wednesday, 27 December 2017
  • , Updated: 27 December 2017, 07:43 AM IST

ମେଷ: ଦିନଟି ଖୁବ୍ ଭଲରେ କଟିବ। ଦାୟିତ୍ୱ ବଢ଼ିବ। ଜୀବନସାଥୀଙ୍କ ସହଯୋଗରେ ଅଟକି ଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆୟ ବଢ଼ାଇବାକୁ ନୂଆ ଯୋଜନା କରିପାରନ୍ତି।

ବୃଷ: ଦିନଟି ଶୁଭ ଫଳ ପ୍ରଦାନ କରିବ। ଯଦି ଆପଣ ଚାକିରି ଖୋଜୁଛନ୍ତି, ତା’ହେଲେ ଆଜି ଶୁଭ ସମାଚାର ପାଇପାରନ୍ତି। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ମିଥୁନ: ଲାଭରେ ରହିବେ। ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କ ସହ ସଂପର୍କ ଭଲ ରହିବ। କୌଣସି କ୍ଷେତ୍ରରେ ଅର୍ଥ ନିବେଶ କରିବାକୁ ଯୋଜନା କରିପାରନ୍ତି।

କର୍କଟ: ଧାର୍ମିକ କାର୍ଯ୍ୟ ଓ ପୂଜାପାଠ ପ୍ରତି ରୁଚି ବଢ଼ିବ। ନୂଆ କାମ କରିବା ପାଇଁ ଯୋଜନା କରିବେ। ଘର କାମରେ ବ୍ୟସ୍ତ ରହିପାରନ୍ତି। ଉଭୟ କ୍ରୋଧ ଓ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ସିଂହ: ସତର୍କ ରୁହନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଆୟର ନୂଆ ମାଧ୍ୟମ ମିଳିପାରେ। ଆତ୍ମବିଶ୍ୱାସ ବଢ଼ିବ। ନୂଆ କାର୍ଯ୍ୟରେ ସଫଳ ହେବେ।

କନ୍ୟା: ସମାଜରେ ମାନ-ପ୍ରତିଷ୍ଠା ବଢ଼ିବ। କିଛି ଦାମୀ ଜିନିଷ କିଣିପାରନ୍ତି। ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖା ଦେଇପାରେ। ବାଦବିବାଦରୁ ଦୂରେଇ ରହିଲେ ଭଲ।

ତୁଳା: ଘରେ ସୁଖ ଓ ଶାନ୍ତି ବଜାୟ ରହିବ। ଉଭୟ ଚାକିରି ଓ ବ୍ୟବସାୟ କରୁଥିବା ଲୋକେ ଆଜି କିଛି ନୂଆ କରିବାକୁ ଚେଷ୍ଟା କରିବେ। ବିଦେଶରୁ କୌଣସି ବନ୍ଧୁଙ୍କଠାରୁ ଶୁଭ ସମାଚାର ମିଳିପାରେ। ଶତ୍ରୁମାନେ ଦୂରେଇ ରହିବେ।

ବିଛା: ଦିନଟି ମଧ୍ୟମ ଫଳ ପ୍ରଦାନ କରିବ। ଆପଣା ଲୋକେ ଧୋକା ଦେଇ ପାରନ୍ତି। କୌଣସି ବନ୍ଧୁଙ୍କ ସହିତ ମତାନ୍ତର ହୋଇପାରେ।

ଧନୁ: କୌଣସି କଥାକୁ ନେଇ ଉଦାସ ରହିବେ। ଫୂର୍ତ୍ତି ଅନୁଭବ କରିବେ ନାହିଁ। ଆପଣଙ୍କ କାମକୁ ନେଇ ଚର୍ଚ୍ଚା ହୋଇପାରେ। ଏହାର ଫଳ  ଆପଣଙ୍କୁ ଆଗାମୀ ଦିନରେ ମିଳିପାରେ।

ମକର: ଯେକୌଣସି ନୂଆ କାର୍ଯ୍ୟ କରିବା ପାଇଁ ଆଜି ଦିନଟି ଭଲ ରହିଛି। ଘର ଅବା ଗାଡ଼ିରେ ଅର୍ଥ ନିବେଶ କରିବେ। ମୋଟାମୋଟି ଭାବେ ଦିନଟି ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ।

କୁମ୍ଭ: କାହା ସହିତ ବିବାଦ କରନ୍ତୁ ନାହିଁ। ଧାର୍ମିକ କାର୍ଯ୍ୟରେ ଅଧିକ ଖର୍ଚ୍ଚ କରିବେ। ପରିବାରରେ କାହା ସହିତ ମତଭେଦ ହୋଇପାରେ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସହଜ ଅନୁଭବ କରିବେ ନାହିଁ।

ମୀନ: ଦିନଟି ଶୁଭ ଫଳ ପ୍ରଦାନ କରିବ। ଅଫିସ୍ କାର୍ଯ୍ୟରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ପୁରୁଣା ବନ୍ଧୁଙ୍କ

Related story